ଏହି ୭ଟି ସହରରେ ଲାଗୁ ହେଲା ଲକଡାଉନ, ଜାଣନ୍ତୁ କ’ଣ ରହିଛି ନିୟମ


ମଧ୍ୟ ପ୍ରଦେଶରେ କରୋନା ଭାଇରସର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଦେଶ ସରକାର ଏହି ଚାରୋଟି (ବୈତୁଲ, ଛିନ୍ଦୱାଡା, ରତଲାମ ଏବଂ ଖରଗେମ) ଜିଲ୍ଲାରେ ପ୍ରତ୍ୟେକ ରବିବାର ଦିନ ଲକଡାଉନ ଲାଗୁ କରିବାର ନିର୍ଣ୍ଣୟ ନେଇଛନ୍ତି । ସେହିଭଳି ରାଜ୍ୟର ଇନ୍ଦୋର, ଭୋପାଲ ଏବଂ ଜବଲପୁରରେ ପ୍ରତ୍ୟେକ ରବିବାର ଦିନ ଲକଡାଉନ ଲାଗୁ କରିବାର ନିର୍ଣ୍ଣୟ ପୂର୍ବରୁ ନିଆସରିଛି । ଜଣେ ଅଧିକାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧବାର ଦିନ ମନ୍ତ୍ରୀପରିଷଦୀୟ ବୈଠକ ପରେ ଏ ସଂପର୍ରରେ ସୂଚନା ଦେଇଛନ୍ତି ।
ଏହି ସହିତ ମଧ୍ୟପ୍ରଦେଶରର ସାତୋଟି ସହରରେ ଶନିବାର ରାତି ୧୦ ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ଲାଗୁ ରହିବ । ସେ କହିଛନ୍ତି ବର୍ତ୍ତମାନ ସୁଧା ରାଜ୍ୟରେ ୨୬, ୯୦, ୬୪୬ ଲୋକଙ୍କୁ ଟୀକା ଦିଆ ସରିଛି । ବରିଷ୍ଠ ଅଧିକାରୀ କହିଛନ୍ତି ପ୍ରତ୍ୟେକ ଦିନ ପ୍ରଦେଶରେ ୩ ଲକ୍ଷ ଲୋକଙ୍କୁ ଟୀକା ଦିଆଯିବାର ପ୍ରକ୍ରିୟା ଚାଲିଛି ।


Share It

Comments are closed.