ମିସେସ୍ ବିଶ୍ୱ ସୁନ୍ଦରୀ ଟାଇଟଲ୍ ଜିତିଲେ ପ୍ରିୟଙ୍କା ଜୁନେଜା


ହରିୟାଣା ପାନିପାତର ଝିଅ ପ୍ରିୟଙ୍କା ଜୁନେଜା ଦେଶ ତଥା ରାଜ୍ୟର ନାମକୁ ସାରା ବିଶ୍ୱରେ ଆଲୋକିତ କରିଛନ୍ତି। ମେ ୧ ରୁ ୭ ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ଏମ୍‌ଏସ୍ ୟୁନାଇଟେଡ୍ ନେସନ୍ସ ୱାର୍ଲଡ ୨୦୨୨ ରେ ପ୍ରିୟଙ୍କା ବିଶ୍ୱ ସୁନ୍ଦରୀର ଆଖ୍ୟା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ୬୨ ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, କିନ୍ତୁ ଭାରତର ପ୍ରିୟଙ୍କା ସମସ୍ତଙ୍କୁ ପଛରେ ପକାଇ ମିସେସ୍ ବିଶ୍ୱସୁନ୍ଦରୀ ଟାଇଟେଲ୍ ନିଜ ନାମରେ କରିଛନ୍ତି। ଏହି ପ୍ରତିଯୋଗିତା ପାଇଁ ୭ ରାଉଣ୍ଡ ହୋଇଥିଲା। ଯେଉଁଥିରେ ପ୍ରତିଯୋଗୀମାନଙ୍କୁ ସ୍ପୋର୍ଟ୍ସ, ଟ୍ୟାଲେଣ୍ଟ, ହାଇ ଫ୍ୟାଶନ୍, ରାମ୍ପ ୱାକ୍, ପର୍ସନାଲ୍ ଇଣ୍ଟରଭ୍ୟୁ, ସାମାଜିକ ଏବଂ ସ୍ବେଚ୍ଛାସେବୀ କାର୍ଯ୍ୟ ପୋର୍ଟଫୋଲିଓ ଏବଂ ଇଭିନିଂ ଗାଉନ୍ ରାଉଣ୍ଡ ଦେଇ ଯିବାକୁ ପଡିଥିଲା। ଏହା ସହିତ, ଏକ ଇଣ୍ଟରଭ୍ୟୁ ସେସନ୍ ମଧ୍ୟ ହୋଇଥିଲା ଯେଉଁଥିରେ ପ୍ରିୟଙ୍କାଙ୍କୁ ୪୦ ମିନିଟ୍ ପାଇଁ ଜଜ୍‌ମାନେ ପ୍ରଶ୍ନ କରିଥିଲେ ।
ଇଣ୍ଟରଭ୍ୟୁ ସେସନ୍ ରେ ପଚରାଯାଇଥିବା ଅନେକ ପ୍ରଶ୍ନର ପ୍ରିୟଙ୍କାଙ୍କ ଉତ୍ତରରେ ଜଜ୍‌ମାନେ ବହୁତ ଖୁସି ହୋଇଥିଲେ। ଜଜ୍ ପଚାରିଥିଲେ, ୟୁକ୍ରେନ-ରୁଷିଆ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆପଣ କାହାକୁ ସମର୍ଥନ କରିବେ? ଏହି ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା କହିଥିଲେ ଏହି ଯୁଦ୍ଧରେ କୌଣସି ଦେଶର ନୁହେଁ ବରଂ ମାନବିକତାର ପକ୍ଷ ନେବେ। ଏହା ସହିତ ପ୍ରିୟଙ୍କାଙ୍କୁ ଆଉ ଏକ ପ୍ରଶ୍ନ ପଚରାଯାଇଥିଲା ଯେ ଦୁନିଆରେ ବଢୁଥିବା ଗ୍ଲୋବାଲ ୱାର୍ମିଂ ବିଷୟରେ ଆପଣ କ’ଣ ଭାବୁଛନ୍ତି ଏବଂ ଏହାକୁ କିପରି ସମାପ୍ତ କରାଯାଇପାରିବ? ପ୍ରିୟଙ୍କା କହିଥିଲେ, ଏଥିପାଇଁ ନିଜଠାରୁ ଆରମ୍ଭ କରିବା ଉଚିତ୍, କାରଣ ପ୍ରତ୍ୟେକ ପ୍ରଥମ ପଦକ୍ଷେପ ନିଜର ଉଠିଲେ, ରେଜଲ୍ଟ ବହୁତ ଭଲ ହେବ।

 


Share It

Comments are closed.