୭୬ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


୭୬ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗଣଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ନେତା ମନ୍ତ୍ରୀ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ନବୀନଙ୍କୁ ଶୁଭ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଏହାସହ ମୋଦୀ ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଧର୍ମେନ୍ଦ୍ର ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଜୀଙ୍କୁ ଜନ୍ମ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି । ୧୯୪୬ରେ ଜନ୍ମିତ ନବୀନ ଆଜି ୭୬ ବର୍ଷରେ ପାଦ ଦେଇଛନ୍ତି । ତେବେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ପୂର୍ବରୁ ନବୀନଙ୍କ ଜନ୍ମଦିନକୁ ବିଜେଡି କର୍ମୀ ମାନେ ବେଶ ଧୂମଧାମରେ ପାଳନ କରୁଥିଲେ । ନବୀନ ନିବାସରେ ହଜାର ହଜାର ସମର୍ଥକଙ୍କ ଭିଡ ଜମୁଥିଲା । କିନ୍ତୁ ଗତ କିଛି ବର୍ଷ ହେବ ଜନ୍ମଦିନ ପାଳନରୁ ଦୂରେଇ ରହିଛନ୍ତି ନବୀନ ।


Share It

Comments are closed.