ଶାହାରୁଖ ନିଜ ପତ୍ନୀଙ୍କ ଠାରୁ ଅଧିକ ସମୟ ଏହି ମହିଳାଙ୍କ ସହ ବିତାଇଥାନ୍ତି, କିଏ ସେ ଜାଣନ୍ତୁ


ଯେଉଁଭଳି ଭାବରେ ବଲିଉଡର କିଙ୍ଗ ଖାନ ସମସ୍ତଙ୍କ ପାଇଁ ଖାସ ଅଟନ୍ତି ଠିକ ସେହିଭଳି କିଙ୍ଗ ଖାନଙ୍କ ସହ ଯୋଡି ହୋଇ ରହିଥିବା ଲୋକମାନେ ମଧ୍ୟ ସେତିକି ଖାସ ଅଟନ୍ତି । ସେଥିପାଇଁ ଶାହାରୁଖଙ୍କ ପ୍ରସଂଶକମାନେ ତାଙ୍କ ସହ ଯୋଡି ହୋଇରହିଥିବା ସମସ୍ତ କଥା ଜାଣିବା ପାଇଁ ଚାହିିଁଥାନ୍ତି, ଯାହା ଶାହାରୁଖ ନିଜେ କରିଥାନ୍ତି । ତେବେ ଆମେ ଆପଣଙ୍କୁ ଶାହାରୁଖଙ୍କ ସମ୍ବନ୍ଧୀୟ ଏମିତି କିଛି ତଥ୍ୟ କହିବା ଯାଉଛୁ, ଯାହାକୁ ଆପଣମାନେ ପୂର୍ବରୁ କେବେ ଜାଣିନଥିବେ ।
ଆଜ୍ଞା ହିଁ, ଆଜି ଆମେ ଶାହାରୁଖଙ୍କ ସେହି ସୁନ୍ଦରୀ ମ୍ୟାନେଜରଙ୍କ ବିଷୟରେ କହିବା ଯାହାଙ୍କୁ ଶାହାରୁଖଙ୍କ ସହ ସବୁବେଳେ ଦେଖିବାକୁ ମିଳିଥାଏ । ଉଭୟଙ୍କୁ ପ୍ରଥମ ଥର ପାଇଁ କ୍ୟାମେରାର ସାମନା କରୁଥିବାର ଦେଖିବାକୁ ମିଳିଛି ।
ପ୍ରକାଶ ଥାଉକି ୮ ତାରିଖରେ ଶାହାରୁଖ ଓ ତାଙ୍କ ସ୍ତ୍ରୀଙ୍କ ଗୌରୀ ଖାନ, ଇଶା ଅମ୍ବାନୀଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାକୁ ଶାହାରୁଖଙ୍କ ସହ କେବଳ ଗୌରୀ ଖାନ ଯାଇନଥିଲେ ତାଙ୍କ ସହ ମ୍ୟାନେଜର ‘ପୂଜା ଡାଡଲାନୀ’ ମଧ୍ୟ ଯାଇଥିଲେ ।
ସେହି ସମୟର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଦେଖି ବର୍ତ୍ତମାନ ସମସ୍ତେ କହୁଛନ୍ତି ‘ଶାହାରୁଖଙ୍କ ସ୍ତ୍ରୀ ଠାରୁ ତାଙ୍କ ମ୍ୟାନେଜର ବହୁତ ସୁନ୍ଦର ଦେଖାଯାଉଛନ୍ତି । ’
ପୂଜା ଶାହାରୁଖଙ୍କ ସହ ଅନେକ ବର୍ଷ ହେବ କାମ କରୁଛନ୍ତି । ମିଳିଥିବା ସୂଚନା ମୁତାବକ ଶାହାରୁଖଙ୍କ ସଫଳତା ପଛରେ ପୂଜାଙ୍କ ମଧ୍ୟ ଅନେକ ଭୂମିକା ରହିଛି । ପୂଜାଙ୍କ ସମେତ ଶାହାରୁଖଙ୍କ ଆଉ ଜଣେ ମ୍ୟାନେଜର ଥିବାବେଳେ ବର୍ତ୍ତମାନ ପୂଜା ହେଉଛନ୍ତି ତାଙ୍କ ପାଇଁ ସବୁଠାରୁ ଖାସ । ଶାହାରୁଖଙ୍କ କୋ-ପ୍ରଡୁସରଙ୍କ ମଧ୍ୟରୁ ପୂଜା ହେଉଛନ୍ତି ଅନ୍ୟତ୍ତମ । ସେ ଶାହାରୁଖଙ୍କ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସର’ ନିର୍ମାତା ମଧ୍ୟ ଥିଲେ ।


Share It

Comments are closed.