ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ତିନୋଟି ପ୍ରଳୟକାରୀ ଉଲକାପିଣ୍ଡ, କରିପାରେ ଅଧା ପୃଥିବୀକୁ ଧ୍ବଂସ


ଆଜକୁ ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ, ପୃଥିବୀରେ ଏଭଳି ଏକ ବିପର୍ଯ୍ୟୟ ଘଟିଥିଲା ​​ଯାହା ଡାଇନୋସର ସମେତ ପୃଥିବୀର ପ୍ରାୟ ୩୦ ପ୍ରତିଶତ ପ୍ରାଣୀଙ୍କୁ ବିଲୁପ୍ତ କରିଦେଇଥିଲା। ପ୍ରାୟ ୧୨ କିଲୋମିଟର ବ୍ୟାପିଥିବା ଏକ ବିଶାଳ ଉଲକାପିଣ୍ଡ ପୃଥିବୀ ସହ ଧକ୍କା ହୋଇଥିଲା। ଏହି କାରଣରୁ ପୃଥିବୀରେ ପ୍ରାୟ ୧୦୦ କିଲୋମିଟର ଚଉଡା ଏବଂ ୩୦ କିଲୋମିଟର ଗଭୀରରେ ଏକ କ୍ରାଟର ବା ଗର୍ତ ସୃଷ୍ଟି ହୋଇଥିଲା |ଗୋଟିଏ ନୁହେଁ ବରଂ ଏହିପରି ତିନୋଟି ବିପର୍ଯ୍ୟୟ ପୁଣି ଥରେ ପୃଥିବୀ ନିକଟକୁ ମାଡ଼ି ଆସୁଛି | ନାସା ସମେତ ବିଶ୍ବର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହା ଉପରେ ନଜର ରଖିଛନ୍ତି। ଯଦି ଏହି ଉଲକାପିଣ୍ଡ ପୃଥିବୀ ସହ ଧକା ହୁଏ, ତେବେ ଏହା ଏକ ବଡ଼ ବିପଦ ଆଣିପାରେ | ଏହି ଉଲକାପିଣ୍ଡ ମଧ୍ୟରୁ ଗୋଟିଏ ଜୁଲାଇ ୨୪ ରେ ଅର୍ଥାତ୍ ଆଜି ପୃଥିବୀ ନିକଟବର୍ତ୍ତୀ ହେବାକୁ ଯାଉଛି। ବୈଜ୍ଞାନିକମାନେ ଏହାର ନାମ ‘ଆଷ୍ଟେରଏଡ 2020 ଏନଡି’ ରଖିଛନ୍ତି |

ବୈଜ୍ଞାନିକଙ୍କ ଅନୁଯାୟୀ, ‘ଆଷ୍ଟେରଏଡ୍ 2020 ଏନଡି’ର ଲମ୍ବ ୧୭୦ ମିଟର ଏବଂ ଏହାର ବେଗ ପ୍ରତି ସେକେଣ୍ଡରେ ୧୩.୫ କିଲୋମିଟର ଯଥା ଘଣ୍ଟା ପ୍ରତି ୪୭,୦୦୦ କିଲୋମିଟର | ଏହା ପୃଥିବୀଠାରୁ ପ୍ରାୟ ୫୦.୮୬ ଲକ୍ଷ କିଲୋମିଟର ଦୂରତାରେ ଅତିକ୍ରମ କରିବ | ଯଦିଓ ମହାକାଶରେ ଏତେ ଦୂରତାକୁ ଉଲକାପିଣ୍ଡ ବେଗ ଅନୁଯାୟୀ ଅଧିକ ବିବେଚନା କରାଯାଏ ନାହିଁ, କିନ୍ତୁ ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ପୃଥିବୀକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ |

ତେବେ ବିଶ୍ବାସ କରାଯାଏ ଯେ ଯଦି ‘ଆଷ୍ଟେରଏଡ୍ 2020 ଏନଡି’ ପୃଥିବୀ ସହିତ ଧକ୍କା ହୁଏ, ତେବେ ଏହା ପୃଥିବୀର ଅର୍ଦ୍ଧେକ ଅଂଶକୁ ନଷ୍ଟ କରିପାରେ। ଖଗୋଲ ବିଜ୍ଞାନରେ, ଏହିପରି ଉଲକାପିଣ୍ଡକୁ ‘ପୋଟେନ୍ସିୟଲି ହେଜଡ୍ରସ’ ବା ସମ୍ଭାବ୍ୟ ବିପଜ୍ଜନକ ଆଷ୍ଟେରଏଡ୍ କୁହାଯାଏ |

ବୈଜ୍ଞାନିକମାନେ ପୃଥିବୀକୁ ଆସୁଥିବା ଦ୍ୱିତୀୟ ଉଲକାପିଣିଣ୍ଡକୁ 2016 ଡିୱାଇ ୩୦ ଭାବରେ ନାମିତ କରିଛନ୍ତି | ଏହା ପୃଥିବୀଠାରୁ ପ୍ରାୟ ୩୪ ଲକ୍ଷ କିଲୋମିଟର ଦୂରତା ଦେଇ ଅତିକ୍ରମ କରିବ | ଏହା ପୃଥିବୀର ସବୁଠାରୁ ନିକଟତର ଦେଇ ଅତିକ୍ରମ କରୁଥିବା ଉଲକାପିଣ୍ଡ ଅଟେ | ପ୍ରାୟ ୧୫ ଫୁଟ ଚଉଡା ଏହି ଉଲକାପିଣ୍ଡର ବେଗ ଘଣ୍ଟା ପ୍ରତି ୫୪ ହଜାର କିଲୋମିଟର ରହିଛି| ଏହା ପୃଥିବୀକୁ ଧକ୍କା ଦେବାର ସମ୍ଭାବନା ପ୍ରାୟ ନାହିଁ, କିନ୍ତୁ ଯଦି ଏହା ଧକ୍କା ହୁଏ ତେବେ ଏହା ପୃଥିବୀରେ ବ୍ୟାପକ ଧ୍ୱଂସ ଘଟାଇପାରେ |

ପୃଥିବୀ ନିକଟବର୍ତ୍ତୀ ତୃତୀୟ ଉଲକାପିଣ୍ଡ ୨୦୨୦ ଏମଇ୩ ଭାବରେ ନାମିତ କରାଯାଇଛି | ଏହା ପୃଥିବୀଠାରୁ ପ୍ରାୟ ୫୬ ଲକ୍ଷ କିଲୋମିଟର ଦୂରତା ଦେଇ ଅତିକ୍ରମ କରିବ | ଏହାର ଗତି ଘଣ୍ଟା ପ୍ରତି ୧୬ ହଜାର କିଲୋମିଟର ରହିବ| ଏହାର ପୃଥିବୀକୁ ଧକ୍କା ଦେବାର ସମ୍ଭାବନା ମଧ୍ୟ କମ୍, କିନ୍ତୁ ଏହା ଯଦି ଧକା ହୁଏ ତେବେ ଏହା ମଧ୍ୟ ପ୍ରବଳ ବିନାଶ ଆଣିବ |

ଏମିତିରେ ତ ଉଲକାପିଣ୍ଡର ଏକ ବୃହତ୍ତ ସଂଖ୍ୟା ମଙ୍ଗଳ ଗ୍ରହ ଏବଂ ବୃହସ୍ପତି ଗ୍ରହର କକ୍ଷରେ ଦେଖାଯାଆନ୍ତି, କିନ୍ତୁ ଏଗୁଡ଼ିକରୁ ବହୁତ କମ ପୃଥିବୀର ନୀକଟ ଦେଇ ଅତିକ୍ରମ କରିଥାନ୍ତି । ସେମାନଙ୍କର ଗତିକୁ ପୃଥିବୀ ପାଇଁ ବିପତ୍ତିଜନକ ହୋଇପାରେ, କିନ୍ତୁ ସେମାନଙ୍କ ଦୂରତା ବହୁତ ଅଧିକ ରହିଥାଏ । ତେଣୁ, ସେମାନଙ୍କର ପୃଥିବୀ ସହ ଧକା ହେବାର କମ ସମ୍ଭାବନା ରହିଥାଏ ।


Share It

Comments are closed.