WhatsApp ରେ ଅମୂଲ ତରଫରୁ ୬୦୦୦ଟଙ୍କା ରୋଜଗାର କରିବାର ସୁଯୋଗ ? ଏଭଳି ମେସେଜ ପାଇଲେ ରୁହନ୍ତୁ ସାବଧାନ, ନଚେତ ଖାଲି ହୋଇଯିବ ଆକାଉଣ୍ଟ


ଦେଶ ତଥା ବିଶ୍ବରେ ଦ୍ରୁତ ଗତିରେ ଡିଜିଟାଲ କାରବାର ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ସହିତ ସାଇବର ଅପରାଧ ଏବଂ ଡିଜିଟାଲ ଠକେଇ ମାମଲା ମଧ୍ୟ ବୃଦ୍ଧି ପାଉଛି। ଆର୍ଥିକ ଠକେଇ ଏବଂ ଆପଣଙ୍କର ବ୍ୟକ୍ତିଗତ ସୂଚନା ଚୋରି କରିବା ପାଇଁ ହ୍ୟାକରମାନେ ଅନେକ ଉପାୟ ବ୍ୟବହାର କରୁଛନ୍ତି | ସେଥି ମଧ୍ୟରୁ ଗୋଟିଏ ହେଉଛି ହ୍ବାଟସଆପରେ ମେସେଜରେ ଲିଙ୍କ୍ ମାଧ୍ୟମରେ ଉପଭୋକ୍ତାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିଦେବା । ଆଜିକାଲି ଡୈରି ପ୍ରଡକ୍ଟ ତିଆରି କରୁଥିବା କମ୍ପାନୀ ଅମୁଲ ନାମରେ ଲୋକଙ୍କୁ ଟାର୍ଗେଟ କରାଯାଉଛି। ଯଦି ଆପଣ ଅମୁଲ ଠାରୁ ଏକ ମେସେଜ ପାଇଛନ୍ତି, ଯାହା ଆପଣଙ୍କୁ ମାସକୁ ୬୦୦୦ ଟଙ୍କା ରୋଜଗାର କରିବାର ସୁଯୋଗ ଦେବ, ତେବେ ସାବଧାନ ରୁହନ୍ତୁ |

ଏଥିରେ ହ୍ୟାକର ଅମୂଲଙ୍କ ପକ୍ଷରୁ ମାସିକ ୬ ହଜାର ଟଙ୍କା ଆୟର ଲୋଭନୀୟ ଅଫର ଦେଉଛନ୍ତି। ଯଦି ଆପଣଙ୍କୁ ଏମିତି ମ୍ୟାସେଜ୍‌ ମିଳିଛି ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ। ଅମୂଲ ନାମରେ ପଠା ଯାଉଥିବା ଏହି ଲିଙ୍କରେ କ୍ଲିକ୍‌ କଲେ ଆପଣଙ୍କ କମ୍ପ୍ୟୁଟରରେ ଏକ ନୂଆ ବ୍ରାଉଜର ଖୋଲି ଯାଉଛି। ଏହି ପେଜ୍‌ ଶୀର୍ଷରେ ଅମୂଲର ଲୋଗୋ ରହିଥିବା ବେଳେ ଅମୂଲର ୭୫ତମ ସ୍ଥାପନା ବାର୍ଷକ ଅବସରରେ ଆପଣଙ୍କ ଲାଗି ସରପ୍ରାଇଜ ଅଫର ଦେଖିବାକୁ ମିଳୁଛି। କିଛି ପ୍ରଶ୍ନ ଓ ପରେ ବାକ୍ସରେ କ୍ଲିକ୍‌ କରି ଉପହାର ଜିତିବାର ସୁଯୋଗ ଆଦି ଦେଖା ଯାଉଛି। ଏହା ପରେ ଆପଣ ମ୍ୟାସେଜ୍‌ ୫ଟି ହ୍ୱାଟସଆପ ଗ୍ରୁପ ଅଥବା ୨୦ ଜଣଙ୍କ ହ୍ୱାଟସ୍‌ ଆପରେ ସେୟାର କରିବାକୁ କୁହାଯାଉଛି।


ତେବେ ନିଜେ ଅମୂଲ ଏପରି କିଛି କ୍ୟାମ୍ପେନ ଚଳାଇ ନଥିବା ତାଙ୍କ ଟ୍ୱିଟ୍‌ରେ ସୂଚିତ କରିଛନ୍ତି। ଲୋକଙ୍କୁ ଠକେଇ ଉଦ୍ଦେଶ୍ୟରେ କେହି ଏପରି ଚାଲ ଚଳାଇଥାଇପାରେ ବୋଲି କୁହାଯାଇଥିବା ବେଳେ ଏଥିପ୍ରତି ସତର୍କ କରାଯାଇଛି। ଏହା ଏକ ସ୍ପାମ ଲିଙ୍କ ଏଥିରେ କ୍ଲିକ୍‌ ନ କରିବା ଲାଗି ଅମୂଲ ସତର୍କ କରାଇଛନ୍ତି। ହୁଏତ ହ୍ୟାକର୍ସ ଏପରି ସ୍ପାମ ମାଧ୍ୟମରେ ୟୁଜରଙ୍କ ଫୋନରୁ ବ୍ୟାଙ୍କ ଆକାଉଣ୍ଟ ବାବଦ ତଥ୍ୟ ଚୋରି କରି ଠକେଇ କରିପାରନ୍ତି ବୋଲି ସତର୍କ କରାଇଛନ୍ତି।

ଏ ସମ୍ପର୍କରେ ଅମୂଲ ଜାଣିବା ପରେ ଲିଙ୍କର ଯାଞ୍ଚ କରାଇଛନ୍ତି। ହୁଏତ ହ୍ୟାକର୍ସ ଏହି ଲିଙ୍କ ମାଧ୍ୟମରେ ଲୋକଙ୍କ ଫୋନ ଅଥବା କମ୍ପ୍ୟୁଟରରେ ମାଲୱେର ଅପଲୋଡ କରିପାରନ୍ତି ବୋଲି ଏବେ ଆଶଙ୍କା କରାଯାଉଛି। ଯଦି କାହା ହ୍ୱାଟସ୍‌ ଏପ୍‌ରେ ଏପରି କୌଣସି ମ୍ୟାସେଜ୍ ଆସିଥାଏ ତେବେ ତୁରନ୍ତ ଏହାକୁ ରିପୋର୍ଟ କରନ୍ତୁ ଅଥବା ବ୍ଲକ୍‌ କରନ୍ତୁ ବୋଲି କୁହାଯାଇଛି।


Share It

Comments are closed.