ରାଜ୍ୟରେ ୧୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା


ଓଡିଶାରେ ଉଦ୍‌ବେଗଜନକ ହାରରେ ବଢ଼ିବାରେ ଲାଗିଛି କରୋନା। ଆଜି ୬୭ଜଣ ପଜିଟିଭ ଚିହ୍ନଟ୍ ହୋଇଛନ୍ତି। ରାଜ୍ୟ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୬୦କୁ ପହଞ୍ଚିଛି। ଚିହ୍ନଟ ହୋଇଥିବା ୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ୧ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୨ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ବିଟ୍‌ରେ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୬୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତିି। ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ୧୧ଜଣ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାଗଡ଼ ଜିଲ୍ଲାରୁ ୭ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୪ଜଣ, ବଲାଙ୍ଗୀର, ଜଗତସିଂହପୁର,ସମ୍ବଲପୁର ଜିଲ୍ଲରୁ ୨ଜଣ ଲୋଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୟାଗଡ଼ ଜିଲ୍ଲାରୁ ଚିହ୍ନଟ ୭ଜଣ ସଂକ୍ରମିତଙ୍କ ଗୁଜରାଟରୁ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତଙ୍କ ଜଣେ ଉତ୍ତରପ୍ରଦେଶ ଓ ଜଣେ ଆନ୍ଦ୍ରପ୍ରଦେଶରୁ ଫେରିବା ପରେ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା ସେହିଭଳି ଆଜି ବରଗଡ଼ ଜିଲ୍ଲରୁ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛି। ତେବେ ଆକ୍ରାନ୍ତ ଜଣ ମହାରାଷ୍ଟ୍ରରୁ ଫେରିବା ପରେ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା।ସେହିଭଳି ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୨୫ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଚିହ୍ନଟ ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ତେବେ ସୁରଟରୁ ୧୬ଜଣ, ମହାରାଷ୍ଟ୍ରରୁ ୬ଜଣ ଏବଂ ୩ଜଣ ତାମିଲନାଡ଼ୁରୁ ପ୍ରବାସୀ ଫେରିଥିଲେ। ଖୋର୍ଦ୍ଧା ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୫ଜଣ, ଗୁଜରାଟରୁ ୩ଜଣ, ପଶ୍ଚିମବଙ୍ଗରୁ ୨ଜଣ ଫେରିଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ତେବେ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି।ସେହିପରି ସୁବର୍ଣ୍ଣପୁର ଜିଲ୍ଲାରୁ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ତାମିଲନାଡ଼ୁରୁ ୨ଜଣ ଓ ମହାରାଷ୍ଟ୍ରରୁ ୨ଜଣ ଫେରିବା ପରେ କ୍ୱାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ଯାଜପୁର ଜିଲ୍ଲାରୁ ମଧ୍ୟ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ୮ଜଣ, ଗୁଜରାଟରୁ ୨ଜଣ ଏବଂ ଆନ୍ଧ୍ରପ୍ରଦେଶରୁ ଜଣେ ଆକ୍ରାନ୍ତ ଫେରିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରେ ରଖାଯାଇଛି। ସେହିପରି ବଲାଙ୍ଗୀର ଜିଲ୍ଲାରୁ ଆଜି ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରୁ ୨ଜଣ ଆକ୍ରାନ୍ତ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ହୋଇଛନ୍ତିସେହିପରି କେନ୍ଦୁଝର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଉତ୍ତରପ୍ରଦେଶରୁ ଫେରିଥିବା ବେଳେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ ଜଣ ସଂକ୍ରମିତ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ କ୍ୱାରେଣ୍ଟାଇନ  ସେଣ୍ଟରରେ ରହିଥିଲେ ।


Share It

Comments are closed.