ଉଭୟ ସୌନ୍ଦର୍ଯ୍ୟ ଓ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ ଗୋଲାପ, ଜାଣନ୍ତୁ କିଭଳି


ଗୋଲାପ ନିଜର ସୌନ୍ଦର୍ଯ୍ୟ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ସମାନ ରୁପେ ଏହା ଆମ ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ବେଶ ସହାୟକ ହୋଇଥାଏ । ସବୁବେଳେ ଫଳ ଏବଂ ପନିପରିବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ହାଇଥାଏ ବୋଲି ଆମେ ଜାଣିଥାଉ କିନ୍ତୁ ଫୁଲଦ୍ୱାରା ସ୍ୱାସ୍ଥ୍ୟକୁ ଲାଭ ମିଳିବା ଖୁବ୍ କମ୍ ଶୁଣାଯାଇଥାଏ । ଫୁଲ ମଧ୍ୟ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୁର କରିଥାଏ । ତେବେ ସେହିଭଳି ଗୋଲାପ ଫୁଲର ମଧ୍ୟ ଅନେକ ଉପକାରିତା ରହିଛି । ଆସନ୍ତୁ ଜାଣିବା..

ଗୋଲାପ ପାଖୁଡାର ପ୍ରୟୋଗ ଦ୍ୱାରା ଚର୍ମ ସମ୍ବନ୍ଧିତ ବିଭିନ୍ନ ରୋଗକୁ ଦୂର କରାଯାଇଥାଏ । ଗୋଲାପ ପାଖୁଡା ଗୁଡିକ ଚର୍ମକୁ ଥଣ୍ଡା ରଖିବା ସହିତ, ଏଥିରୁ ପ୍ରସ୍ତୁତ ଗୁଲକନ୍ଦ ହଜମ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଛାତି ପୋଡିବା, ବାନ୍ତି, ଗଳା ପୋଡିବା ଭଳି ରୋଗରେ ମଧ୍ୟ ଗୋଲାପ ଫୁଲର ରସ ଅମୃତ ଭାବରେ କାମ କରିଥାଏ ।
-ଶରୀର କୁଣ୍ଡାଇ ହେଉଥିଲେ ଗୋଲାପର ରସ ଲେମ୍ବୁ ରସ ସହିତ ମିଶାଇ ଲଗାଇବା ଦ୍ୱାରା କୁଣ୍ଡାଇ ହେବା ଠିକ୍ ହୋଇଯାଇଥାଏ ।

-ଗୋଲାପ ଜଳରେ ୧କପ୍ କମଳା ରସ, ୧/୪ ଚୂନ ପାଣି ମିଶାଇ ଏହି ମିଶ୍ରଣକୁ 2 ଥର ପିଇବା ଦ୍ୱାରା ବାନ୍ତି, ଗଳା ପୋଡିବା ଏବଂ ହୃଦଘାତ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଯେଉଁ ମାନଙ୍କର ହଜମ ସମ୍ବନ୍ଧୀୟ ସମସ୍ୟା ରହିଥାଏ ସେମାନେ ଖାଦ୍ୟ ଖାଇ ସାରିବାପରେ ଗୁଲକନ୍ଦ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ହୋଇଥାଏ ।
-କାନ ଯନ୍ତ୍ରଣା ହେଉଥିଲେ ଗୋଲାପ ପାଖୁଡାର ରସକୁ କିଛି ବୁନ୍ଦା ପକାଇବା ଦ୍ୱାରା ଆରାମ ମିଳିଥାଏ ।
-ଗୋଲାପ ଫୁଲ, ଲବଙ୍ଗ, ଚିନି ଏବଂ ଗୋଲାପ ଜଳର ବୁନ୍ଦା ମିଶାଇ ଟାବଲେଟ୍ ପ୍ରସ୍ତୁତ କରନ୍ତୁ । ଯଦି ପାଟିରୁ ଦୁର୍ଗନ୍ଧ ଆସୁଥାଏ , ତେବେ ଏହାକୁ ଖାଇବା ଦ୍ୱାରା ପାଟିର ଗନ୍ଧ ଦୂର ହୋଇଥାଏ ।
ଶରୀର ପୋଡା ହେଉଥିଲେ ଗୋଲାପ ଜଳ ଏବଂ ଚନ୍ଦନକୁ ମିଶାଇ ପୋଡା ହେଉଥିବା ସ୍ଥାନରେ ଲଗାଇବା ଦ୍ୱାରା ଆରାମ ମିଳିଥାଏ ।
-ମୁଣ୍ଡ ବିନ୍ଧା ହେଉଥିଲେ ଧଳା ଚନ୍ଦନ ରେ କର୍ପୁର ଏବଂ ଗୋଲାପ ଜଳ ମିଶାଇ ମଥାରେ ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧା କମିଯାଇଥାଏ ।
-ଅତ୍ୟଧିକ ଗରମ ହେବା କିମ୍ବା ଗରମରେ ଏଲର୍ଜୀ ହେଉଥିଲେ ୧୦ଗ୍ରାମ୍ ଗୋଲାପ ପାଖୁଡା, ୫ଟି ଅଳେଇଚ ଏବଂ ଗୋଲମରିଚ,୧୦ଗ୍ରାମ୍ ମିଶ୍ରିକୁ ମିଶ୍ରଣ କରି ଏହାକୁ ପେଷି ପ୍ରତ୍ୟେକ ୪ଘଣ୍ଟାରେ ପାଣିସହ ମିଶାଇ ପିଅନ୍ତୁ , ଆରାମ ମିଳିବ ।


Share It

Comments are closed.