ଗୁରୁତର ରୋଗୀକୁ ଷ୍ଟ୍ରେଚରରେ ବୋହିନେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ଆମ୍‌ୁଲାନ୍ସ କର୍ମଚାରୀମାନେ ନିଜର ସହୃଦୟତା ଦେଖାଇ ଗୁରୁତର ଅସୁସ୍ଥ ରୋଗୀକୁ ପାହାଡ଼ ନାଳ ଡ଼େଇଁ ଷ୍ଟ୍ରେଚରରେ ବୋହିଆଣି ସମାଜ ନିକଟରେ ସୃଷ୍ଟିକରିଛନ୍ତି ଆଉଏକ ଉଦାହରଣ । ଘଟଣାଟି ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବଣ୍ଡାବାଡ଼ି ଗ୍ରାମରେ, ଯେଉଁଠି ଗ୍ରାମକୁ କୌଣସି ଗାଡ଼ି ଯିବାର ସୁବିଧା ଉପଲବ୍ଧ ନାହିଁ । ସୂଚନା ମୁତାବକ ବଣ୍ଡାବାଡ଼ି ଗ୍ରାମର ରାବୁଣୁ ମାଝୀଙ୍କ ପୁଅ, ଜୟରାମ ମାଝୀ (୨୮ ବର୍ଷ) କୌଣସି ଏକ ରୋଗରେ ପୀଡ଼ିତହୋଇ ଶାରୀରିକ ଦୁର୍ବଳତାହେତୁ ଘରେ ପଡ଼ିରହିଥିଲେ । କିନ୍ତୁ ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବା ସହିତ, ଘର ଲୋକମାନେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ।
ଗ୍ରାମକୁ ପକ୍କା ରାସ୍ଥା ନଥିବାରୁ ୨ କି.ମି ଦୂରରେଥିବା ଏକ ଛକରେ ଆମ୍ବୁଲାନ୍ସଟି ଅଟକି ରହିଥିଲା । ପରେ ଆମ୍ବୁଲାନ୍ସ ଡ୍ରାଇଭର, ସିଙ୍ଗପୁରୀ କ୍ରିଷ୍ଣା, ଫାର୍ମାସିଷ୍ଟ, ନଳିନୀକାନ୍ତ ବିଡ଼ିକା ଏବଂ ହେଲପର ସୀମାଚଂଳ ସାହୁକାର ଚାଲିଚାଲି ବଣ୍ଡାବାଡ଼ି ଗ୍ରାମରେ ପହଚିଂଥିଲେ । ଜୟରାମଙ୍କ ଅବସ୍ଥା ଗୁରୁତର ଥିବାର ଦେଖି ଆମ୍ବୁଲାନ୍ସ କର୍ମଚାରୀମାନେ ଗ୍ରାମବାସୀଙ୍କ ସହାୟରେ ରୋଗୀଙ୍କୁ ଦୀର୍ଘ ୨ କିଲୋମିଟର ପାହାଡ଼ ନାଳ ଅତିକ୍ରମକରି ଷ୍ଟ୍ରେଚରରେବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପରେ ଜୟରାମଙ୍କୁ ଆମ୍ବୁଲାନ୍ସଯୋଗେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଚାଂଇଥିଲେ । କିନ୍ତୁ ରୋଗୀଙ୍କ ଅବସ୍ଥ୍‌ା ଗୁରୁତରଥିବାରୁ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ଆଗରୁ୧୦୮ଆମ୍ବୁଲାନ୍ସ କର୍ମଚାରୀମାନେ ଅନେକଥର ରୋଗୀ ମାନଙ୍କୁ ଷ୍ଟ୍ରେଚରରେ ବୋହି ନେବାସହିତ ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟକରି ଅନ୍ୟମାନଙ୍କଠାରୁ ପ୍ରଂଶସା ସାଉଁଟିପାରିଛନ୍ତି ।


Share It

Comments are closed.