ଅଲିମ୍ପିକ ପରେ ମଡେଲିଂ ଅବତାରରେ ଫ୍ୟାନ୍ସକୁ ଦିୱାନା କଲେ ନୀରଜ ଚୋପ୍ରା, ଫ୍ୟାନ୍ସ କହିଲେ- ତୁମ ସାମ୍ନାରେ ମଡେଲ ବି ଫେଲ


ଭାରତର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରାଙ୍କ ଜଲଓ୍ଵା ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । କୋଟି କୋଟି ହୃଦୟରେ ରାଜ୍‌ କରୁଛନ୍ତି ନୀରଜ୍‌ ଚୋପ୍ରା । ଖେଳ ଦୁନିଆରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ନୀରଜଙ୍କର ଆଉ ଏକ ପ୍ରତିଭା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ଖେଳ ଓ ଆକ୍ଟିଂ ବ୍ୟତୀତ ନୀରଜ ଏବେ ଫ୍ୟାସନ ଜଗତରେ ବି ନିଜ ପାଦ ଥାପିଛନ୍ତି ।


ନିକଟରେ ନୀରଜଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଫେମସ୍‌ ଡିଜାଇନର ରୋହିତ ବଳଙ୍କ ଆଉଟ୍‌ଫିଟ୍‌ସରେ ଖୁବ୍‌ ସୁନ୍ଦର ନଜର ଆସିଛନ୍ତି । ଏହି ଫଟୋ ସୁଟ୍‌ ବେଳର ଫଟୋକୁ ନୀରଜ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଆକାଉଣ୍ଟରେ ସେୟାର କରିଛନ୍ତି। ନୀରଜ ଏହି ସ୍ପେଶାଲ ଫଟୋସୁଟ୍‌ ଟ୍ରାଡିସନାଲ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି । ଏହି ଏଥନିକ୍‌ ଡ୍ରେସ୍‌ରେ ନୀରଜ ପୂରା ସୁନ୍ଦର କ୍ଲାସିକ୍‌ ଲାଗୁଛନ୍ତି। କୁର୍ତ୍ତା ଓ ଶେରବାନୀରେ ନୀରଜ ଲୋକଙ୍କୁ ଇମ୍ପରେସ୍‌ କରିବା ସହ ତାଙ୍କ ଥିବା ଝିଅ ଫ୍ୟାନ୍ସ ତାଙ୍କ ଏହି ଫଟୋ ଦେଖି ଦିୱାନୀ ହୋଇ ଯାଇଛନ୍ତି । ସେ କେଉଁ ମଡେଲ ଠାରୁ କମ୍‌ ଦେଖା ଯାଉ ନାହାନ୍ତି ।

ତେବେ ଏହି ଫଟୋ ସେୟାର କରି ନୀରଜ କ୍ୟାପସନ୍‌ରେ ଲେଖିଛନ୍ତି, ଗତ ମାସରେ ଡିଜାଇନର ରୋହିତ ବଳଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କ ଆଉଟ୍‌ଫିଟ୍‌ରେ ଫଟୋସୁଟ୍‌ କରିବା ସୁଯୋଗ ପାଇଥିଲି। ତାଙ୍କ ଏଲିଗେଣ୍ଟ, କ୍ଲାସିକ୍‌ ଏଥନିକ୍‌ ୱେୟାର ଓ ଡିଜାଇନ୍‌ ମୋତେ ଖୁବ୍‌ ପସନ୍ଦ ଆସିଛି। ଖୁବ୍‌ଶୀଘ୍ର ଏହାକୁ ମୁଁ ମୋ ଓ୍ଵାର୍ଡରୋବରେ ସାମିଲ କରିବି।

ଏନେଇ ରୋହିତ ଲେଖିଛନ୍ତି ଭାରତରୁ ବିଶ୍ବ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦିଦା ପିଲା ।ସ୍ବର୍ଣ୍ଣ ପଦକ ବିଜେତା ଟୋକିଓ ୨୦୨୦। ତେବେ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିବା ପରେ ନୀରଜ ଚୋପ୍ରା ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛନ୍ତି। ଏଣୁ ଏବେ ସବୁ କମ୍ପାନୀ ତାଙ୍କୁ ନିଜ ବ୍ରାଣ୍ଡ୍‌ ଆମ୍ବାସାଡର କରିବାକୁ ଚାହୁଁଛନ୍ତି।


Share It

Comments are closed.