ପଞ୍ଚାୟତ ନିର୍ବାଚନ ପାଇଁ ୧୭ରୁ ପ୍ରାର୍ଥୀପତ୍ର ଦାଖଲ


ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ। ବିଜ୍ଞପ୍ତି ଜାରି କଲେ ନିର୍ବାଚନ ଅଧିକାରୀ। ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ, ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ପ୍ରକାଶ ପାଇଲା ବିଜ୍ଞପ୍ତି।

ସୂଚନାନୁଯାୟୀ, ଆସନ୍ତା ଫେବୃଆରୀ ୧୬ ତାରିଖରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍। ପାଞ୍ଚଟି ପର୍ଯ୍ୟାୟରେ ହେବ ମତଦାନ। ଫେବୃଆରୀ ୧୬, ୧୮, ୨୦, ୨୨, ଓ ୨୨ ତାରିଖରେ ମତଦାନ ହେବ। ଏଥିପାଇଁ ଜାନୁଆରୀ ୧୭ ରୁ ୨୧ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରାର୍ଥୀ। ୨୨ ତାରିଖରେ ହେବ ପ୍ରାର୍ଥୀପତ୍ର ଯାଞ୍ଚ୍। ଏହାପରେ ୨୨ରୁ ୨୫ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ଏହାପରେ ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଫେବୃଆରୀ ୨୬,୨୭, ୨୮ରେ ହେବ ଭୋଟ୍ ଗଣତି।


Share It

Comments are closed.