ମକର ସଂକ୍ରାନ୍ତିରେ ଶ୍ରୀ ବଳଦେବଜିଉ ମନ୍ଦିରରେ ୧୪୪ ଧାରା ଜାରି


ପବିତ୍ର ମକର ସଂକ୍ରାନ୍ତି ଅବସରରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜିଉଙ୍କ ମନ୍ଦିରରେ ଗହଳି ଆଶଙ୍କା କରି ସାଧାରଣ ଦର୍ଶନ ବାରଣ କରାଯାଇଛି । ଶ୍ରୀବଳଦେବଜିଉଙ୍କ ମନ୍ଦିର ସମେତ ଜିଲ୍ଲାର ଅନ୍ୟ ଧାର୍ମିକ ପୀଠରେ ଦିଅଁ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ଏଥିପାଇଁ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ତରଫରୁ ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ଏଥିସହ ଏହିଦିନ ନଦୀକୂଳ, ସମୁଦ୍ରତଟ, ଗଡ଼ିଆ, ପୋଖରୀ କୂଳରେ ସାମୂହିକ ସ୍ନାନ ତଥା ଜନସମାଗମ ଉପରେ ରୋକ୍‌ ଲାଗିଛି । ସେହିପରି ଉକ୍ତ ଦିନ ଶ୍ରୀବଳଦେବଜିଉ ମନ୍ଦିରାଞ୍ଚଳରେ ମଧ୍ୟ ଜନସମାଗମା ଆଶଙ୍କାରେ ୧୪୪ ଧାରା ଜାରି କରାଯାଇଛି ।ଜାନୁଆରୀ ୧୨ ତାରିଖ ରାତି ୯ଟା ପରଠାରୁ ୧୫ ତାରିଖ ସକାଳ ୯ଟା ଯାଏ ଶ୍ରୀବଳଦେବଜିଉଙ୍କ ମନ୍ଦିରଠାରୁ ରଥଦାଣ୍ଡ ସମେତ ମାଉସୀମା’ ମନ୍ଦିର ଯାଏ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ଉପଜିଲ୍ଲାପାଳ ତଥା ମନ୍ଦିର ପ୍ରଶାସକ ନିରଞ୍ଜନ ବେହେରା ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।


Share It

Comments are closed.