ରାଜା ଭଳି ସହାୟତାର ହାତ ବଢାଇଲେ ଶାହାରୁଖ ଖାନ, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ କଲେ ପ୍ରଶଂସା


କରୋନା ସଂକ୍ରମଣ ଏବଂ ଲକଡାଉନ ପାଇଁ ସମସ୍ତେ ଘରେ ବର୍ତ୍ତମାନ ଗୃହବନ୍ଦୀ ଭାବରେ ଜୀବନ କାଟୁଥିବାବେଳେ ସିନେମା ହଲ ଏବଂ ବଲିଉଡ ବ୍ୟବସାୟ ବର୍ତ୍ତମାନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଭାରତ ବର୍ତ୍ତମାନ ଏହି ଭାଇରସ ବିରୋଧରେ ନିଜ ଲଢେଇ ଜାରି ରଖିଥିବାବେଳେ ଦେଶର ଅର୍ଥବ୍ୟବସ୍ଥା ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ସେପଟେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଏହି ଭାଇରସ ବିରୋଧରେ ନିଜ ସଂଗ୍ରାମ ଜାରି ରଖିଛନ୍ତି ।
ବଲିଉଡ ଅଭିନେତା ଏହି ସମୟରେ ନିଜ ଘରେ ବହୁ କଷ୍ଟରେ ଜୀବନ ବିତାଉଥିବାବେଳେ ଅନ୍ୟପଟେ ସେମାନେ ଦେଶର ସ୍ଥିତିକୁ ଦେଖି ଦୁଃଖୀ, ଅସହାୟ ଓ ଶ୍ରମଜୀବିଙ୍କ ପାଇଁ ସହାୟତାର ହାତ ବଢାଉଛନ୍ତି । ପୂର୍ବରୁ ଅକ୍ଷୟ କୁମାର ୨୫ କୋଟିର ସହାୟତା ଦେଇଥିବାବେଳେ ସେହିଭଳି ସଲମାନ ଖାନ ୨୫୦୦୦ ଦିନ ମଜୁରିଆଙ୍କ ଦେଖାଶୁଣା କରିବା ପାଇଁ ଦାୟିତ୍ୱ ନେଇଛନ୍ତି । ତେବେ ଏହି ତାଲିକାରେ ବର୍ତ୍ତମାନ ବଲିଉଡ କିଙ୍ଗ ଶାହାରୁଖ ଖାନ ସାମିଲ ହୋଇଯାଇଛନ୍ତି ।

ଶାହାରୁଖ ଖାନଙ୍କ ଆପିଏଲ ଦଳ କୋଲକତା ନାଇଟ ରାଇଡର୍ସ, ଏଣ୍ଟରଟେନମେଣ୍ଟ କମ୍ପାନୀ ରେଡ ଚିଲିସ ଏଣ୍ଟରପ୍ରାଇଜେସ, ରେଡ ଚିଲିସ ଭିଏଫଏକ୍ସ ଓ ତାଙ୍କ ଏନଜିଓ ସଂସ୍ଥା ମିରା ଫାଉଣ୍ଡେସନ ପକ୍ଷରୁ ଏହି ସମୟରେ ସହାୟତାର ହାତ ବଢାଯାଇଛି । ଶାହାରୁଖ ପିଏସ, ସିଏମ କେୟାରସ ଫଣ୍ଟକୁ ଦାନ କରିବା ସହ ଅନେକ ସ୍ୱେଚ୍ଛାସେବୀ ସଂଗଠନକୁ ଦାନ ମଧ୍ୟ କରିଛନ୍ତି । ତାଙ୍କର ଏହି ଉଚ୍ଚ କୋଟିର ମହତ୍ତ୍ୱ ପଦକ୍ଷେପ ପାଇଁ ବଲିଉଡର ଅନେକ ଅଭିନେତାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।
ଶାହାରୁଖଙ୍କ ଫିଲ୍ମ ରଇସର ନିର୍ଦ୍ଦେଶକ ରାହୁଲ ଢୋଲକିଆ କହିଛନ୍ତି ଯେ, “କି ସୁନ୍ଦର ପଦକ୍ଷେପ, ସମସ୍ତ ସଂଗଠକ ଏକା ସାଥେ ଆସିବା ଅତ୍ୟନ୍ତ ଜରୁରୀ । ଅତି ଉତ୍ତମ ଏବଂ ସଠିକ ପଦକ୍ଷେପ ଅଟେ । ସବୁବେଳ ଭଳି ।”
ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ପ୍ରଶଂସା କରି ଲେଖିଛନ୍ତି, “ଆପଣତ ବଡ ହୃଦୟବାନ ଅଟନ୍ତି ।”


Share It

Comments are closed.