ମରୁଡ଼ି ସହନଶୀଳ କିସମ ଜରିଆରେ ଚାଉଳ ଅମଳର ସୁରକ୍ଷା

ଏସକେ ମୋଶରଫ ହୁସେନ, ଭାନୁ ପ୍ରତାପ ଭଦୁରିଆ, ସ୍ୱାତି ନାୟକ


ଭୁବନେଶ୍ୱର: ଓଡ଼ିଶାର ଏକ ପ୍ରଧାନ ଖାଦ୍ୟ ହେଉଛି ଚାଉଳ । ଓଡ଼ିଶାରେ ଚାଉଳ ମୁଖ୍ୟତଃ ଆର୍ଦ୍ର ଋତୁରେ ୩.୬ ନିୟୁତ ହେକ୍ଟରରେ ବଢ଼ିଥାଏ ଯେଉଁଥିରୁ ୬୫% ବୃଷ୍ଟିପାତ ଜନିତ ହୋଇଥାଏ । ଜଳସେଚନ, ବର୍ଷାଜଳ ଉପରିଭାଗ ଏବଂ ବର୍ଷାଜଳ ନିମ୍ନଭାଗ ହେଉଛି ଓଡ଼ିଶାରେ ଚାଉଳ ଉତ୍ପାଦନର ତିନୋଟି ପ୍ରମୁଖ ପରିବେଶ । ବର୍ଷାଜଳ ପ୍ରବାହିତ ପରିବେଶରେ ଚାଉଳ ଚାଷ ପାଖାପାଖି ୧୯% କ୍ଷେତ୍ରରେ ହୋଇଥାଏ । ଏହି ପରିବେଶ ଜଳାଭାବ, ନିମ୍ନ ଉତ୍ପାଦନ ଏବଂ ବାରମ୍ବାର ଶସ୍ୟ ବିଫଳତା ଦ୍ୱାରା ବର୍ଣ୍ଣିତ ଯାହାକି କୃଷି ସମୁଦାୟର ଉଚ୍ଚ ଦୁର୍ବଳତାର କାରଣ ହୋଇଥାଏ । ଏସକେ ମୋଶରଫ ହୁସେନଙ୍କ ଅନୁଯାୟୀ, ଏନଏସଏସଓର ସର୍ଭେର ୭୦ତମ ପର୍ଯ୍ୟାୟ ଆଧାରରେ ଏକ ରାଜ୍ୟର ହାରାହାରି ୫୬୧୮ଟଙ୍କା ତୁଳନାରେ ସୁନ୍ଦରଗଡ଼ ଏବଂ ସମ୍ବଲପୁରରେ ଏକ ହାରାହାରି କୃଷି ପରିବାର ମାସକୁ ଯଥାକ୍ରମେ ୬୯୫୯ଟଙ୍କା ଏବଂ ୬୨୪୩ଟଙ୍କା ରୋଜଗାର କରନ୍ତି । ଏହି ଦୁଇଟି ଜିଲାରେ ଆର୍ଦ୍ର ଋତୁରେ ଜଳ ଅଭାବ ପ୍ରତି ବର୍ଷର ଘଟଣା ଅଟେ ଯାହାକି ଫସଲ ବିଫଳ ଏବଂ ନିମ୍ନମାନର କୃଷି ଉତ୍ପାଦନର କାରଣ ହୋଇଥାଏ । ଜଳବାୟୁ ଜନିତ ପରିବର୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ବିବିଧ ସମାଧାନ ଆଣିବା ଲାଗି ଆଇଆରଆରଆଇ ଏହି ଦୁଇଟି ଜିଲ୍ଲାରୁ ତିନୋଟି ବ୍ଲକର କୃଷକମାନଙ୍କ ସହିତ ଯୋଡ଼ିହୋଇଛି । ଏହି ଅଂଚଳଗୁଡ଼ିକରେ କୃଷକମାନେ ସାଧାରଣତଃ ଭୂବନ, ଲଲାଟ, ଖଣ୍ଡଗିରି, ଏମଟିୟୁ ୧୦୧୦, ପୁନିଆ ଭଳି କିସମ ଉତ୍ପାଦନ କରନ୍ତି ଯାହାକି କେବଳ ପୁରୁଣା ନୁହଁନ୍ତି ବରଂ ଏଗୁଡ଼ିକର କୌଣସି ମରୁଡ଼ି ସହନଶୀଳ ଗୁଣ ମଧ୍ୟ ନାହିଁ ।


ଆଇଆରଆରଆଇ ୨୦୧୯ରେ ଏହାର ଚାପ ସହନଶୀଳତାର ଚାପ ପରୀକ୍ଷଣର ଏକ ଅଂଶ ଭାବେ ସୁନ୍ଦରଗଡ଼ର ନୂଆଗାଁ ଓ ବିର୍ସା ବ୍ଲକ ଏବଂ ସମ୍ବଲପୁରର ମଣେଶ୍ୱର ବ୍ଲକକୁ ଚୟନ କରିଥିଲା । ଏହି ପରିପ୍ରେକ୍ଷରରେ ଭାନୁ ପ୍ରତାପ ଭଦୁରିଆ କହିଛନ୍ତିଯେ, “ଆଇଆରଆରଆଇ ସ୍ଥାନୀୟ ଏନଜିଓଗୁଡ଼ିକ ସହିତ ସହାୟତାରେ ୧୦୦ଜଣ କୃଷକଙ୍କ ସହ ମିଶି ଦୁଇଟି ଦକ୍ଷ ଚାପ ସହନଶୀଳ କିସମ ଡ଼ିଆରଆର ୪୪ ଏବଂ ସହଭାଗିଧନକୁ ପରିଚିତ କରାଇଥିଲା । ସହଭାଗିଧନ ଏକ ୧୦୫ ଦିନ କିସମ ଯାହାକି ନିମ୍ନଭୂମି ପାଇଁ ପ୍ରଯୁଜ୍ୟ । ସେହିଭଳି ଡିଆରଆର ୪୪ର ୧୦୪ ଦିନର ଅବଧି ରହିଥାଏ, ଯାହାକି ମଧ୍ୟଭାଗ ଅଂଚଳରେ ପ୍ରବର୍ତନ କରାଯାଇଥିଲା, ଯେଉଁଠାରେ ଆର୍ଦ୍ର ଋତୁରେ ଜଳ ଉପଲବ୍ଧତା ଏକ ଆହ୍ୱାନ ହୋଇଥାଏ । ଜଳ ସମସ୍ୟା ଜନିତ ପରିସ୍ଥତି ବିରୁଦ୍ଧରେ ଠିଆ ହେବାପାଇଁ ସହଭାଗିଧନ ଏବଂ ଡିଆରଆର ୪୪ର କ୍ଷମତା ସେମାନଙ୍କ ଉତ୍ପାଦନରୁ ଅନ୍ୟ ପାରମ୍ପରିକ କିସମଗୁଡ଼ିକ ତୂଳନାରେ ସ୍ପଷ୍ଟ ହୋଇଥିଲା ।’ କୃଷି ବିଶେଷଜ୍ଞ ସ୍ୱାତି ନାୟକ କହିଛନ୍ତିଯେ, ବର୍ଷାର ଅନିୟମିତତା ସତ୍ୱେ ଏହି କିସମଗୁଡ଼ିକ ଚାଷିଙ୍କ ପାଇଁ ଭଲ ଅମଳ କରିଥିଲେ । କୃଷକମାନେ ପ୍ରତି ହେକ୍ଟର ପିଛା ପାଖାପାଖି ୧ଟନର ହାରାହାରି ଉତ୍ପାଦନ ହାସଲ କରିବାକୁ ସକ୍ଷମ ହୋଇଥିଲେ । ମରୁଡ଼ି ସହନଶୀଳତା ସହିତ ଉତମ ଉତ୍ପାଦନ ହେଉଛି ଏହି କିସମଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ।
ଏମଟିୟୁ ୧୦୧୦ ବିପକ୍ଷରେ ସହଭାଗିଧନ ବ୍ୟବହାର କରିଥିବା ଗାନ୍ଧୀ ମରାଇ ନାମକ ଜଣେ କୃଷକ ବର୍ଣ୍ଣନା କରିଛନ୍ତି ଯେ ସେ ପ୍ରତି ହେକ୍ଟର ପିଛା ଏମଟିୟୁ ୧୦୧୦ ଦ୍ୱାରା ମାତ୍ର ଏକ ଟନ ତୂଳନାରେ ସହଭାଗିଧନ ସହିତ ୩.୨ ଟନ ଅମଳ କରିପାରିଥିଲେ । ସେହିଭଳି ସୁନ୍ଦରଗଡ଼ ବିର୍ସା ବ୍ଲକର ଜଣେ ମହିଳା ଚାଷି ରେଖା ମହାତୋ ଡ଼ିଆରଆର ୪୪ ସହିତ ହେକ୍ଟର ପିଛା ୪.୫ ଟନ ଅମଳ କରିଥିଲେ । ତାଙ୍କ ଅନୁଯାୟୀ ଏହା ମରୁଡ଼ି ପରିସ୍ଥିତିରେ ତାଙ୍କ ଗ୍ରାମବାସୀଙ୍କ ପାଇଁ ସୌଭାଗ୍ୟ ଆଣିଥିଲା ।
କୃଷି ଅଧିକାରୀ, ବିହନ ଡିଲର ଏବଂ ସିବିଏସଇ କେନ୍ଦ୍ରରେ ମହିଳା ଏବଂ ପୁରୁଷ ଚାଷିଙ୍କ ସହ ସମନ୍ୱୟ ରକ୍ଷା କରି ଆଇଆରଆରଆଇ ଏହି ଦୁଇଟି କିସମର ପ୍ରୋତ୍ସାହନକୁ ସୁଗମ କରୁଛି । ଆଇଆରଆରଆଇ ବ୍ଲକ କୃଷି କାର୍ଯ୍ୟାଳୟ ସହିତ ସମନ୍ୱୟ ରକ୍ଷା କରିବ ଏବଂ ଏହି କାର୍ଯ୍ୟକାରୀ କରୁଥିବା ଏନଜିଓମାନଙ୍କୁ ଅଧିକ ହସ୍ତଗତ ସହାୟତା ଏବଂ ତଦାରଖ ପ୍ରଦାନ କରିବ ଯଦ୍ୱାରା ଲକ୍ଷସ୍ଥଳଗୁଡ଼ିକରେ ଏହି ହସ୍ତକ୍ଷେପ ଏବଂ ବିସ୍ତାର ଜାରି ରହିବ ।


Share It

Comments are closed.