ଭାରତ ବିରୁଦ୍ଧରେ ଜୈବିକ ଯୁଦ୍ଧର ଷଡ଼ଯନ୍ତ୍ର ରଚୁଛନ୍ତି ପାକିସ୍ତାନ ଓ ଚୀନ


ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରିବାକୁ ଚୀନ୍ ଏବଂ ପାକିସ୍ତାନ ଆଉ ପଛାଉ ନାହାନ୍ତି । ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଦୁଇ ପଡୋଶୀ ଦେଶ ଏବେ ଜୈବିକ ଯୁଦ୍ଧ କରିବାକୁ ଷଡଯନ୍ତ୍ର କରିଛନ୍ତି ଏବଂ ତିନି ବର୍ଷ ପାଇଁ ଏକ ଗୁପ୍ତ ଚୁକ୍ତି ମଧ୍ୟ କରିଛନ୍ତି।

ଦୁଇ ଦେଶ ମଧ୍ୟରେ ହୋଇଥିବା ଗୁପ୍ତ ଚୁକ୍ତି ଅନୁଯାୟୀ ଆନ୍ଥ୍ରାକ୍ସ ଭଳି ବିପଜ୍ଜନକ ଭାଇରସ ଉପରେ ଗବେଷଣା କରିବା ଠାରୁ ଜୈବିକ ଅସ୍ତ୍ର ସଂଖ୍ୟା ବୃଦ୍ଧି ନେଇ ଚର୍ଚ୍ଚା ଚାଲିଛି। କ୍ଲାଜନ୍ ନାମକ ଏକ ୟୁନିଟ୍ ଅନେକ ଗୁପ୍ତ ସୂତ୍ରରୁ ସୂଚନା ଉଦ୍ଧୃତ କରି ଏହି ଦାବି କରିଛନ୍ତି। କରୋନା ଭାଇରସ ପାଇଁ ଚୀନ୍ ସମଗ୍ର ବିଶ୍ୱରେ ସମାଲୋଚିତ ହେଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ କରୋନା ଭାଇରସ ବୁହାନର ଲ୍ୟାବରୁ ଉତ୍ପନ୍ନ ହୋଇଛି।

ସୁରକ୍ଷା ବିଶେଷଜ୍ଞ ଆଣ୍ଟୋନି କ୍ଲାନ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ବଢ଼ୁଥିବା ସଂକ୍ରାମକ ରୋଗ ଉପରେ ଗବେଷଣା କରିବା ପାଇଁ ଉକ୍ତ ଲ୍ୟାବ ପାକିସ୍ତାନୀ ସେନା ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଡେଷ୍ଟୋ) ସହିତ ଚୁକ୍ତି କରିଛି। ଏହା ବ୍ୟତୀତ ସଂକ୍ରାମକ ରୋଗର ଜୈବ ନିୟନ୍ତ୍ରଣ ଉପରେ ଗବେଷଣା ମଧ୍ୟ କରାଯିବ। ଭାରତ ବ୍ୟତୀତ ଆମେରିକା ଭଳି ପାଶ୍ଚାତ୍ୟ ଦେଶଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ବିଶ୍ୱାସ ରହିଛି। ସଂକ୍ରାମକ ରୋଗ ପାଇଁ ସେମାନଙ୍କୁ ଟାର୍ଗେଟ କରାଯିବ ଏବଂ ଏଥିପାଇଁ ଖର୍ଚ୍ଚ ଚାଇନାର ୱୁହାନ ଲ୍ୟାବ ବହନ କରିବ।


Share It

Comments are closed.