ବାତ୍ୟା ‘ଫନି’ର ସଫଳ ମୁକାବିଲା ପାଇଁ ନବୀନଙ୍କୁ ଚାରିଆଡୁ ପ୍ରଶଂସା


ସାମୁଦ୍ରିକ ଝଡ ‘ଫନି’ର ତାଣ୍ଡବ ପରେ ରାଜ୍ୟରେ ଚାରିଆଡେ ହା ହା କାର ହୋଇ ପଡିଛି । ସ୍ତିତିକୁ ପୁନର୍ବାର ସାଧାରଣ କରିବା ପାଇଁ ରାଜ୍ୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ମାନଙ୍କ ସହ ରାଜ୍ୟର ପୋଲିସ, ପ୍ରଶାସନ, ସ୍ବେଛାସେବୀ ସଂଗଠନ ମାନେ ଲାଗି ପଡିଛନ୍ତି । ରାଜଧାନୀରେ କିଛି ଅଂଚଳରେ ବିଦ୍ୟୁତ ଏବଂ ପାଣି ଦିଆଯିବା ଆରମ୍ବ ହୋଇଥିବା ବେଳେ ଅନେକ ଅଂଚଳ ଏବେବି ସମସ୍ୟା ମଧ୍ୟରେ ରହିଛନ୍ତି । ତେବେ ପୁରୀର ଅବସ୍ଥା ସବୁଠୁ ଶୋଚନୀୟ ଥିବା ବେଳେ, ଜଗତସିଂହପୁର ଏବଂ କେନ୍ଦ୍ରାପଡାର ସ୍ତିତି ସୁଧାରିବା ପାଇଁ ପ୍ରଶାସନ ତପ୍ତର ହୋଇ ଉଠିଛି । ତେବେ ଏହିସବୁ ସମସ୍ୟା ମଧ୍ୟରେ ଓଡିଶା ସରକାରଙ୍କ ବାତ୍ୟା ଫନିର ମୁକାବିଲା ପାଇଁ ନିଆ  ଯାଇଥିବା ପଦକ୍ଷେପକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି ।

ଏହି ବ୍ୟାତା ପରେ ଅଧା ଓଡିଶାର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିବାବେଳେ ରାଜ୍ୟ ସରକାରଙ୍କ ବାତ୍ୟା ପୂର୍ବରୁ ନେଇଥିବା ପଦକ୍ଷେପ ଯୋଗୁଁ ଅନେକ ଜୀବନ ବଂଚି ଯାଇଛି । ବାତ୍ୟାର ତୀବ୍ରତା କୁ ଲକ୍ଷ କଲେ, ଏଥିରେ ହୋଇଥିବା ଜୀବନ ହାନିକୁ ସଫଳ ପରିଚାଳନା ହେତୁ ଅନେକାଂଶରେ ରୋକା ଯାଇପାରିଛି । ଯାହାକୁ ନେଇ ନବୀନ ସରକାରଙ୍କ କାର୍ଯ୍ୟକୁ ବିଶ୍ଵବ୍ୟାପୀ ପ୍ରଶଂସା କରାଯାଉଛି । ଏହି ସନ୍ଦର୍ଭରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଅନ୍ୟ ମାନଙ୍କ ପାଇଁ ଅନୁକରଣୀୟ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନବୀନ ସରକାରଙ୍କ କାର୍ଯ୍ୟ ତଥା ବାତ୍ୟାର ପୂର୍ବ ପ୍ରସ୍ତୁତିକୁ ନେଇ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି୍ ଫନି ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଲାଗି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ଆହୁରି ମଧ୍ୟ ଦକ୍ଷିଣ ଭାରତୀୟ ସିନେ ଜଗତର ଅଭିନେତା ତଥା ସୁପରଷ୍ଟାର କମଲ ହାସନ ଟ୍ୱିଟ୍ କରି ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ।


Share It

Comments are closed.