ଅର୍ଥନୀତିର ପୁନଃଉଦ୍ଧାର ପାଇଁ ଯୁଦ୍ଧକାଳୀନଭିତ୍ତିରେ କାମ କରୁଛି ପେଟ୍ରୋଲିୟମ ବିଭାଗ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୫ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଦେଶରେ ତୈଳ ଓ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ କ୍ରିୟାନ୍ୱିତ ହେଉଥିବା ବିଭିନ୍ନ ୨୫ଟି ବୃହତ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ତୈଳ ଏବଂ ଗ୍ୟାସ ଶିଳ୍ପ ଦେଶର ଅର୍ଥନୀତିର ପୁନଃଉଦ୍ଧାର ପାଇଁ ମଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବା ସହ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନଙ୍କ ସମୀକ୍ଷାରୁ ଜଣାପଡିଛି ଯେ ଓଡିଶାର ପାରାଦୀପ ରିଫାଇନାରୀରେ ଚାଲୁଥିବା ୫୬୫୪ କୋଟି ପ୍ରକଳ୍ପ ବିଶିଷ୍ଟ ଇଥାଲିନ୍ ଗ୍ଲାଇକଲରେ ଚଳିତବର୍ଷ ସୁଦ୍ଧା ୩୪୬ କୋଟି ଖର୍ଚ୍ଚ ହୋଇଛି । ସେହିପରି ୩୩୩୮ କୋଟିର ପାରାଦୀପ- ହାଇଦ୍ରାବାଦ ପାଇପଲାଇନ ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୨୦୦ କୋଟି, ପାରାଦୀପରେ ଏଲପିଜି ଆମଦାନୀର ସୁବିଧା ପ୍ରକଳ୍ପର ମୂଲ୍ୟ ୬୯୦ କୋଟି ରହିଛି ଓ ଏହି ପ୍ରକଳ୍ପରେ ଏବେ ସୁଦ୍ଧା ୨୭ କୋଟି ଖର୍ଚ୍ଚ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷାରୁ ଜଣାପଡିଛି ।
ଏହି ଅବସରରେ ସେ କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରଣାଳୟ ସଙ୍କଟକୁ ସୁଯୋଗରେ ପରିଣତ କରିପାରିଛି ଏବଂ ଏହି କ୍ଷେତ୍ରର ଅଭିବୃଦ୍ଧି ତଥା ନିଯୁକ୍ତି ସଯୋଗ ସୃଷ୍ଟି କରିବା ଦିଗରେ ମିଶନ ମୋଡରେ କାମ କରୁଛନ୍ତି । ଚଳିତବର୍ଷ ଏପ୍ରିଲ ୨୦ ଠାରୁ କୋଭିଡ୍ ନିୟମର ପାଳନ କରି ତୈଳ ଓ ଗ୍ୟାସ ଶିଳ୍ପ ଗୁଡିକ ଦେଶରେ ୮ ହଜାର ୩୬୩ଟି ପ୍ରକଳ୍ପର କାର୍ଯ୍ୟ ପୁନର୍ବାର ଆରମ୍ଭ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୫.୮୮ ଲକ୍ଷ କୋଟି ଟଙ୍କା ହେବ । ସେହିପରି ଦେଶରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ କ୍ରିୟାନ୍ୱିତ ହେଉଥିବା ଏହି ୨୫ଟି ବୃହତ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧, ୬୭,୨୪୮ କୋଟି ଟଙ୍କା ରହିଛି ଓ ୭୬,୫୬,୮୨୫ ଶ୍ରମ ଦିବସ ସୃଷ୍ଟି କରିପାରିଛି ।
ଶ୍ରୀ ପ୍ରଧାନ କହିଛନ୍ତି ୨୦୨୦-୨୧ ଆର୍ôଥକ ବର୍ଷ ପାଇଁ ପ୍ରକଳ୍ପ ଗୁଡ଼ିକର ଆନୁମାନିକ ମୂଲ୍ୟରୁ ୧.୨୦ ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଥିଲା । ଏଥିରୁ ୧୫ ଅଗଷ୍ଟ ୨୦୨୦ ସୁଦ୍ଧା ୨୬ ହଜାର ୫୭୬ କୋଟି ମୂଲ୍ୟର ପୁଞ୍ଜିନିବେଶ ହାସଲ କରିଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ତୈଳ ଓ ଗ୍ୟାସ କମ୍ପାନୀ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ୨୪ କୋଟି ଶ୍ରମ ଦିବସ ସୃଷ୍ଟି କରି ନିଯୁକ୍ତି ଯୋଗାଇଦେବାର ସମ୍ବଳ ରଖିଛି । ଏହି ଅର୍ଥ ନିବେଶ ସୃଷ୍ଟି କରିବ ଏବଂ ଦେଶର ଅର୍ଥନୀତିର ପୁନରୁଦ୍ଧାର କରିବା ସହ ଦେଶରେ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ।
ସୂଚନାଯୋଗ୍ୟ, କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ରିଫାଇନାରୀ ପ୍ରକଳ୍ପ, ଜୈବ ରିଫାଇନାରୀ, ଅନ୍ୱେଷଣ ଓ ଉତ୍ପାଦନ ପ୍ରକଳ୍ପ, ବଜାର ଭିତ୍ତିଭୂମି ପ୍ରକଳ୍ପ, ପାଇପଲାଇନ, ସିଟି ଗ୍ୟାସ ବିତରଣ(ସିଜିଡ଼ି) ପ୍ରକଳ୍ପ ଭଳି ଅନେକ ଜଏଣ୍ଟ ଭେନଚର୍ ପ୍ରକଳ୍ପ ଗୁଡ଼ିକର ଶ୍ରୀ ପ୍ରଧାନ ସମୀକ୍ଷା କରିଥିଲେ । ଓଡିଶାର ଉପରୋକ୍ତ ପ୍ରକଳ୍ପ ସମେତ ଦେଶରେ ଚାଲୁଥିବା ପ୍ରକଳ୍ପର ସମୀକ୍ଷା ପେଟ୍ରୋଲିୟମ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କରାଯାଇଥିଲା । ସମୀକ୍ଷାରୁ ଜଣାପଡିଛି ଯେ ଦେଶରେ ପେଟ୍ରୋଲିୟମ ବିଭାଗ ଅଧୀନରେ କ୍ରିୟାନ୍ୱିତ ହେଉଥିବା ୨୨,୯୦୦ କୋଟିର ପିଲି ଆଡିସନ ପ୍ରକଳ୍ପର ଏବେ ସୁଦ୍ଧା ଖର୍ଚ୍ଚ ହୋଇଛି ୧୭୦୯ କୋଟି, ରାଜସ୍ଥାନ ରିଫାଇନାରୀ ଏବଂ ପେଟ୍ରୋକେମିକାଲ ଲିମିଟେଡ୍‌ର ମୂଲ୍ୟ ୪୩,୧୨୯ ରହିଥିବା ବେଳେ ଖର୍ଚ୍ଚ ହୋଇଛି ୯୪୭ କୋଟି , ୨୬୫୯ କୋଟିର ପଶ୍ଚିମ ଅଫସୋର ବେସିନରେ ଏକ୍ସପ୍ଲାଟୋରି ଡ୍ରିଲିଂ ପ୍ରକଳ୍ପରେ ଖର୍ଚ୍ଚ ୭୪୨ କୋଟି, ୨୬୨୬୪ କୋଟିର ବିକାଶ ବିଶୋଧନାଗାର ଅତ୍ୟାଧୁନିକ କାରଖାନା ପ୍ରକଳ୍ପରେ ଖର୍ଚ୍ଚ ୬୮୫ କୋଟି, ଏନ୍ନର-ଥିରୁଭାଲପୁର-ବେଙ୍ଗଲୁରୁ-ପୁରୁଚେରି-ନାଗାପାଟିନମ-ମୁଦୁରାଇ-ଟୁଟିକୋରିନ ପ୍ରାକୃତିକ ଗ୍ୟାସ ପ୍ରକଳ୍ପର ମୂଲ୍ୟ ୬୦୨୫ କୋଟି ରହିଥିବା ବେଳେ ୫୭୧ କୋଟି ଖର୍ଚ୍ଚ ହୋଇଛି । ସେହିପରି ମୁମ୍ବାଇରେ ଡ୍ରିଲିଂ ଡେଭଲପମେଂଟରେ ୧୫୧୬ କୋଟି ଟଙ୍କା ପ୍ରକଳ୍ପରେ ୫୧୪ କୋଟି ଖର୍ଚ୍ଚ ହୋଇଛି, ନିଲମ ଏବଂ ହିରା ଆସେଟରେ ଡ୍ରିଲିଂ ବିକାଶରେ ୧୩୨୫ କୋଟି ପ୍ରକଳ୍ପରେ ୪୮୮ କୋଟି ଖର୍ଚ୍ଚ ହୋଇଛି, ୩୬୯୬ କୋଟିର ୩୦’କ୍ରୁଡ୍ ଅଏଲ ପାଇପଲାଇନ ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୩୧୩ କୋଟି , ୫,୯୦୯ କୋଟିର କୋଚି କୋଟ୍ଟାନଡ୍ ବାଙ୍ଗାଲୋର-ମାଙ୍ଗାଲୋର ପ୍ରକଳ୍ପରେ ଖର୍ଚ୍ଚ ୩୦୦ କୋଟି, ୨୪୦୯ କୋଟିର ମୁମ୍ବାଇ ହାଇ ସାଉଥ ରି-ଡେଭଲପମେଂଟ୍ ଫେଜ୍‌-୪ ପ୍ରକଳ୍ପରେ ଖର୍ଚ୍ଚ ୧୯୯ କୋଟି, ୩୨୮୯ କୋଟିର କୋଚି ରିଫାଇନାରୀରେ ଥିବା ମୋଟର ସ୍ପିରିଟ୍ ବ୍ଲକ ପ୍ରକଳ୍ପରେ ଖର୍ଚ୍ଚ ୧୪୬ କୋଟି, ୫୨୪୬ କୋଟି ଟଙ୍କାର କୋଚି ଠାରେ ପ୍ରପଲିନ୍ ଡେରିଭେଟିଭ୍ ପେଟ୍ରୋକେମିକାଲ୍ ପ୍ରକଳ୍ପରେ ଖର୍ଚ୍ଚ ୧୦୯ କୋଟି, ୫୦୬୦ କୋଟିର ମୁମ୍ବାଇ ରିଫାଇନାରୀ ସଂପ୍ରସାରଣ ପ୍ରକଳ୍ପରେ ଖର୍ଚ୍ଚ ୧୦୩ କୋଟି, ୬୫୩ କୋଟିର ନାଡୁଆ ପୂର୍ବ ଖାଗୋରିଜାନ ପ୍ରକଳ୍ପରେ ଖର୍ଚ୍ଚ ୭୮ କୋଟି, ୧୮୧୦ କୋଟିର ବିଏସ-୬ ପ୍ରକଳ୍ପରେ ଖର୍ଚ୍ଚ ୭୩ କୋଟି, ୨୨୮୩ କୋଟିର ଲାଇଫ ଏକ୍ସଟେନକ୍ସନ ଅଫ୍ ୱେଲ ପ୍ଲାଟଫର୍ମରେ ଖର୍ଚ୍ଚ ୭୨ କୋଟି, ୨୪୩୩ କୋଟିର ଧୋବି ଦୁର୍ଗାପୁର-ପାଇପଲାଇନ ପ୍ରକଳ୍ପରେ ଖର୍ଚ୍ଚ ୫୮ କୋଟି, ସିପିସିଏଲର ବିଏସ-୬ର ପ୍ରକଳ୍ପ ମୂଲ୍ୟ ୧୮୫୮ କୋଟି ଓ ଖର୍ଚ୍ଚ ହୋଇଛି ୫୧ କୋଟି, ଆଇଓସିଏଲ ଦ୍ୱାରା ୧୬୩୬ କୋଟିର ପାନୀପଥ ରିଫାଇନାରୀ ଠାରେ ଏନସିୟୁ (ଫେଜ୍‌-୧)ର ସଂପ୍ରସାରଣ ପ୍ରକଳ୍ପରେ ଖର୍ଚ୍ଚ ୫୧ କୋଟି, ଏନଆରଏଲ ଦ୍ୱାରା ଆସାମ ଠାରେ ୧୭୫୦ କୋଚିର ଟୁଜି ଇଥାନଲ ପ୍ଲାଂଟରେ ଖର୍ଚ୍ଚ ୪୫ କୋଟି, ୯୦୬ କୋଟିରେ ଗୁଜୁରାଟ ରିଫାଇନାରୀରେ ଭିତିଭୂମିର ବିକାଶ ଓ କୋୟାଲି ଅହମ୍ମଦନଗର ସୋଲାପୁର ପାଇପଲାଇନ ପ୍ରକଳ୍ପରେ ଖର୍ଚ୍ଚ ୨୪ କୋଟି, ୧୪,୮୧୦ କୋଟିର ବାରାଉଣି ରିଫାଇନାରୀର କ୍ଷମତା ସଂପ୍ରସାରଣରେ ଖର୍ଚ୍ଚ ୧୦ କୋଟି ହୋଇଥିବା ବୋଲି କେନ୍ଦ୍ରମନ୍ତ୍ରୀ କରିଥିବା ମୋଟ ୨୫ଟି ବୃହତ ପ୍ରକଳ୍ପର ସମୀକ୍ଷାରୁ ଜଣାପଡିଛି ।


Share It

Comments are closed.