ଭାରତରେ ୧୫ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ପାଖାପାଖି ୩୪ ହଜାର ଲୋକଙ୍କ ମୃତ୍ୟୁ


ଭାରତରେ କରୋନା ମାମଲା ୧୫ ଲକ୍ଷ ଅତିକ୍ରମ କରିଛି। ଏହି ମହାମାରୀ ଯୋଗୁଁ ଏଠାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଦେଶରେ କୋଭିଡ ଯୋଗୁଁ ପ୍ରାୟ ୩୪ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏଥି ସହିତ, ପୁରା ବିଶ୍ବରେ କରୋନାର ଗତି ଅନିୟନ୍ତ୍ରିତ ହୋଇଯାଉଛି | ରୋଗୀଙ୍କ ସଂଖ୍ୟା ୧ କୋଟି ୬୭ ଲକ୍ଷରେ ପହଞ୍ଚିଛି। ଏଥିସହ ମୃତ୍ୟୁସଂଖ୍ୟା ୬.୬୦ ଲକ୍ଷରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୮,୫୧୩ ନୂତନ ମାମଲା ସାମ୍ନାକୁ ଆସିଛି ଏବଂ ୭୬୮ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ ସମଗ୍ର ଦେଶରେ କରୋନା ପଜିଟିଭ ମାମଲା ୧୫,୩୧,୬୬୯ କୁ ବୃଦ୍ଧି ପାଇଛି | ସେଥିମଧ୍ୟରୁ ୫,୦୯,୪୪୭ ସକ୍ରିୟ ମାମଲା ରହିଥିବାବେଳେ ୯,୮୮,୦୨୯ ଲୋକ ଆରୋଗ୍ୟ ଲାଭ କରିଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଏବଂ ଏପର୍ଯ୍ୟନ୍ତ ୩୪,୧୯୪ ଜଣଙ୍କର ମୃତ୍ୟୁ ହୋଇଛି।

ସଂକ୍ରମଣ କ୍ଷେତ୍ରରେ, ଆମେରିକା ଏପର୍ଯ୍ୟନ୍ତ ମଧ୍ୟ ୧ ନମ୍ବରରେ ଅଛି ଯେଉଁଠାରେ କରୋନା ରୋଗୀଙ୍କ ସଂଖ୍ୟା ୪୪.୫୪ ଲକ୍ଷ ଅଟେ। ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଅଛି ଯେଉଁଠାରେ ରୋଗୀଙ୍କ ସଂଖ୍ୟା ୨୪.୫୫ ଲକ୍ଷରୁ ଅଧିକ ରହିଛି|

ଜୁଲାଇ ୨୮ ସୁଦ୍ଧା, କୋଭିଡ-୧୯ ର ମୋଟ ୧,୭୭,୪୩,୭୪୦ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ୪,୦୮,୮୫୫ ନମୁନା ପରୀକ୍ଷା କରାଯାଇଛି | ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ଏହି ସୂଚନା ଦିଆଯାଇଛି।


Share It

Comments are closed.