‘ଅମ୍ଫନ’ ପ୍ରଭାବିତଙ୍କ ସହାୟତା ଲାଗି ଆଗକୁ ଆସିଲେ ଶାହାରୁଖ, ଟ୍ୱିଟ କରି ରିଲିଜ ପ୍ୟାକେଜ ସଂପର୍କରେ କଲେ ଘୋଷଣା


ପଶ୍ଚିମବଙ୍ଗ ଏବଂ ଓଡିଶାରେ ସାମୁଦ୍ରିକ ବାତ୍ୟା ‘ଅମ୍ଫନ’ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଏହି ଦୁଇଟି ଯାକା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଗଛପତ୍ର ଉପୁଡି ପଡିବା ସହ ଅନେକ ଧନଜୀବନ ମଧ୍ୟ ନଷ୍ଠ ହୋଇଛି । ସାମୁଦ୍ରିକ ବାତ୍ୟା ଅମ୍ଫନ ଯୋଗୁଁ ପଶ୍ଚିମବଙ୍ଗରେ ୭୨ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଅମ୍ଫନର ଏହି ବିନାଶକାରୀ ଲୀଳାରେ ମର୍ମାହିତ ହୋଇ ବଲିଉଡ ଅଭିନେତା ଶାହାରୁଖ ଖାନା ସହାୟତାର ହତା ବଢାଇଛନ୍ତି । ତାଙ୍କ ଦଳ କୋଲକତା ନାଇଟ ରାଇଡର୍ସ ଏହି ସଂପର୍କରେ ଟ୍ୱିଟ କରି ରିଲିଫ ପ୍ୟାକେଜର ଘୋଷଣା କରିଛି ।

ଏହି ଘଡିସନ୍ଧି ମୂହୂର୍ତ୍ତରେ ପଶ୍ଚିମବଙ୍ଗର ବ୍ରାଣ୍ଡ ଆମ୍ବାସାଡର ଶାହାରୁଖ ଖାନଙ୍କ ଦଳ କୋଲକତା ନାଇଟ ରାଇଡର୍ସ ରିଲିଫ ପ୍ୟାକେଜର ଘୋଷଣା କରିଛି । ଏହା ସହ ନାଇଟ ରାଇଡର୍ସ ପକ୍ଷରୁ ପଶ୍ଚିମବଙ୍ଗର ଚାରୋଟି ପ୍ରଭାବିତ ଅଞ୍ଚଳ (କୋଲକତା, ଉତ୍ତର-ଦକ୍ଷିଣ ୨୪ ପରଗାନା ଏବଂ ମେଡିନପୁର)ରେ ଅଭାବୀ ଲୋକଙ୍କୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଟଙ୍କା ଦାନ କରାଯିବାର ମଧ୍ୟ ଘୋଷଣା କରାଯାଇଛି ।

ଶାହାରୁଖ ଏହି ସଂପର୍କରେ କହିଛନ୍ତି ଯେ, “ଯେଉଁ ପର୍ଯ୍ୟନ୍ତ ଆମେ ପୁଣିଥରେ ହସିବା ଆରମ୍ଭ କରି ନାହୁଁ ସେ ପର୍ଯ୍ୟନ୍ତ ଆମକୁ ଏହି ଘଟିସନ୍ଧି ମୂହୂର୍ତ୍ତରେ ଧୈର୍ଯ୍ୟ ରଖିବାର ଅଛି । କେକେଆର ଏହି ଘଡିସନ୍ଧି ମୂହୂର୍ତ୍ତରେ ସହଯୋଗ ପାଇଁ ପ୍ରତିବଦ୍ଧ ଅଟେ । ” ପ୍ରକାଶ ଥାଉକି, ଏହା ପୂର୍ବରୁ ଶାହାରୁଖଙ୍କ ଟିମ କେକେଆର, ଏଣ୍ଟରଟେନମେଣ୍ଟ କମ୍ପାନୀ ରେଡଚିଲି, ରେଡଚିଲି ଭିଏଫଏକ୍ସ ଏବଂ ଏନଜିଓ ମୀର ଫାଉଣ୍ଡେସନ କରୋନା ବିରୋଧୀ ଲଢେଇ ପାଇଁ ସହଯୋଗର ହାତ ବଢାଇଥିଲେ । ଏହା ଛଡା ଶାହାରୁଖ ନିଜ ବ୍ୟକ୍ତିଗତ ଅଫିସକୁ ମଧ୍ୟ କ୍ୱାରେଣ୍ଟାଇନ ଲୋକଙ୍କ ପାଇଁ ଖୋଲି ଦେଲେ ।


Share It

Comments are closed.