ଆଜି ଠାରୁ ଶାରଦୀୟ ନବରାତ୍ରି ଆରମ୍ଭ, ଜାଣନ୍ତୁ ଘଟ ସ୍ଥାପନର ଶୁଭ ମୂହୂର୍ତ୍ତ


ଆଜିଠାରୁ ଶାରଦୀୟ ନବରାତ୍ରୀ ଆରମ୍ଭ । ନବରାତ୍ରିର ପ୍ରଥମ ଦିନରେ ମା ଦୁର୍ଗାଙ୍କର ପ୍ରଥମ ସ୍ୱରୁପ ମା ଶୈଳପୁତ୍ରୀଙ୍କ ଆରଧନା ଏବଂ ଘଟସ୍ଥାପନା କରାଯାଏ। ଅକ୍ଟୋବର ୧୭, ଶନିବାର ଦିନ ତିନୋଟି ଗୁରୁତ୍ୱପୂର୍ଣ୍ଣ ଶୁଭ ମୁହୂର୍ତ୍ତରେ ଆପଣ କଳାସ ସ୍ଥାପନା କରିପାରିବେ। ଏଥର ଶାରଦୀୟ ନବରାତ୍ରି ର ପ୍ରଥମ ଦିନ ସର୍ବାର୍ଥସିଦ୍ଧି ଏବଂ ତିନି ରାଜଯୋଗ ପଡ଼ୁଛି। ଏହି ଶୁଭ ଯୋଗରେ ନବରାତ୍ରିର ଶୁଭାରମ୍ଭ ବହୁତ ଶୁଭ ରହିବ।

ଘଟ ସ୍ଥାପନାର ଶୁଭ ମୁହୂର୍ତ୍ତ

ପ୍ରଥମ ଶୁଭ ମୁହୂର୍ତ୍ତ : ଅକ୍ଟୋବର ୧୭ ସକାଳ ୬ଟା ୨୭ ମିନିଟ୍‌ରୁ ୧୦ଟା ୧୩ ମିନିଟ୍‌ ପର୍ଯ୍ୟନ୍ତ ବୃଶ୍ବିକ ସ୍ଥିର ଲଗ୍ନ ମୁହୂର୍ତ୍ତ ଅଟେ। ଆପଣ ଏହି ଶୁଭ ମୁହୂର୍ତ୍ତରେ କଳସ ସ୍ଥାପନା କରି ଦେବୀ ଦୁର୍ଗାଙ୍କ ଉପାସନା ଆରମ୍ଭ କରିପାରିବେ। ଏହାଦ୍ୱାରା ଆପଣଙ୍କୁ ମାତା ରାଣୀ ସୁଖ, ସମୃଦ୍ଧି ଏବଂ ବୈଭବର ଆଶୀର୍ବାଦ ପ୍ରଦାନ କରିବେ।

ଦ୍ୱିତୀୟ ଶୁଭ ମୁହୂର୍ତ୍ତ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦିନର ଅଭିଜିତ ମୁହୂର୍ତ୍ତ କୌଣସି ଶୁଭ କାର୍ଯ୍ୟ ପାଇଁ ସର୍ବଶ୍ରେଷ୍ଠ ମୁହୂର୍ତ୍ତ ବୋଲି କୁହାଯାଇଥାଏ। ଅକ୍ଟୋବର ୧୭ ତାରିଖରେ ଅଭିଜିତ ମୁହୂର୍ତ୍ତ ସକାଳ ୧୧ଟା ୩୬ ମିନିଟରୁ ଆରମ୍ଭ ହୋଇ ୧୨ ଟା ୨୪ ମିନିଟ ପର୍ଯ୍ୟନ୍ତ ରହିଛି। ଏହି ମୁହୂର୍ତ୍ତରେ ଘଟ ସ୍ଥାପନା କଲେ ସୌଭାଗ୍ୟ ଏବହ ସମ୍ପନ୍ନତାର ଫଳ ପ୍ରାପ୍ତ କରିପାରିବେ।

ତୃତୀୟ ଶୁଭ ମୁହୂର୍ତ୍ତ : ଯଦି ଆପଣ କୌଣସି କାରଣବଶତଃ ଉପର ଦୁଇ ମୁହୁର୍ତ୍ତରେ ଘଟ ସ୍ଥାପନା ନକରିପାରିଛନ୍ତି ତାହେଲେ ଅପରାହ୍ନ ୨ଟା ୨୬ ମିନିଟରୁ ଆରମ୍ଭ ହୋଇ ୪ଟା ୧୭ ମିନିଟ ଭିତରେ ଥିବା କୁମ୍ଭ ଲଗ୍ନରେ କଳସ ସ୍ଥାପନା କରିପାରିବେ।


Share It

Comments are closed.