ଟୀକା ନେବା ପରେ କରୋନାରେ ଆକ୍ରାନ୍ତ ହେଲେ ପରେଶ ରାୱଲ


ବଲିଉଡ ଅଭିନେତା ପରେଶ ରାୱଲ କରୋନା ସଂକ୍ରମିତ ହୋଇଛନ୍ତି । ପରେଶ ରାୱଲ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ପରେଶ ରାୱଲ ସୋସିଆଲ ମିଡିଆରେ କହିଛନ୍ତି, ସେ କୋଭିଡ ସଂକ୍ରମିତ ହୋଇଛନ୍ତି ଏବଂ ଏହା ସହ ସେ ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ କରୋନା ଟେଷ୍ଟ କରିବାକୁ ମଧ୍ୟ କହିଛନ୍ତି ।

ଶୁକ୍ରବାର ରାତିରେ ପରେଶ ରାୱଲ ଟ୍ୱିଟ୍ କରି କହିଛନ୍ତି, ‘ଦୁର୍ଭାଗ୍ୟବଶତଃ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତ ୧୦ ଦିନ ଧରି ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି, ଦୟାକରି ନିଜର ଟେଷ୍ଟ କରାଇନିଅନ୍ତୁ।’ ନିକଟରେ ପରେଶ ରାୱଲ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେଇଥିଲେ । ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଟିକା ନେବା ବିଷୟରେ ସୂଚନା ଦେଇଥିଲେ । ପରେଶ ତାଙ୍କ ଟ୍ୱିଟରେ ଲେଖିଥିଲେ, ‘ୱି ସେ ଭ୍ୟାକ୍ସିନ୍ । ସମସ୍ତ ନର୍ସ, ଡାକ୍ତର, ଫ୍ରଣ୍ଟଲାଇନ ୱାରକର୍ସ ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ।’


Share It

Comments are closed.