ରିଅଲ୍‌ମି ପକ୍ଷରୁ ସର୍ବୋତମ ୪ଜି ଫ୍ଲାଗ୍‌ସିପ୍ ସ୍ମାର୍ଟଫୋନ ସହିତ ଏହାର ଅନ୍ୟାନ୍ୟ ଉତ୍ପାଦର ଶୁଭାରମ୍ଭ


ଭୁବନେଶ୍ୱର: ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍‌ମି ପକ୍ଷରୁ ଆଜି ଏହାର ନୂତନ ଫ୍ଲାଗ୍‌ସିପ୍ ସ୍ମାର୍ଟଫୋନ୍ ସିରିଜ୍ ରିଅଲ୍‌ମି ଏକ୍ସ୩ ଓ ଏକ୍ସ୩ ସୁପର୍ ଜୁମ୍ ସହିତ ଏଆଇଓଟି ଅଫରିଙ୍ଗ୍‌ସ- ରିଅଲ୍‌ମି ବଡ୍‌ସ କ୍ୟୁ ଓ ରିଅଲ୍‌ମି ଆଡ୍‌ଭେଂଚରର୍ ବ୍ୟାକ୍‌ପ୍ୟାକ୍‌ର ଶୁଭାରମ୍ଭ କରାଯାଇଛି । ଏହି ଉତ୍ପାଦଗୁଡିକର ଶୁଭାରମ୍ଭ ୨୦୨୦ରେ ଭାରତରେ ଏକ ଟେକ୍‌-ଟ୍ରେଣ୍ଡସେଟର୍ ବ୍ରାଣ୍ଡରେ ପରିଣତ ହେବା ନେଇ କମ୍ପାନୀର ଲକ୍ଷ୍ୟ ସହ ଜଡିତ । ଏହି ସରିଜ୍‌ର ଶୁଭାରମ୍ଭ କରି ରିଅଲ୍‌ମି ଇଣ୍ଡିଆର ସିଇଓ ଏବଂ ରିଅଲ୍‌ମିର ଉପାଧ୍ୟକ୍ଷ ମାଧବ ସେଠ୍ କହିଛନ୍ତି ଯେ, “ଗ୍ରାହକଙ୍କ ସହିତ ଆମର ସମ୍ବନ୍ଧକୁ ଅଧିକ ମଜଭୁତ କରିବା ପାଇଁ ଆଜି ଆମେ ଆମର ସର୍ବୋତମ ୪ଜି ଫ୍ଲାଗ୍‌ସିପ୍ ସିରିଜ୍‌, ଦ ରିଅଲ୍‌ମି ଏକ୍ସ୩ ଓ ଏକ୍ସ୩ ସୁପର୍‌ଜୁମ୍ ସହିତ ରିଅଲ୍‌ମି ବଡ୍‌ସ କ୍ୟୁ, ରିଅଲ୍‌ମି ଆଡ୍‌ଭେଂଚରର୍ ବ୍ୟାକ୍‌ପ୍ୟାକ୍‌ର ଶୁଭାରମ୍ଭ କରିଛୁ ।”
ଉଭୟ ରିଅଲ୍‌ମି ଏକ୍ସ୩ ଓ ଏକ୍ସ୩ ସୁପର୍‌ଜୁମ୍‌ରେ ୭ଏନ୍‌ଏମ୍ କ୍ୱାଲ୍‌କମ୍ ସ୍ନାପ୍‌ଡ୍‌ରାଗନ୍ ୮୫୫+, ୬୪ଏମ୍‌ପି କ୍ୱାଡ୍‌କ୍ୟାମେରା, ୪୨୦୦ ମେଗାହର୍ଜ ବ୍ୟାଟେରୀ ସହିତ ୩୦ ୱାଟ୍ ଡାର୍ଟ ଚାର୍ଜ ଓ ୧୨୦ ଜିଏଚ୍‌ଜେଡ୍ ଡୁଆଲ ପଂଚ୍ ହୋଲ୍ ଡିସ୍‌ପ୍ଲେ ରହିଛି । ରିଅଲ୍‌ମି ଏକ୍ସ୩ ସୁପର୍‌ଜୁମ୍‌ରେ ଏକ ୫ଏକ୍ସ ପେରିସ୍କୋପ୍ ଟେଲିଫଟୋ ଲେନ୍ସ ରହିଛି ଯାହା ୬୦ ଗୁଣ ହାଇବ୍ରିଡ୍ ଜୁମ୍‌କୁ ସପୋର୍ଟ କରୁଛି ଏବଂ ଏହା ଦୁଇଟି ଭାରିଆଂଟ୍ ଯେପରିକି ଏହାର ୮ଜିବି+୧୨୮ଜିବି ୨୭,୯୯୯ ଟଙ୍କାରେ ଓ ୩୨,୯୯୯ ଟଙ୍କାରେ ୧୨ଜିବି+୨୫୬ ଜିବିରେ ଶୁଭାରମ୍ଭ ହୋଇଛି । ସେହିଭଳି ରିଅଲ୍‌ମି ଏକ୍ସ୩ରେ ଏକ ୨ଏକ୍ସ ଟେଲିଫଟୋ ଲେନ୍ସ ରହିଛି ଯାହା ୨୦ଗୁଣ ହାଇବ୍ରିଡ୍ ଜୁମ୍‌କୁ ସପୋର୍ଟ କରୁଥିବା ବେଳେ ଏହା ଦୁଇଟି ଭାରିଆଂଟ୍ ଯେପରିକି ୨୫,୯୯୯ ଟଙ୍କାରେ ୮ଜିବି+୧୨୮ଜିବି ଓ ୨୪,୯୯୯ ଟଙ୍କାରେ ୬ଜିବି+୧୨୮ ଜିବିରେ ଶୁଭାରମ୍ଭ ହୋଇଛି । ଉଭୟ ରିଅଲ୍‌ମି ଏକ୍ସ୩ ଓ ଏକ୍ସ୩ ସୁପର୍‌ଜୁମ୍ ଦୁଇଟି ରଙ୍ଗ ଯଥାକ୍ରମେ ଗ୍ଲେସିୟର ବ୍ଲୁ ଓ ଆର୍କଟିକ୍ ହ୍ୱାଇଟ୍‌ରେ ଶୁଭାରମ୍ଭ ହୋଇଥିବା ବେଳେ ଏହା ରିଅଲ୍‌ମି ଡଟ୍ କମ୍ ଓ ଫ୍ଲିପ୍‌କାର୍ଟରେ ଆସନ୍ତା ଜୁନ୍ ୩୦ ତାରିଖ ଦିନ ୧୨ଟାରୁ ଉପଲବ୍ଧ ହେବ ।
ଏହାର ବଡ୍‌ସ କ୍ୟୁ କିଛି ହାଇ-ଏଣ୍ଡ ଫିଚର ଯେପରିକି ୧୦ଏମ୍‌ଏମ୍ ଡାଇନାମିକ୍ ବାସ୍ ବୁଷ୍ଟର ଡ୍ରାଇଭର, ୧୧୯ ଏମ୍‌ଏସ୍ ସୁପର-ଲୋ ଲାଟେନ୍ସି ଗେମିଙ୍ଗ ମୋଡ୍‌, ୨୦ ଘଂଟାର ଦୀର୍ଘ ବ୍ୟାଟେରୀ ଲାଇଫ୍‌, ଓ ଆହୁରି ଅନେକ ଫିଚର ସହିତ ୩ଟି କ୍ଲାସିକ୍ କଲର୍ କ୍ୱାଇଟ୍ ବ୍ଲାକ୍‌, କ୍ୱାଇଟ୍ ହ୍ୱାଇଟ୍ ଓ କ୍ୱାଇଟ୍ ୟେଲୋରେ ୧୯୯୯ ଟଙ୍କାରେ ଆସନ୍ତା ଜୁଲାଇ ୧ ତାରିଖ ଦିନ ୧୨ଟାରୁ ରିଅଲ୍‌ମି ଡଟ୍ କମ୍ ଓ ଆମାଜନ୍‌ରେ ଉପଲବ୍ଧ ହେବ । ସେହିପରି ଏହାର ଟ୍ରାଭେଲ୍ ବର୍ଗରେ ପ୍ରଥମ ଥର ପାଇଁ ରିଅଲ୍‌ମି ପକ୍ଷରୁ ଏକ ଆଡ୍‌ଭେଂଚରର୍ ବ୍ୟାକ୍‌ପ୍ୟାକ୍ ଶୁଭାରମ୍ଭ କରାଯାଇଛି ଯାହା ଟ୍ରେଣ୍ଡ ସେଟିଙ୍ଗ ଡିଜାଇନ୍ ଓ ସ୍ମାର୍ଟ ଫିଚର ପ୍ରଦାନ କରୁଛି । ଏହି ବ୍ୟାକ୍‌ପ୍ୟାକ୍ ରିଅଲ୍‌ମି ଡଟ୍ କମ୍‌, ଫ୍ଲିପ୍‌କାର୍ଟ ଓ ଆମାଜନ୍‌ରେ ୧ ଜୁଲାଇ ଦିନ ୧୨ଟାରୁ ଉପଲବ୍ଧ ହେବ ଏବଂ ଏହାର ମୂଲ୍ୟ ୧୪୯୯ ଟଙ୍କା ରହିଛି ।


Share It

Comments are closed.