ନେଟ୍‌ୱର୍କ ଟେକ୍ନିସିଆନ୍‌ମାନଙ୍କୁ ଅତିକୁଶଳୀ ଶ୍ରମିକ ମାନ୍ୟତା ଦାବି


୯ ଦଫା ଦାବି ନେଇ ଅଲ ଓଡିଶା ଇନଫ୍ରାଟେଲ ଠିକା ଟେକ୍ନିସିଆନ ସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡିମ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ  ଏହି ସଂପର୍କରେ ମତ ଦେଇ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା କହିଛନ୍ତି ଯେ, “ ଓଡ଼ିଶାରେ ମୋବାଇଲ ସେବା ଯୋଗାଇଦେବା କ୍ଷେତ୍ରରେ ଯେତେ ଗୁଡିଏ ନେଟୱର୍କ ପ୍ରଦାନକାରି ସଂସ୍ଥା ଅଛନ୍ତି , ସେମାନଙ୍କ ମଧ୍ୟରେ ଭାରତୀ ଏୟାରଟେଲ ହେଉଛି ଏକ ପ୍ରମୁଖ ସଂସ୍ଥା । ଏହା ଦୀର୍ଘ ୨୧ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଓଡ଼ିଶାରେ ମୋବାଇଲ ସେବା ପ୍ରଦାନ କରି ଆସୁଛି । ୨୦୦୮ ମସିହାରେ ଏହାର ପ୍ରମୁଖ ଅଂଶୀଦାର ଭାବରେ ଭାରତୀ ଇନଫ୍ରାଟେଲ ଲିମିଟେଡ ଏହାର ମୋବାଇଲ ଟାୱାର ଗୁଡିକର ରକ୍ଷାବେକ୍ଷଣା ଦାୟିତ୍ଵ ନେଇଥିଲା , ଯାହା ବର୍ତ୍ତମାନ ଇଣ୍ଡସ ଟାୱର୍ସ ଲିମିଟେଡ ନାମରେ ପରିଚିତ । ଜନସାଧାରଣଙ୍କୁ ଏହି ନେଟ ୱର୍କ୍ ସେବା ପ୍ରଦାନ କରିବା ଏକ ସ୍ଥାୟୀ କାର‌୍ୟ୍ୟ ହୋଇଥିଲେ ମଧ୍ୟ, ବିଭିନ୍ନ ସଂସ୍ଥାରେ ଠିକା ଶ୍ରମିକ ନିଯୁକ୍ତି ଭଳି, ଏଥିରେ କମ୍ପାନୀ ମଧ୍ୟ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ବଦଳରେ, ନେଟୱର୍କ ଯୋଗାଉଥିବା ମୋବାଇଲ ଟାୱାର ଗୁଡ଼ିକର ଯାନ୍ତ୍ରିକ କାର‌୍ୟ୍ୟ ତୁଲାଇବା ପାଇଁ ଓଡ଼ିଶାରେ ୪୦୦ ରୁ ଉର୍ଦ୍ଧ୍ବ ଟେକନିସିଆନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରିଛି, ଯେଉଁମାନେ କି ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଉଚ୍ଚ ବୈଷୟିକ ଶିକ୍ଷା ଲାଭ କରିଛନ୍ତି ଏବଂ ପ୍ରତ୍ୟେକ ଅତି କୁଶଳୀ ଶ୍ରମିକ ଭାବରେ କାର‌୍ୟ୍ୟ କରୁଛନ୍ତି । ଏହି ଟେକନିସିଆନ ମାନେ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ପାଇଁ ଦିନ ରାତି, ଖରା ବର୍ଷା, ଶୀତ କାକର ଏମିତିକି ପ୍ରାକୃତିକ ବିପର‌୍ୟ୍ୟୟକୁ ଖାତିର ନ କରି ୨୪ ଘଣ୍ଟା କାମରେ ଲଗିଥାନ୍ତି । ଅଥଚ ସେମାନେ ମାତ୍ର ଆଠ ଘଣ୍ଟାର ସର୍ବନିମ୍ନ ମଜୁରୀ ପାଇଥାନ୍ତି ।ଯେତେବେଳେ ଅନ୍ୟାନ୍ୟ ଶ୍ରମିକ କର୍ମଚାରୀ ମାନଙ୍କର ନିର୍ଦ୍ଧିଷ୍ଟ କର୍ମ ନିର୍ଘଣ୍ଟ ଏବଂ ସରକାରୀ ଛୁଟିର ବିଧି ବ୍ୟବସ୍ଥା ରହିଛି, ସେତେବେଳେ ଏହିସବୁ ସୁବିଧା ଏହି ଟେକନିସିଆନ ମାନଙ୍କ ପାଇଁ ଦିବା ସ୍ୱପ୍ନ ଭଳି, ଏମିତିକି ସମସ୍ତ ଯୋଗ୍ୟତା ସତ୍ତ୍ୱେ କମ୍ପାନୀ ଅଧିକାରୀଙ୍କ କାଣ୍ଡ କାରନାମା ଯୋଗୁଁ ଓଡିଶା ରାଜ୍ୟ ସରକାରଙ୍କ ସମସ୍ତ ଶ୍ରମିକ କଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି। ନିଜ ନିଜ ପରିବାରର ସୁବିଧା ଅସୁବିଧା ବୁଝିବା ପାଇଁ ମଧ୍ୟ ଅସମର୍ଥ ହୋଇପଡୁଛନ୍ତି । ଆଜି ଯେତେ ବେଳେ ବର୍ତ୍ତମାନର ପୁଞ୍ଜିବାଦୀ ସମାଜ ବ୍ୟବସ୍ଥା ଜନସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ସମ୍ପୂର୍ଣ ବିଫଳ ଏବଂ ନିଜର ଶାସନ ଶୋଷଣର ପ୍ରୟୋଜନରେ ପ୍ରିତିନିୟତ ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ବେକାର ସମସ୍ୟା ସୃଷ୍ଟି କରିବାରେ ସିଦ୍ଧହସ୍ତ, ସେତେବେଳେ କୌଣସି ପ୍ରକାରେ ନିଜର ଜୀବନକୁ ବଞ୍ଚାଇବା ସହିତ ନିଜ ପରିବାରର ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ଏହି ଟେକନିସିଆନମାନେ, ସମସ୍ତ ଅସୁବିଧା ସତ୍ତ୍ୱେ,ଏହି କାମ କରିବା ପାଇଁ ବାଧ୍ୟ ହେଉଛନ୍ତି । ଯାହାର ଫଳସ୍ୱରୂପ କମ୍ପାନୀର ଅଫିସର ମାନେ ଏମାନଙ୍କ ସହିତ ମନଇଚ୍ଛା ବ୍ୟବହାର କରିବାପାଇଁ ସାମାନ୍ୟତମ କୁଣ୍ଠାବୋଧ କରୁନାହାନ୍ତି । ଏପରିକି ଶ୍ରମିକମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ନ ଦେବା, ଦେଶରେ ପ୍ରଚଳିତ ଶ୍ରମ ଆଇନକୁ ସମ୍ପୂର୍ଣ ବେଖାତିର କରିବା, ମନମୁଖୀ କାର‌୍ୟ୍ୟ କରାଇବା ସହିତ ମାନସିକ ଯନ୍ତ୍ରଣା ଦେବା, ଉଦ୍ଦେଶ୍ୟମୂଳକ ଭାବରେ ଅନ୍ୟତ୍ର ବହୁଦୂରକୁ ସ୍ଥାନାନ୍ତରିତ କରିବା ସହିତ ଚାକିରିରୁ ବାହାର କରି ଦେବା ପାଇଁ ବାରମ୍ବାର ଧମକ ଦେବା, ସୁରକ୍ଷା ଉପକରଣ ନ ଯୋଗାଇ ପ୍ରାକୃତିକ ବିପର‌୍ୟ୍ୟୟ ସମୟରେ ଏବଂ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରାତ୍ରି ସମୟରେ କାମ କରିବାକୁ ବାଧ୍ୟ କରିବା, କାର‌୍ୟ୍ୟରତ ସମୟରେ କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଲେ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ନ କରିବା ଏବଂ ସର୍ବୋପରି ବଜାରଦର ସହିତ ସଂଗତି ନ ରଖି ଅଧିକରୁ ଅଧିକ କାମ ଅଳ୍ପ ପାରିଶ୍ରମିକ ରେ କରାଇବା ଭଳି ଅତି ଅମାନବୀୟ କାମ କରିବା ପାଇଁ ସମାନ୍ୟତମ ଲଜ୍ୟାବୋଧ କରୁ ନାହାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାର‌୍ୟ୍ୟ କରୁଥିବା ସମୟରେ ଦୁର୍ଘଟଣା ର ଶିକାର ହେଇ ଟେକନିସିଆନକଙର ଜୀବନ ଯାଇଛି ଏବଂ କେତେକ ଦୁଇ ହାତ ଓ ଗୋଡ ହରାଇ ସଂପୂର୍ଣ୍ଣ ପଙ୍ଗୁ ହୋଇଛନ୍ତି ଓ ଜୀବିକା ହରାଇଛନ୍ତି।

ଏହି ଭଳି ଏକ ପରିସ୍ଥିତିରେ, ଆମେ ଆମର ଅଧିକାର ପାଇବା ପାଇଁ ଏକତ୍ରିତ ହୋଇ ଶ୍ରମିକ ଶ୍ରେଣୀର ସଠିକ ବିପ୍ଳବୀ ଆଦର୍ଶ ଭିତ୍ତିରେ ଆମର ସଂଗଠନ \”ଅଲ ଓଡ଼ିଶା ଭାରତୀ ଇନ୍ଫ୍ରାଟେଲ କଣ୍ଟ୍ରାକଚୁଆଲ ଟେକ୍ନୀସିଆନ ୟୁନିଅନ୍\” ଗଠନ କରି ଏହାକୁ ଭାରତୀୟ ଟେଡ ୟୁନିୟନ ଆଇନ, ୧୯୨୬ ଅନୁଯାୟୀ ଶ୍ରମ ଅଫିସ୍ ରେ ପଞ୍ଜିକୃତ କରିଛନ୍ତି। ଏହି ୟୁନିୟନ କେନ୍ଦ୍ରୀୟ ଶ୍ରମିକ ସଂଗଠନ \”ଏ. ଆଇ. ୟୁ. ଟି. ୟୁ. ସି. \” ସହିତ ସହବନ୍ଧିତ ହୋଇଛି ମଧ୍ୟ।

ବହୁବିଧ ସମସ୍ୟା ଥିଲେ ମଧ୍ୟ ୟୁନିଅନ ପକ୍ଷରୁ ଯଥୋଚିତ ଏବଂ ନ୍ୟାୟ ସଙ୍ଗତ ସର୍ବନିମ୍ନ ୯ ଗୋଟି ଦାବି ପୂରଣ ପାଇଁ, ଯଥା: (୧) ଓ ଗଇଚଚ କାର‌୍ୟ୍ୟ କରିବା ପାଇଁ କମ୍ପାନୀ ପକ୍ଷରୁ ସ୍ମାର୍ଟ ଫୋନ ଯୋଗାଇ ଦେବା, (୨) ବରିଷ୍ଠତା ଏବଂ କନିଷ୍ଠତା ଆଧାରରେ ଉପଯୁକ୍ତ ବିଚାର କରି ଦରମା ନିର୍ଦ୍ଧାରଣ କରିବା, (୩) ବର୍ତ୍ତମାନର ବଜାରମୂଲ୍ୟ ଭିତ୍ତିରେ ମଜୁରୀ ପ୍ରଦାନ କରିବା, (୪) ପେଟ୍ରୋଲ ମୂଲ୍ୟ ଭିତ୍ତିରେ ଯାତାୟାତ ଖର୍ଚ୍ଚ ପ୍ରଦାନ କରିବା, (୫) ପାହାଡି ଅଞ୍ଚଳରେ କାର‌୍ୟ୍ୟରତ ଟେକ୍ନୀସିଆନ ମାନଙ୍କୁ ସ୍ଵତନ୍ତ୍ର ଯାତାୟାତ ଖର୍ଚ୍ଚ ପ୍ରଦାନ କରିବା, (୬) ପ୍ରାକୃତିକ ବିପର‌୍ୟ୍ୟୟ ସମୟରେ ବା ରାତ୍ରୀ କାଳରେ ଅତିରିକ୍ତ କାର‌୍ୟ୍ୟ ପାଇଁ ଅଧିକ ପାରିଶ୍ରମିକ ପ୍ରଦାନ କରିବା,(୭)କମ୍ପାନୀ କାମରେ ବ୍ୟବହୃତ ବ୍ୟକ୍ତିଗତ ଗାଡ଼ିର ମରାମତି ଖର୍ଚ୍ଚ ପ୍ରଦାନ କରିବା (୮) ଦୈନିକ କାର‌୍ୟ୍ୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବା ଏବଂ (୯) ସମସ୍ତ ଟେକ୍ନୀସିଆନ୍ ମାନଙ୍କୁ ଅତିକୁଶଳି ଶ୍ରମିକର ମାନ୍ୟତା ସହ ପାରିଶ୍ରମିକ ପ୍ରଦାନ କରିବା ପାଇଁ କମ୍ପାନୀ କତୃପକ୍ଷଙ୍କୁ ବାରମ୍ବାର ଜଣାଇବା, ଆବେଦନ ନିବେଦନ କରିବା ସତ୍ତ୍ୱେ ମଧ୍ୟ ସେମାନେ କୌଣସି ପ୍ରକାର କର୍ଣ୍ଣପାତ ନ କରିବାରୁ , ତାଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ପାଇଁ ଚଳିତ ଅକ୍ଟୋବର ମାସ ୨୧ ତାରିଖ ଦିନ ଭୁବନେଶ୍ଵର ର ଚନ୍ଦ୍ରଶେଖରପୁର ସ୍ଥିତ ସର୍କଲ ଅଫିସ ସମ୍ମୁଖରେ ୟୁନିୟନ ତରଫରୁ ସଂପୂର୍ଣ୍ଣ ଶାନ୍ତିପୂଣ ଓ ଗଣତାନ୍ତ୍ରିକ ଉପାୟରେ ଏକ ରାଜ୍ୟ ସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ ହେବ । ବୋଲି ଚେତାବନୀ ଦେଇଛନ୍ତି ।


Share It

Comments are closed.