କଙ୍ଗନା ରାଣାୱତଙ୍କୁ କାହିଁକି ଚାପୁଡ଼ା ମାରିବାକୁ ଚାହୁଁଛନ୍ତି ପାକିସ୍ତାନୀ ଅଭିନେତ୍ରୀ


ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ନିଜର ଦମଦାର ଅଭିନୟ ଦ୍ୱାରା ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହା ସହ ଏହି ଅଭିନେତ୍ରୀ ନିଜ ବୋଲ୍ଡନେସ ପାଇଁ ମଧ୍ୟ ଜଣାଶୁଣା । ସେ ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରନ୍ତି । ତେବେ ତାଙ୍କୁ ଅନେକ ସମୟରେ ଟ୍ରୋଲ୍ ହେବାକୁ ମଧ୍ୟ ପଡ଼ିଥାଏ। ସେପଟେ କଙ୍ଗନାଙ୍କୁ ଟାର୍ଗେଟ କରିଛନ୍ତି ପାକିସ୍ତାନୀ ଅଭିନେତ୍ରୀ ନୌଶିନ ସାହା । ଏପରିକି ନୌସିନ କଙ୍ଗନାଙ୍କୁ ଚାପୁଡ଼ା ମାରିବା କଥା ମଧ୍ୟ କହିଛନ୍ତି।

ମୋମିନ୍ ସାକିବଙ୍କ ଚାଟ୍ ସୋ’ ‘ହଦ କର ଦି’କୁ ନେଇ ପାକିସ୍ତାନୀ ଅଭିନେତ୍ରୀ ନୌଶିନ୍ ଶାହା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୋ’ରେ କେଉଁ ବଲିଉଡ୍ ଅଭିନେତାଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି ପଚରାଯିବାରୁ ନୌସିନ୍ କହିଛନ୍ତି ଯେ ସେ ପ୍ରକୃତରେ କଙ୍ଗନା ରାଣାୱତଙ୍କୁ ଭେଟିବାକୁ ଚାହୁଁଛନ୍ତି ଏବଂ ତାଙ୍କୁ ଦୁଇଟି ଚାପୁଡ଼ା ମଧ୍ୟ ଦେବାକୁ ଚାହୁଁଛନ୍ତି। ସେ ଯେପରି ମୋ ଦେଶ ବିଷୟରେ ଅନାବଶ୍ୟକ କଥା କହୁଛନ୍ତି, ପାକିସ୍ତାନ ସେନା ବିଷୟରେ ସେ ଯେଭଳି ଏତେ କଥା କହୁଛନ୍ତି, ମୁଁ ତାଙ୍କ ସାହସକୁ ନମସ୍କାର କରୁଛି। ସେମାନଙ୍କ ପାଖରେ ଜ୍ଞାନ ନାହିଁ ବରଂ ଦେଶ ବିଷୟରେ କଥା ହୁଅନ୍ତି, ତାହା ମଧ୍ୟ ଅନ୍ୟ କାହାର ଦେଶ ବିଷୟରେ । ନିଜର ବିବାଦ ଓ ପୂର୍ବତନ ପ୍ରେମିକ ଓ ଅନ୍ୟାନ୍ୟ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ।

ନୌସିନ୍ କଙ୍ଗନାଙ୍କ ଜ୍ଞାନ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ପାକିସ୍ତାନରେ ଲୋକଙ୍କ ସହ ଦୁର୍ବ୍ୟବହାର ହେଉଛି ବୋଲି ଆପଣ କେମିତି ଜାଣନ୍ତି? ପାକିସ୍ତାନ ସେନା ବିଷୟରେ ଆପଣ କେମିତି ଜାଣନ୍ତି ? ଆମର ଏଜେନ୍ସିଗୁଡିକ ବିଷୟରେ ଆପଣ କିପରି ଜାଣନ୍ତି? ଆମେ ନିଜେ ଜାଣିନାହୁଁ, ଏଜେନ୍ସି ଆମ ଦେଶରେ ଅଛି, ସେନା ଆମ ଦେଶର ଅଟେ, ସେମାନେ ଆମ ସହିତ ଏସବୁ କଥା ଅଂଶୀଦାର କରନ୍ତି ନାହିଁ । ସେଗୁଡ଼ିକ ହେଉଛି ରହସ୍ୟ। କ’ଣ ନୁହେଁ?

ଶେଷରେ ସେ କଙ୍ଗନାଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ଚମତ୍କାର ଅଭିନେତ୍ରୀ। ସୁନ୍ଦର, ସେ ବହୁତ ସୁନ୍ଦର ମହିଳା । କିନ୍ତୁ ମୁଁ ଦୁଃଖିତ, ଯେତେବେଳେ ଅନ୍ୟ ଲୋକ ଏବଂ ଦେଶକୁ ସମ୍ମାନ ଦେବା କଥା ଆସେ, ଏହା ବହୁତ ଖରାପ … ସେ ଜଣେ ଉଗ୍ରବାଦୀ।

ମଙ୍ଗଳବାର କଙ୍ଗନା ରାଣାୱତ ନିଜ ଟ୍ୱିଟରରେ ଏକ ଲମ୍ବା ନୋଟ ସେୟାର କରି ଇଣ୍ଡିଆ ତୁଳନାରେ ଭାରତ କାହିଁକି ଅଧିକ ଅର୍ଥପୂର୍ଣ୍ଣ ତାହା ବର୍ଣ୍ଣନା କରି ଲେଖିଛନ୍ତି, “ଏହି ନାମକୁ ଭଲ ପାଇବା କ’ଣ? ପ୍ରଥମେ ସେମାନେ ‘ସିନ୍ଧୁ’ ଉଚ୍ଚାରଣ କରି ପାରିନଥିଲେ ଏବଂ ଏହାକୁ ଖରାପ କରିଥିଲେ। କଙ୍ଗନାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅଭିନେତ୍ରୀଙ୍କ ଚନ୍ଦ୍ରମୁଖୀ ୨ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ସେହିପରି କଙ୍ଗନାଙ୍କ ଏମରଜେନ୍ସି ମଧ୍ୟ ଚଳିତ ବର୍ଷ ରିଲିଜ୍ ହେବ।


Share It

Comments are closed.