ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୪୫ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରାରମ୍ଭ ହୋଇଥିଲା । ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଯୋଜନା ଅର୍ନ୍ତଗତ ଢେଙ୍କାନାଳର ତିନୋଟି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିପାଇଁ ୪୧୬କୋଟି ବଜେଟ ଧାର୍ଯ୍ୟ ହୋଇଥିବା ବେଳେ ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଞ୍ଜୁରୀ ମିଳିଛି । ଏହା ସହିତ କାମାକ୍ଷାନଗର, ପରଜଙ୍ଗ, କଙ୍କଡହାଡ, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ବାଲେଶ୍ୱର, ରେମୁଣାର ପାନୀୟ ଜଳ ପ୍ରକଳ୍ପକୁ ମିଳିଛି ଅନୁମୋଦନ । ଓଏମସି ସହିତ କଳିଙ୍ଗ ଆଇରନ ୱାର୍କ ଏବଂ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈ÷ଠକରେ ଅନୁମୋଦନ ମିଳିଛି ।


Share It

Comments are closed.