ଜାତୀୟ ସ୍ତରରେ ରିଭ୍ୟୁ ହେବାକୁ ଯାଉଛି ନୀଳ ମାଧବ ପଣ୍ଡାଙ୍କ ଓଡିଆ ଫିଲ୍ମ କାଲିର ଅତୀତ


ଭୁବନେଶ୍ୱର – ମୁବି ଇଣ୍ଡିଆରେ ଷ୍ଟ୍ରିମିଙ୍ଗ ହେଉଥବା ବହୁ ଚର୍ଚ୍ଚିତ ଫିଲ୍ମ ମେକର ତଥା ଜତୀୟ ପୁରସ୍କାର ବିଜେତା, ନୀଳ ମାଧବ ପଣ୍ଡାଙ୍କ ଓଡିଆ ଫିଲ୍ମ “କାଲିର ଅତୀତ” ଖୁବ ଶୀଘ୍ର ଏମଏକ୍ସ ପ୍ଲେୟାରରେ ରିଲିଜ ହେବାକୁ ଯାଉଛି । ବସ୍ତବ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟି ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ସାତଭାୟା ସ୍ଥାନରେ ସୁଟିଙ୍ଗ ହୋଇଛି । ଆବେଗପୂର୍ଣ୍ଣ ଭାବନା ସହିତ ପ୍ରସ୍ତୁତ ଡ୍ରାମାଟିରେ ପରିବେଶ ପରିବର୍ତନ ସହିତ ମାନସିକତାର ପରିବର୍ତନକୁ ଦର୍ଶାଯାଇଛି । ପ୍ରତିଭାଶାଳୀ ଅଭିନେତା ଶ୍ରୀ ପିତବାସ ତ୍ରିପାଠୀ ଏହି ଫିଲ୍ମରେ ଅସାଧାରଣ ଅଭିନୟ କରି ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚିତ ହୋଇଛନ୍ତି ।
ଏକ ଅସାଧାରଣ ଏବଂ ବାସ୍ତବ ବାର୍ତା ପ୍ରଦାନ କରୁଥବା ପ୍ରଥମ ଓଡିଆ ଫିଲ୍ମ “କଲିର ଅତୀତ” ଚଳିତ ବର୍ଷ ଓସ୍କାର ଦୌଡ଼ରେ ରହିଥିଲା ଏବଂ ୩୬୬ ଶ୍ରେଷ୍ଠ ଫିଲ୍ମର ଫାଇନାଲ ଲିଷ୍ଟରେ ମଧ୍ୟ ସ୍ଥାନ ଗ୍ରହଣ କରିପାରିଛି । ଏହି ଫିଲ୍ମଟି ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ୨୦୨୧ରେ ୨୮ତମ ଦିନରେ ସମଗ୍ର ବିଶ୍ୱରେ ପ୍ରିମିୟମ ହେବାକୁ ଯାଉଛି । ଏହା ମଧ୍ୟ ଶ୍ରେଷ୍ଠ ଫିଲ୍ମ ଫେଷ୍ଟିଭାଲ “ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବର୍ଣ୍ଣ”, “ବଲିଉଡ ଫେଷ୍ଟିଭାଲ ନରୱେ ୨୦୨୧”, “ଚିକାଗୋ ସାଉଥ ଏସିଆନ ଫିଲ୍ମ ଫେଷ୍ଟିଭାଲ” ଏବଂ “ ଆଟଲାଣ୍ଟା ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ୨୦୨୧”ରେ ଫିଚର ହେବା ପାଇଁ ମନୋନୀତ ହୋଇସାରିଛି ।


Share It

Comments are closed.