ରାଜ୍ୟରେ ପୁଣି ୧୦୬୮ କରୋନା ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୭୫ରେ ପହଂଚିଲା


ଜୁଲାଇ ୨୮ ମଧ୍ୟରାତ୍ର ପର୍ଯ୍ୟନ୍ତ ଓଡିଶାରେ କୋଭିଡ-୧୯ ର ୧୦୬୮ ଟି ନୂତନ ମାମଲା ଚିହ୍ନଟ ହୋଇଛି। ଏହା ବିଷୟରେ ସୂଚନା ଓ ଜନସମ୍ପର୍କ ବିଭାଗ ବୁଧବାର ରିପୋର୍ଟ କରିଛି ।

ନୂତନ ମାମଲାଗୁଡ଼ିକ ମଧ୍ୟରୁ ୬୬୨ ଟି କ୍ୱାରାଣ୍ଟିନ୍ ଏବଂ ୪୦୬ ଟି ଲୋକାଲ୍ କଣ୍ଟାକ୍ଟରେ ଅଛି | ଏହା ସହ ବର୍ତ୍ତମାନ ରାଜ୍ୟରେ ମୋଟ ପଜିଟିଭ ମାମଲା ସଂଖ୍ୟା ୨୯୧୭୫ ରେ ପହଞ୍ଚିଛି, ସେଥିମଧ୍ୟରୁ ୧୦୯୨୦ ଟି ସକ୍ରିୟ ମାମଲା ରହିଥିବାବେଳେ ୧୮୦୬୦ ଜଣ ସୁସ୍ଥ ହୋଇଛନ୍ତି ।

ମାମଲାଗୁଡ଼ିକର ଜିଲ୍ଲା ଅନୁଯାୟୀ ସବିଶେଷ ବିବରଣୀ ନିମ୍ନରେ ଉଲ୍ଲେଖ କରାଯାଇଛି | ୧. ଅନୁଗୁଳ ୨୦, ୨.ବାଲେଶ୍ବର:୨୯, ୩. ବରଗଡ:୫, ୪.ଭଦ୍ରକ:୪, ୫.ବଲାଙ୍ଗୀର:୨୬, ୬.କଟକ: ୬୧ ୭.ଦେଓଗଡ଼:୨, ୮.ଢେଙ୍କାନାଳ:୧, ୨.ଗଜପତି:୮୮, ୧୦. ଗଞ୍ଜାମ:୨୪୫, ୧୧.ଜଗତସିଂହହପୁର:୧୧, ୧୨.ଯାଜପୁର:୧୨, ୧୩.ଝାରସୁଗୁଡ଼ା:୧୨, ୧୪.କଳାହାଣ୍ଡି:୧୯, ୧୫.କନ୍ଧମାଳ:୧୧, ୧୬. କେନ୍ଦ୍ରାପଡା:୮, ୧୭.ଖୋର୍ଦ୍ଧା:୧୯୪, ୧୮. କୋରାପୁଟ:୬୬, ୧୯.ମାଲକାନଗିରି:୧ ୨୦. ମୟୂରଭଞ୍ଜ:୨୦, ୨୧.ନୱାରଙ୍ଗପୁର:୨୬, ୨୨.ନୟାଗଡ଼:୨୯, ୨୩.ନୁଆପଡା:୧୧, ୨୪.ପୁରୀ:16, ୨୫.ରାୟଗଡା:୨୪, ୨୬.ସମ୍ବଲପୁର:୨୧, ୨୭. ସୋନପୁର:୨, ୨୮.ସୁନ୍ଦରଗଡ: ୧୧୨ ।


Share It

Comments are closed.