ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଲା ବଡ ଝଟକା, ଦଳରୁ ବାଦ ପଡିଲେ ଆୟର


ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଦିନିକିଆରେ ଶ୍ରେୟସ ଆୟରଙ୍କ କାନ୍ଧରେ ଗଭୀର ଆଘାତ ଲାଗିବା ଯୋଗୁଁ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଆଇପିଏଲରୁ ବାଦ ପଡିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସର ସହମାଲିକ ପାର୍ଥ ଜିନ୍ଦଲ ଏ ସଂପର୍କରେ ସୂଚନା ଦେଇଛନ୍ତି । ପାର୍ଥ ଜିନ୍ଦଲ ଟ୍ୱିଟ କରି ଲେଖିଛନ୍ତି କି “ଆମ ଅଧିନାୟକ ଶ୍ରେୟସ ଆୟରଙ୍କ କାନ୍ଦରେ ଗଭୀର ଆଘାତ ଲାଗିଥିବା ସେ ଆଇପିଏଲ ପୁରା ବାଦ ପଡିଛନ୍ତି । ଆଶା କରୁଛୁ ସେ ଖୁବ ଶୀଘ୍ର ଠିକ ହୋଇଯିବେ । ବିଶ୍ୱାସ ଅଛି ଯେ, ଆପଣ ଆହୁରୀ ଶକ୍ତିଶାଳୀ ହୋଇ ଫେରିବେ । ଟି-୨୦ ବିଶ୍ୱକପ ପାଇଁ ଆପଣଙ୍କୁ ଭାରତ ଆବଶ୍ୟକତା ରହିଛି । ”

ଆୟରଙ୍କ ବଦଳରେ ଦ୍ୱିତୀୟ ଦିନିକିଆରେ ସୂର୍ଯ୍ୟକୁମାରଙ୍କୁ ଦଳରେ ସ୍ଥାନ ମିଳିପାରେ । ଗତ ଆଇପିଏଲ ସଂସ୍କରଣରେ ଶ୍ରେୟସ ଆୟର ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇ ଥିଲେ ।


Share It

Comments are closed.