ଆଜି ମୁମ୍ବାଇକୁ ଭେଟିବ ରାଜସ୍ଥାନ, ପ୍ଲେ ଅଫ ଦୈଡରେ ରହିବା ପାଇଁ ହେବ ଲଢେଇ


ଆଇପିଏଲ୍‌ର ୫୧ତମ ଲିଗ୍‌ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ଉଭୟ ଦଳ ନିକଟରେ ସୀମିତ ସୁଯୋଗ ରହିଛି । ଉଭୟ ଦଳ ପାଇଁ ବିଜୟ ଏକମାତ୍ର ପନ୍ଥା । ସବୁ ଗଣିତକୁ ଭୁଲି କେବଳ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ଉଭୟ ଦଳ ପ୍ରୟାସ କରିବେ ।

ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ୧୨ଟି ମ୍ୟାଚ୍‌ ଖେଳି ଦଳ ୧୦ ପଏଣ୍ଟ ହାସଲ କରିଛି ଏବଂ ରନ୍‌ ରେଟ୍‌ -୦.୩୩୭ ରହିଛି । ଶେଷ ୨ଟି ମ୍ୟାଚ୍‌ରେ ରୟାଲ୍ସ ଦଳ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଉଭୟ ମ୍ୟାଚ୍‌ ଜିତିବା ଜରୁରୀ । ଚତୁର୍ଥ ସ୍ଥାନ ପାଇଁ ଦୌଡରେ ଥିବା ୪ଟି ଯାକ ଦଳ(ନାଇଟ୍‌ ରାଇଡର୍ସ, ପଞ୍ଜାବ କିଙ୍ଗ୍‌ସ, ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ)ର ପଏଣ୍ଟ ସଂଖ୍ୟା ୧୨ ରହିଲେ ଉଭୟ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ୍‌ରୁ ବାଦ ପଡ଼ିବେ ।

ଉଦାହରଣ ସ୍ୱରୂପ ରାଜସ୍ଥାନ ରୟାଲ୍ସ ୧ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲେ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ନାଇଟ୍‌ ରାଇଡର୍ସକୁ ଶେଷ ମ୍ୟାଚ୍‌ରେ ୭୫ ରନ୍‌ରେ ହରାଇବାକୁ ପଡ଼ିବ । ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଛି । ୧୦ ପଏଣ୍ଟ ହାସଲ କରିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସର ରନ୍‌ ରେଟ୍‌ -୦.୪୫୩ ରହିଛି । ଶେଷ ୨ଟି ମ୍ୟାଚ୍‌ରେ ଦଳ ଯଥାକ୍ରମେ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଉଭୟ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଯଥାକ୍ରମେ ୧୦୦ ରନ୍‌ ଲେଖାଏଁ ବ୍ୟବଧାନରେ ଜିତିବାକୁ ପଡ଼ିବ । ଏହା ସହ ରୟାଲ୍ସ ମଧ୍ୟ ଶେଷ ମ୍ୟାଚ୍‌ରେ ନାଇଟ୍‌ ରାଇଡର୍ସକୁ ହରାଇବା ଜରୁରୀ । ଏହା ସମ୍ଭବ ହେଲେ ମୁମ୍ବାଇର ପଏଣ୍ଟ ୧୪ରେ ପହଞ୍ଚିବ ଓ ୧୨ ପଏଣ୍ଟ ସହ ଚତୁର୍ଥରେ ଥିବା ନାଇଟ ରାଇଡର୍ସର ପଏଣ୍ଟ ବଢି ପାରିବ ନାହିଁ ।

ରାଜସ୍ଥାନ ରୟାଲ୍ସ: ଏଭିନ ଲୁଇସ, ଯଶସ୍ୱୀ ଜୈସ୍ୱାଲ, ସଞ୍ଜୁ ସାମସନ (ଅଧିନାୟକ), ଡେଭିଡ୍‌ ମିଲର/ଲାଏମ ଲିଭିଙ୍ଗଷ୍ଟୋନ, ଶିବମ ଦୁବେ, ରିୟାନ ପରାଗ, ରାହୁଲ ତେୱାତିଆ, କ୍ରିସ୍‌ ମୋରିସ, ଚେତନ ସକରିୟା, କାର୍ତ୍ତିକ ତ୍ୟାଗୀ/ଜୟଦେବ ଉନାକାତ, ମୁସ୍ତାଫିଜୁର ରେହମାନ ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(ଅଧିନାୟକ), କ୍ୱିଣ୍ଟନ ଡି କକ୍‌, ସୂର୍ଯ୍ୟକୁମାର ଯାଦବ, କିରେନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ସୌରଭ ତିୱାରୀ, ନାଥାନ କଲ୍ଟର ନାଇଲ/ଆଡାମ ମିଲନେ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ।


Share It

Comments are closed.