ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଏନଆରଏଚଏମ ପକ୍ଷରୁ ମିଳିବ ନବଦମ୍ପତି ଗିଫ୍ଟ


ଦେଶରେ ପ୍ରଥମେ ରାଜ୍ୟଭାବେ ଓଡିଶାରେ ଓଡିଶା ସରକାରଙ୍କ ଦ୍ୱାରା ନୂତନ ଯୋଜନା ପ୍ରାରମ୍ଭ ହେବାକୁ ଯାଉଛି । ଏହି ଯୋଜନା ଅର୍ନ୍ତଭୁକ୍ତ ରାଜ୍ୟରେ ନବଦମ୍ପତି ପୁରସ୍କାର ବିତରଣ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ ତରଫରୁ ଦିଆଯିବ ନବଦମ୍ପତି ଗିଫ୍ଟ । ଏହାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିଦେ୍ର୍ଦଶକ ବିଜୟ ପାଣିଗ୍ରାହୀ ଓ ଏନଆରଏଚଏମ ନିଦେ୍ର୍ଦଶିକା ଶାଲୀନି ପଣ୍ଡିତ ସୂଚନା ଦେଇଛନ୍ତି ।
ନବଦମ୍ପତିଙ୍କ ମଧ୍ୟରେ ପରିବାର କଲ୍ୟାଣର ସଚେତନତା ସୃଷ୍ଟି କରିବା ପାଇଁ ଏହି ଉପହାରର ଯୋଜନା କରାଯାଇଛି । ନବଦମ୍ପତିମାନଙ୍କ ମଧ୍ୟରେ ଦୁଇଟି ଶିଶୁଙ୍କ ମଧ୍ୟରେ ଅତିକମରେ ୩ବର୍ଷର ବ୍ୟବଧାନ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହି ଉପହାରରେ ପରିବାର କଲ୍ୟାଣ ପୁସ୍ତିକା, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ ଓରାଲ କଣ୍ଟ୍ରାସେପ୍ଟିକ ପିଲ ଏବଂ ବିବାହ ପଞ୍ଜିକରଣ ଫର୍ମ ଇତ୍ୟାଦି ପ୍ରଦାନ କରାଯାଉଛି । ଏହି ଉପହାର ଯୋଜନା ନବଦମ୍ପତିମାନଙ୍କ ପାଇଁ ସେପ୍ଟେମ୍ବର ମାସରୁ ଲାଗୁ ହେବ ।


Share It

Comments are closed.