ରିଲିଜ ହେଲା ସାଲାର’ ଫିଲ୍ମର ଟିଜର , ପ୍ରଭାସଙ୍କ ଆକ୍ସନରେ ଉଡିଲା ଫ୍ୟାନ୍ସଙ୍କ ହୋସ , ଦେଖନ୍ତୁ ଭିଡ଼ିଓ


‘କେଜିଏଫ୍’ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଆଗାମୀ ଚଳଚ୍ଚିତ୍ର ‘ସାଲାର’ର ଟିଜର ରିଲିଜ ହୋଇଛି। ପ୍ରଭାସଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସାଲାର’ର ଟିଜର ରିଲିଜ୍ ହେବା ପରେ ଏହା ସୋସିଆଲ ମିଡ଼ିଆରେ ଛାଇ ଯାଇଛି । ପ୍ରଶଂସକଙ୍କୁ ଭେଟି ଦେବାକୁ ଯାଇ ଏହି ଆକ୍ସନ୍-ଥ୍ରୀଲର ଫିଲ୍ମର ଟିଜର ଜୁଲାଇ ୬ ଅର୍ଥାତ୍ ଆଜି ଗୁରୁବାର ଦିନ ସକାଳ ୫:୧୨ ମିନିଟ୍ ରେ ରିଲିଜ କରାଯାଇଛି । ତେବେ ‘ସାଲାର’ର ଏହି ଜବରଦସ୍ତ ଟିଜର ରିଲଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ବେଶ ଭାଇରାଲ୍ ହେବାରେ ଲାଗିଛି । ତେବେ ଟିଜର ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ସାଲାରର ଏହି ଟିଜର କେଜିଏଫ୍ ର ସ୍ମୃତିକୁ ତାଜା କରିଛି । ଏହି ଟିଜରକୁ ଏପର୍ଯ୍ୟନ୍ତ ୩୫ ମିଲିୟନ ଲୋକେ ଦେଖିସାରିଛନ୍ତି । ସୂଚନାଥାଉ କି, ‘ସାଲାର୍’ (Salaar) ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ଯରୁ ଅନ୍ୟତମ ।
ଦେଖନ୍ତୁ- https://youtu.be/bUR_FKt7Iso
ଏଥିରେ ପ୍ରଥମ ଥର ଲାଗି ଆକ୍ସନ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଓ ଆକ୍ସନ୍ ସୁପରଷ୍ଟାର ପ୍ରଭାସଙ୍କୁ ଏକାଠି ଦେଖିବାକୁ ମିଳିବ। ପ୍ରଶାନ୍ତ ନୀଲ କେଜିଏଫ୍ ର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଭାସଙ୍କ ବାହୁବଲୀ ଫ୍ରାଞ୍ଚାଇଜ୍ ସବୁଠୁ ବଡ଼ ଚଳଚ୍ଚିତ୍ର ଭାବରେ ପରିଗଣିତ ହୋଇଛି। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଫିଲ୍ମଟି ବେଶ ଖାସ୍ ଅଟେ । କେଜିଏଫ ୨ ଓ କାନ୍ତାରା ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ପରେ ‘ସାଲାର୍’ ହେଉଛି ହୋମ୍ବଲେ ଫିଲ୍ମସ୍ ପରବର୍ତ୍ତୀ ବଡ଼ ପ୍ରୋଜେକ୍ଟ । ତେବେ ଏହା ବକ୍ସ ଅଫିସରେ ଅନେକ ନୂତନ ରେକର୍ଡ ସୃଷ୍ଟି କରିବା ବୋଲି ଆଶା କରାଯାଉଛି ।

ଏହି ଫିଲ୍ମରେ ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍ , ଶ୍ରୁତି ହାସନ ଓ ଜଗପତି ବାବୁ ନଜର ଆସିବେ । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୮ ସେପ୍ଟେମ୍ବର ୨୦୨୩ରେ ବଡ଼ ପରଦାରେ ରିଲିଜ ହେବ ।

ପ୍ରକାଶ ଥାଉ କି, ‘ସାଲାର’ ସହ ପ୍ରଭାସ ‘ପ୍ରୋଜେକ୍ଟ କେ’ ରେ ମଧ୍ଯ ନଜର ଆସିବେ । ତେବେ ନିକଟରେ ପ୍ରଭାସଙ୍କ ଆଗାମୀ ଫଲ୍ମ ‘ପ୍ରୋଜେକ୍ଟ କେ’ କୁ ନେଇ ବରିଷ୍ଠ ନିର୍ଦ୍ଦେଶକ ତମାରେଡ଼ି (Tammareddy bharadwaj) ଫିଲ୍ମର ବକ୍ସ ଅଫିସ ସମ୍ଭାବନାକୁ ନେଇ ଏକ ସମ୍ବେଦନଶୀଳ ଦାବି କରିଛନ୍ତି । ନାଗ ଅଶ୍ବିନଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ ଦିଶା ପଟାନି ଓ କମଲ ହାସନଙ୍କ ପରି ବହୁ ବଡ଼ ବଡ଼ ଷ୍ଟାର ଏଥିରେ ନଜର ଆସିବେ । ତେବେ ନାଗ ଅଶ୍ବିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ବେଶ ପ୍ରଶଂସା କରିଛନ୍ତି ନିର୍ଦ୍ଦେଶକ ତମାରେଡ଼ି । ସେ କହିଛନ୍ତି ଯେ, ପ୍ରଭାସଙ୍କ ଅଭିନୟ ଓ ଭଲ କାହାଣୀ ଏହାକୁ ଦମଦାର କରିଦେବ । ଏହି ଫିଲ୍ମ ପ୍ରଥମ ଦିନରେ ନିଶ୍ଚିତ ୫୦୦ କିମ୍ବା ୬୦୦ କୋଟି ବକ୍ସ ଅଫିସ କଲେକସନ୍ କରିବ।


Share It

Comments are closed.