ଥାଇରଏଡ୍ ସମସ୍ୟା ଥିଲେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ନଚେତ ଅଧିକ ଗମ୍ଭୀର ହୋଇପାରେ ସମସ୍ୟା


ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ହୁଅନ୍ତି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହୁଅନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ରୋଗ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ। ତେବେ ସୂଚନା ଅନୁଯାୟୀ ଭାରତର ପ୍ରତି ୧୦ଜଣରେ ଜଣେ ବ୍ୟକ୍ତି ଏହି ରୋଗରେ ପୀଡ଼ିତ ହୋଇଥାନ୍ତି ।

ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ। କାରଣ କିଛି ଖାଦ୍ୟ ଏହି ସମସ୍ୟାକୁ ବଢ଼ାଇ ଦେଇଥାଏ। ତେବେ ଚାଲନ୍ତୁ ଜାଣିବା ଏହି କ୍ରମରେ ଥାଇରଏଡ୍‌ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ …

ପ୍ରୋସେଡ୍ ଫୁଡ୍‌: ଥାଇରଏଡ୍‌ ରୋଗୀ ପ୍ରୋସେସ୍ଡ ଫୁଡ୍‌ ସେବନ କରିବା ଅନୁଚିତ। ଏହାଦ୍ୱାରା ଖାଦ୍ୟରେ ଥିବା ସୋଡିୟମ ଅସୁବିଧାରେ ପକାଇଥାଏ।

ଲାଲ ମାଂସ: ଏଥିରେ ସାଚୁରେଟେଡ୍‌ ଫ୍ୟାଟ୍‌ ଏବଂ କୋଲେଷ୍ଟରଲ ଥାଏ। ଏହା ଥାଇରଏଡ ହର୍‌ମୋନକୁ ବୃଦ୍ଧି କରିଥାଏ। ଏଣୁ ରୋଗୀଙ୍କୁ ଲାଲ ମାଂସ ଖାଇବା ଅନୁଚିତ।

ମଦ: ଏହି ସମୟରେ ମଦ ସେବନ କରିବା ଅନୁଚିତ୍‌ । କାରଣ ଥାଇରଏଡ୍‌ ଗ୍ରନ୍ଥି ଏବଂ ଏହାର ସ୍ତର ଉପରେ ଖରାପ ପ୍ରଭାବ ପକାଇଥାଏ। ଏଣୁ ହେଲ୍ଥ ଏକ୍ସପର୍ଟ ରୋଗୀଙ୍କୁ ମଦ୍ୟପାନ ନ କରିବାକୁ ପରାମର୍ଶ ଦେଇଥାନ୍ତି। ଏହାଛଡ଼ା ରୋଗୀଙ୍କୁ କଫି ଏବଂ ଚା’ ଅଧିକ ସେବନ କରିବା ଅନୁଚିତ।

ସୋୟାବିନ: ତେବେ ଥାଇରଏଡ ରୋଗୀଙ୍କୁ ସୋୟାବିନ୍‌ ଖାଇବା ଅନୁଚିତ।

ଫାଇବର ଯୁକ୍ତ ପନିପରିବା: ଥାଇରଏଡ ରୋଗୀ ଫାଇବର ଥିବା ଖାଦ୍ୟ ଖାଇବା ଅନୁଚିତ୍ । କାରଣ ପାଳଙ୍ଗ,କୋବି, ବ୍ରୋକୋଲି ଇତ୍ୟାଦି ସେବନ କରିବା ଅନୁଚିତ।


Share It

Comments are closed.