କରୋନାରୁ ସୁସ୍ଥ ହେବା ପରେ ଏବେ ପ୍ଲାଜମା ଦାନ କରିବେ ଶିବରାଜ ସିଂହ ଚୌହ୍ୱାନ


ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହନା କରୋନାରୁ ସୁସ୍ଥ ହୋଇଛନ୍ତି । ସେ ସୁସ୍ଥ ହେବ ପରେ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କରୋନାରେ ଆକ୍ରାନ୍ତ ଆଉ କାହାର ଜୀବନ ବଞ୍ଚାଇ ହେବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶିବାରଜ ସିଂହ କହିଛନ୍ତି ଯେ, ସଂକ୍ରମିତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରିବା ସହିତ ଚିକିତ୍ସା ସେବା ଯୋଗାଇ ଦିଆଗଲେ ସେମାନଙ୍କୁ ବଞ୍ଚାଇ ହେବ। ସେଥିପାଇଁ ମଧ୍ୟ ପ୍ରଦେଶରେ ନମୂନା ପରୀକ୍ଷା ବଢାଯିବ। ପ୍ରତିହିନ ୨୦ ହଜାର ଟେଷ୍ଟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।


Share It

Comments are closed.