ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଭାରତ’ ଗତ କାଲି ଇଦ୍ ଅବସରରେ ସମସ୍ତ ସିନେମା ହଲ ମାନଙ୍କରେ ରିଲିଜ ହୋଇଥିବାବେଳେ ଏହି ଚଳଚିତ୍ରକୁ ନେଇ ଦର୍ଶକଙ୍କ ଠାରୁ ଆରମ୍ଭ କରି ଫିଲ୍ମ କ୍ରିଟିକ୍ସ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି । ଏହି ମଧ୍ୟରେ ସଲମାନ ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ସଲମାନ ନିଜ ବଡିଗାର୍ଡଙ୍କୁ ଚାପୁଡା ମାରିବାର ଦୃଶ୍ୟ ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି ଏହି ଭିଡିଓଟି ହେଉଛି ଗତ କାଲିର, ଯେତେବେଳେ ସଲମାନ ଏକ ସିନେମା ହଲରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଙ୍ଗରେ ସାମିଲ ହୋଇଥିଲେ । ଏହି ଫିଲ୍ମର ସ୍କ୍ରିନିଙ୍ଗ ଅବସରରେ ଫିଲ୍ମ ଜଗତର ଅନେକ କଳାକାର ମଧ୍ୟ ସାମିଲ ହୋଇଥିଲେ । ସଲମାନଙ୍କୁ ଦେଖିବା ପାଇଁ ସିନେମା ହଲ ବାହାରେ ତାଙ୍କର ଅନେକ ପ୍ରଶଂସା ଭିଡ ମଧ୍ୟ ଜମିଥିଲା । ଉକ୍ତ ପ୍ରଶଂସଙ୍କ ମଧ୍ୟରେ ସଲମାନଙ୍କୁ ଦେଖିବା ପାଇଁ କୁନି କୁନି ପିଲାମାନେ ମଧ୍ୟ ଥିଲା ।
ସଲମାନଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ବଢୁଥିବା ଭିଡକୁ ଦେଖି ବଡି ଗାର୍ଡ ନର୍ଭସ ହୋଇ ଯାଇଥିଲା । ସଲମାନଙ୍କୁ ଏହି ଭିଡରୁ ରକ୍ଷା କରିବାକୁ ଯାଇ ବଡି ଗାର୍ଡ ଜଣକ ନର୍ଭସ ହୋଇଯାଇଥିଲା ଏବଂ ସମସ୍ତ ପ୍ରଶଂସକଙ୍କୁ ଧକ୍କା ମାରିବାକୁ ଲାଗିଥିଲା । ବଡିଗାର୍ଡଙ୍କ ଧକ୍କାରେ ଏକ କୁନି ପ୍ରଶଂସକ ଜଣକ ତଳେ ଗଳି ପଡିଥିଲା, ଯାହାର ଦୃଶ୍ୟ ସଲମାନଙ୍କ ନଜରରେ ପଡିଥିଲା । ସଲମାନ ଏହାକୁ ଦେଖି ଖୁବ କ୍ରୋଧିତ ହୋଇଯାଇଥିଲେ ଏବଂ ସର୍ବସାଧାରଣରେ ଉକ୍ତ ବଡିଗାର୍ଡ ଜଣକୁ ଚାପୁଡା ମାରିଲା । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାର ଲାଗିଛି ।
Comments are closed.