ଏଇ ପରିସ୍ଥିତି ଗୁଡ଼ିକରେ ଭୂଲରେ ମଧ୍ୟ କରନ୍ତୁ ନାହିଁ ପ୍ରଭୁ ହନୁମାନଙ୍କ ପୂଜା, ହୋଇଥାଏ ଅଶୁଭ


ପ୍ରଭୁ ହନୁମାନଙ୍କୁ କଳିଯୁଗର ଜୀବନ୍ତ ଦେବତା ବୋଲି ମାନ୍ୟତା ରହିଛି । ମାନ୍ୟତା ରହିଛି ଯେ ପ୍ରଭୁ ହନୁମାନ କଳିଯୁଗର ଶେଷ ପର୍ଯ୍ୟନ୍ତ ଏହି ପୃଥିବୀରେ ସଶରୀର ଉପସ୍ଥିତ ରହିବେ । ହନୁମାନ ଜଲଦି ପ୍ରସନ୍ନ ହେଉଥିବା ଦେବତା ଅଟନ୍ତି । ତାଙ୍କର ପୂଜା ବିଧି ବହୁତ ସରଳ ହୋଇଥାଏ । କିନ୍ତୁ ଅନେକ ଥର ତାଙ୍କୁ ପୂଜା କରିବା ସମୟରେ ଆମେ ଭୂଲବଶତଃ ଅନେକ ଛୋଟ ଛୋଟ ଭୂଲ କରି ବସିଥାଉ । ଯେଉଁ କାରଣରୁ ପୂଜାର ସମ୍ପୂର୍ଣ୍ଣ ଲାଭ ପ୍ରାପ୍ତ ହୋଇନଥାଏ । ଆସନ୍ତୁ ଜାଣିବା ପ୍ରଭୁ ହନୁମାନଙ୍କୁ ପୂଜା କରିବା ସମୟରେ କେଉଁ ସବୁ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ।
ପ୍ରଭୁ ହନୁମାନଙ୍କ ପୂଜାରେ ପରିଷ୍କାର ପରିଚ୍ଛନତାର ବିଶେଷ ଧ୍ୟାନ ଦେବା ଆବଶ୍ୟକ । ତେଣୁ ମଇଳା ପୋଷାକରେ କେବେ ମଧ୍ୟ ହନୁମାନଙ୍କୁ ପୂଜା କରିବା ଉଚିତ ନୁହେଁ । ବିନା ସ୍ନାନ କରି ପ୍ରଭୁ ହନୁମାନଙ୍କ ମୂର୍ତିକୁ ସ୍ପର୍ଶ କରିବା ଦ୍ୱାରା ଏହାର ନକାରାତ୍ମକ ଫଳ ପ୍ରାପ୍ତି ହୋଇଥାଏ ।
ଯେତେବେଳେ କୌଣସି ବ୍ୟକ୍ତି କୌଣସି ଶବ ସତ୍କାର କାର୍ଯ୍ୟରେ ସାମିଲ ହୋଇଥାନ୍ତି ତେବେ ବିନା ସୁଦ୍ଧିରେ ଅର୍ଥାତ ସ୍ନାନ ନକରି କୌଣସି ଦେବୀ ଦେବତାଙ୍କ ମୂର୍ତିକୁ ସ୍ପର୍ଷ କରିବା ଉଚିତ ନୁହେଁ । ଦିନଯାକ କାମ ସାରିବା ପରେ ପ୍ରଥମେ ସ୍ନାନ କରି ପ୍ରଭୁ ହନୁମାନଙ୍କ ପୂଜା କରିବା ଆବାଶ୍ୟକ ।
ପ୍ରଭୁ ହନୁମାନଙ୍କୁ ପୂଜା କରିବା ସମୟରେ ଆପଣ ଏହା ଧ୍ୟାନ ରଖିବା ଉଚିତ ଯେମିତି ଆପଣଙ୍କ ମୁହଁରେ କୌଣସି ପ୍ରକାରର ଅଂଇଠା ଲାଗି ରହିଯାଇନଥାଏ । ଏଥିପାଇଁ ପୂଜା ପୂର୍ବରୁ ମୂହଁକୁ ଭଲଭାବରେ କୁଳି କରିବା ଉଚିତ । ସୁତକ କାଳରେ ହନୁମାନଙ୍କ ପୂଜା ବର୍ଜିତ କରିବା ମାନ୍ୟତା ରହିଛି । ପରିବାରେ କାହାର ମୃତ୍ୟୁ ହୋଇଗଲେ ସୂତକକାଳ ପ୍ରଭାବୀ ହୋଇଯାଇଥାଏ । ତେଣୁ ଏଭଳି ସମୟରେ ପ୍ରଭୁ ହନୁମାନଙ୍କ ପୂଜା କରିବା ଉଚିତ ନୁହେଁ ।
ପରିବାରରେ ସଂନ୍ତାନ ଜନ୍ମ ଠାରୁ ଆଗକୁ ୧୦ ଦିନ ପର୍ଯ୍ୟନ୍ତ ପ୍ରଭୁ ହନୁମାନଙ୍କ ସମେତ ଅନ୍ୟ କୌଣସି ଦେବାଦେବୀଙ୍କ ପୂଜା କରିବା ବର୍ଜନୀୟ ହୋଇଥାଏ । ମହିଳାମାନଙ୍କର ମାସିକ ରୁତୁଚକ୍ର ସମୟରେ ମଧ୍ୟ ପ୍ରଭୁ ହନୁମାନଙ୍କ ସମେତ ଅନ୍ୟ କୌଣସି ଦେବାଦେବୀଙ୍କ ପୂଜା କରିବା ଉଚିତ ନୁହୋଁ


Share It

Comments are closed.