କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିପାରନ୍ତି ରାହୁଲ ଗାନ୍ଧୀ


ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ତାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ କରିବାକୁ ପ୍ରସ୍ତୁତ ହେଊୁଛି। ତେବେ ଏହାର ଠିକ୍ ପୂର୍ବରୁ ଦଳକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ। ଗୁଲାମ ନବୀ ଆଜାଦଙ୍କ ପରି ବରିଷ୍ଠ ନେତାମାନେ ନିର୍ବାଚନ ପୂର୍ବରୁ ଦଳରୁ ଇସ୍ତଫା ଦେଇସାରିଛନ୍ତି। ଏଥି ସହ ଶଶି ଥରୁର, ମନୀଷ ତିୱାରୀ ଏବଂ କାର୍ତ୍ତି ଚିଦାମ୍ବରମ୍ ଭୋଟର ତାଲିକା ପ୍ରକାଶ କରିବାକୁ ଦାବି କରି ନିଜର ମନୋଭାବ ପ୍ରଦର୍ଶନ କରିଛନ୍ତି। କେବଳ ଏତିକି ନୁହେଁ, କଂଗ୍ରେସ ଦଳର ନେତୃତ୍ୱ କାହା ଉପରେ ନ୍ୟସ୍ତ କରାଯିବ, ତାକୁ ନେଇ ଦଳ ମଧ୍ୟ ଏକ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ବର୍ତ୍ତମାନ ଦଳରେ ଅନେକ ବିଶ୍ୱାସ କରୁଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନେଇବାକୁ ହେବ।

ଶୁକ୍ରବାର ସନ୍ଧ୍ୟାରେ ରାହୁଲ ଗାନ୍ଧୀ ତାଙ୍କର ବିଦେଶ ଯାତ୍ରାରୁ ଫେରିବାର ସମ୍ଭାବନା ରହିଛି। ଏହା ମଧ୍ୟ କୁହାଯାଉଚି ଯେ, ଆଗକୁ ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରେ ଲଢ଼ିବାକୁ ଦଳୀୟ ନେତା ରାହୁଲ ଗାନ୍ଧୀଙ୍କୁ ମନାଇବାରେ ଶେଷ ପ୍ରୟାସ କରିବେ। ସୂଚନାଥାଉକି ୨୦୧୯ ଲୋକସଭା ନିର୍ବାଚନରେ ହାରିବା ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏମିତି ବି ଚର୍ଚ୍ଚା ହେଉଛି ଯେ, ତାଙ୍କୁ ଦଳରୁ କୁହାଯାଇଛି ଯେ, ଗାନ୍ଧୀପରିବାରରୁ କେହିବି ଅଧ୍ୟକ୍ଷ ପଦରେ ରହିବେ ନାହିଁ।

ରାହୁଲ ଗାନ୍ଧୀଙ୍କ ପରାମର୍ଶଦାତାଙ୍କ ପକ୍ଷରୁ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ଚଳିତ ବର୍ଷର ଜାତୀୟ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ରାହୁଲଙ୍କ ନିକଟତରଙ୍କର କହିବା କଥା ହେଲା “ଦଳ ପାଇଁ ଏହା ଏକମାତ୍ର ଉତ୍ତମ ସମାଧାନ ହୋଇଥିବାରୁ ତାଙ୍କୁ ମନାଇବା ପାଇଁ ଉଦ୍ୟମ କରାଯାଉଛି। ତାଙ୍କ ସମ୍ମତିକୁ ଅସ୍ୱୀକାର କରାଯାଇପାରିବ ନାହିଁ। ରବିବାର ଦିନ ଦିଲ୍ଲୀରେ ମୁଦ୍ରାସ୍ଫୀତି ବିରୋଧରେ ରାଲି ସଫଳ ହୋଇଛି ଏବଂ ତା’ପରେ ଭାରତ ଯୋଡ ଯାତ୍ରା ମଧ୍ୟ ସଫଳ ହୋଇଛି।


Share It

Comments are closed.