ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା


ଅନ୍ତର୍ଜାତୀୟ ହକିକୁ ବାଏ ବାଏ କହିଲେ ଅଲିମ୍ପିକ ବ୍ରୋଞ୍ଜ ମ୍ୟାଡାଲ୍ ବିଜେତା ବୀରେନ୍ଦ୍ର ଲାକ୍ରା। ଏନେଇ ହକି ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ହକି ଇଣ୍ଡିଆ ଟ୍ୱିଟ୍ କରି ଲେଖିଛି ” ସଲିଡ୍ ଡିଫେଣ୍ଡର ଏବଂ ଭାରତୀୟ ପୁରୁଷ ହକି ଟିମ୍‌ର ମୁଖ୍ୟ ପ୍ରେରଣାଦାୟୀ ଖେଳାଳି ତଥା ଓଡ଼ିଶାର ଷ୍ଟାର୍ ଭାରତୀୟ ଜାତୀୟ ହକି ଟିମ୍‌ରୁ ଅବସର ଘୋଷଣା କରିଛନ୍ତି।”

୧୯୯୦ ଫେବ୍ରୁଆରୀ ୩ ତାରିଖରେ ଜନ୍ମ ହୋଇଥିବା ବୀରେନ୍ଦ୍ର ଲାକ୍ରା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଲୁଚଡ଼ା ଗ୍ରାମରେ ଜ୍ମଗ୍ରହଣ କରିଥିଲେ। ସେ ଦେଶ ପାଇଁ ୨୦୧ଟି ମ୍ୟାଚ୍ ଖେଳିଛନ୍ତି। ୨୦୧୨ରେ ଲଣ୍ଡନ ଅଲିମ୍ପିକ୍‌ରେ ସେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ସେହିପରି ଟୋକିଓ ଅଲିମ୍ପିକ ୨୦୨୦ ଟିମ୍ ଇଣ୍ଡିଆର ଉପ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବା ସହିତ ଭାରତ ବ୍ରୋଞ୍ଚ ମେଡାଲ୍‌ ଜିତି ଇତିହାସ ରଚିଥିଲା। ଏହା ୪୧ ବର୍ଷ ପରେ ଭାରତ ପ୍ରଥମ ଥର ପାଇଁ ଟୋକିଓ ଅଲିମ୍ପିକ୍‌ରେ କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇପାରିଥିଲା।

ଭାରତୀୟ ପୁରୁଷ ହକି ଟିମ୍‌ ୨୦୧୨ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଏହାପରେ ୨୦୧୩ରେ ଏସିଆ କପ୍‌ ମଧ୍ୟ ଜିତିଥିଲା। ଏହି ଦୁଇଟିଯାକ ମ୍ୟାଚ୍‌ରେ ବୀରେନ୍ଦ୍ର ହକି ଟିମ୍‌ରେ ସାମିଲ୍ ଥିଲେ। ବୀରେନ୍ଦ୍ର ଟିମ୍‌ରେ ସାମିଲ୍ ଥିବା ବେଳେ ୨୦୧୪ରେ ଭାରତୀୟ ପୁରୁଷ ଟିମ୍‌ ଇଞ୍ଚିୟନ ଏସିଆ ଗେମ୍‌ରେ ଭାରତ ଗୋଲ୍ଡ ମେଡାଲ ହାସଲ କରିଖିବା ବେଳେ ଜକାର୍ତ୍ତା ଏସିଆ ଗେମ୍‌ର ମଧ୍ୟ ଦଳ କାଂସ୍ୟ ପଦକ ଜିତିଥିଲା। ସବୁଠାରୁ ବଡ଼ ଉପଲବ୍ଧି ହେଲା ଚଳିତ ବର୍ଷ ଜାପାନ ଟୋକିଓରେ ଖେଳାଯାଇଥିବା ଅଲିମ୍ପିକ ୨୦୨୦ ଭାରତ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ମେଡାଲି ଜିତିଥିଲା । ଆଉ ଲାକ୍ରା ଧଳର ଉପ ଅଧିନାୟକ ଥିଲେ। ଏହା ପୂର୍ବରୁ ଭାରତୀୟ ହକି ଟିମ୍‌ର ଆଉ ଜଣେ ଡିଫେଣ୍ଡର କାଂସ୍ୟ ପଦକ ବିଜେତା ରୁପିନ୍ଦର ପାଲ ସିଂହ ମଧ୍ୟ ଆଜି ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଏନେଇ ସେ ମଧ୍ୟ ଟ୍ୱିଟ୍ କରି ସୂଚନା ଦେଇଥିଲେ।

୩୦ ବର୍ଷୀୟ ରୁପିନ୍ଦର ନିଜର ୧୩ ବର୍ଷର ଅନ୍ତର୍ଜାତୀୟ ହକି କ୍ୟାରିୟରରୁ ଅବସର ନେବା ନେଇ ଟ୍ୱିଟ୍ କରି ଲେଖିଥିଲେ ” ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହେଁ ଯେ ଭାରତୀୟ ହକି ଟିମ୍‌ରୁ ଅବସର ନେବା ନେଇ ମୁଁ ନିଷ୍ପତ୍ତି ନେଇଛି। ଏଇ ଗତ କିଛି ମାସ ମୋ ଜୀବନର ସବୁଠାରୁ ଉତ୍ତମ ଦିନ। ଟୋକିଓର ପୋଡିୟମରେ ଛିଡ଼ା ହୋଓଇ ମୋର ସାଥୀମାନଙ୍କ ସହିତ ମୁଁ ମୋ ଜୀବନର କିଛି ଅବିଶ୍ୱସନୀୟ ଅନୁଭୂତି ଅନୁଭବ କରିଛି ତାହା ମୁଁ ଚିରଦିନ ପାଇଁ ମନେ ରଖିବି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଭାବୁଛି ଏବେ ଯୁବ ଓ ପ୍ରତିଭାବାନ ଖେଳାଳିଙ୍କ ପାଇଁ ରାସ୍ତା ଛାଡ଼ିବାର ସମୟ ଆସିଯାଇଛି। ଯାହା ମୁଁ ବିଗତ ୧୩ ବର୍ଷରେ ଅନୁଭବ କଲି ତାଙ୍କୁ ମଧ୍ୟ ସେହି ଅନୁଭବ ଦେବାର ସମୟ ଆସିଛି ବୋଲି ରୁପିନ୍ଦର ଲେଖିଛନ୍ତି। ୨୨୩ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ଜର୍ସି ପିନ୍ଧିବା ଭଳି ଗୌରବ ଅର୍ଜନ କରି ପାରିଛି। ପ୍ରତ୍ୟେକ ମ୍ୟାଚ୍ ମୋପାଇ ଅବିସ୍ଣରଣୀୟ। ମୁଁ ଖେଳପ୍ରେମୀ ଦେଶ ପାଇଁ ଖେଳି ଧନ୍ୟ ମନେ କରୁଛି।


Share It

Comments are closed.