ତୁଳା ରାଶିରେ ଲାଗିବ ବର୍ଷର ଶେଷ ସୂର୍ଯ୍ୟପରାଗ, ଏହି ରାଶିର ବ୍ୟକ୍ତି ହୋଇଯାଆନ୍ତୁ ସତର୍କ


ଅମାବାସ୍ୟା ତିଥିରେ ସୂର୍ଯ୍ୟପରାଗ ଲାଗିଥାଏ। ଦୀପାବଳିର ପରଦିନ ଅକ୍ଟୋବର ୨୫ରେ ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ ଲାଗୁଛି। ଏହି ପରାଗ ତୁଳା ରାଶିରେ ଲାଗୁଛି। ତୁଳା ରାଶିରେ ସୂର୍ଯ୍ୟପରାଗ ଲାଗିବା ହେତୁ ଅନେକ ରାଶି ବ୍ୟକ୍ତିଙ୍କର ସମସ୍ୟା ବଢିପାରେ। ସୂର୍ଯ୍ୟ ପରାଗ ଦିନ ସୂର୍ଯ୍ୟଙ୍କ ସହିତ ଚନ୍ଦ୍ର, ଶୁକ୍ର ଏବଂ କେତୁ ମଧ୍ୟ ତୁଳାରେ ବସିବେ। ଗୋଟିଏ ରାଶିରେ ଚାରୋଟି ଗ୍ରହର ଉପସ୍ଥିତି ହେତୁ ଚର୍ତୁଗ୍ରହି ଯୋଗ ସୃଷ୍ଟି ହେବ। ଏହି ଚାରୋଟି ଗ୍ରହ ଉପରେ ରାହୁଙ୍କର ସିଧା ନଜର ରହିବ ଏବଂ ଶନି ଦେବଙ୍କର ମଧ୍ୟ ଦୃଷ୍ଟି ପଡିବ। ଏହି କାରଣରୁ, ସୂର୍ଯ୍ୟପରାଗ କିଛି ରାଶିର ଉପରେ ଖରାପ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଖରାପ ପ୍ରଭାବ ପଡିବ।

ମକର – ମକର ରାଶିର ବ୍ୟକ୍ତି ଏହି ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବେ। ଆପଣଙ୍କୁ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିପାରେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ।

ତୁଳା – ସୂର୍ଯ୍ୟପରାଗ ତୁଳା ରାଶିରେ ଲାଗୁଛି। ତେଣୁ, ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ଯନ୍ତ୍ରଣାଦାୟକ ପ୍ରମାଣିତ ହୋଇପାରେ । ଏହି ସମୟରେ ଆପଣ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି।

ମିଥୁନ – ମିଥୁନ ରାଶିର ଲୋକଙ୍କୁ ଏହି ସମୟ ମଧ୍ୟରେ ଉତ୍ଥାନ-ପତନର ସମ୍ମୁଖୀନ ହେବାକୁ ପଡିପାରେ। ଆର୍ଥିକ ଅବସ୍ଥା ଖରାପ ହୋଇପାରେ। ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହେବାର ସଙ୍କେତ ରହିଛି। ବିନିଯୋଗରୁ ଦୂରେଇ ରୁହନ୍ତୁ। ଚାକିରି ଏବଂ ବ୍ୟବସାୟରେ କିଛି ସମସ୍ୟା ହୋଇପାରେ।

ସୂର୍ଯ୍ୟପରାଗ ଦିନ ୪:୪୦ ରୁ ଆରମ୍ଭ ହୋଇ ଅପରାହ୍ନ ୫:୨୪ ପର୍ଯ୍ୟନ୍ତ ଚାଲିବ। ଆଜି ସୂର୍ଯ୍ୟପରାଗ ହେତୁ ଗୋବର୍ଦ୍ଧନ ପୂଜାର ପର୍ବ ୨୬ ରେ ଏବଂ ଯମ ଦ୍ୱିତୀଆ ୨୭ ରେ ପାଳନ କରାଯିବ।

 


Share It

Comments are closed.