ଫୁଲ ଚୋରି କରୁଥିବାର ନଜର ଆସିଲେ ମଲାଇଲା, ଟ୍ୱିଙ୍କିଲ ଦେଲେ ଏଭଳି ପ୍ରତିକ୍ରିୟା


ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ନିଜର ଫିଟନେସ ଏବଂ ବୋଲ୍ଡନେସକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ବର୍ତ୍ତମାନ ମଲାଇକା ଖବରର ପରିସରକୁ ଆସିବାର କାରଣ କିଛି ଅଲଗା ରହିଛି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ମଲାଇକା ନିକଟରେ ଫୁଲ ଚୋରି କରୁଥିବାର ଦେଖିବାକୁ ମିଳିଛି । ଏହି କଥାକୁ ମଲାଇକା ନିଜେ ସ୍ୱୀକାର କରି ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ସେ ଏକ ସୁନ୍ଦର ଫୁଲ ଚୋରି କରିଛନ୍ତି ।
ମଲାଇକାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେପଟେ ପ୍ରଶଂସକ ତାଙ୍କର ଏହି ଫଟୋକୁ ଖୁବ ଲାଇକ ଏବଂ ସେୟାର ମଧ୍ୟ କରୁଛନ୍ତି । ସେପଟେ ମଲାଇକାଙ୍କ ଫଟୋରେ ଅନେକ ବଲିଉଡ ହସ୍ତି କମେଣ୍ଟ ମଧ୍ୟ କରିଛନ୍ତି ।

 

View this post on Instagram

 

A post shared by Malaika Arora (@malaikaaroraofficial)

ଫଟୋକୁ ସେୟାର କରି ମଲାଇକା ଅନେକ ଗୁଡିଏ ଲାଫିଙ୍ଗ ଇମୋଜୀ ସହ କ୍ୟାପସନରେ ଲେଖିଛନ୍ତି ଯେ, “ଫୁଲ ଚୋର…. ବସନ୍ତ ଏଠାରେ ଅଛିା” ଫଟୋରେ ଆପଣ ଦେଖିପାରିବେ ଯେ, ମୁହଁରେ ମାସ୍କ ଲଗାଇ ସେ ଗ୍ରେ ସ୍ଲିଭଲେସ ଟି-ସାର୍ଟ ଏବଂ ସର୍ଟସ ପିନ୍ଧିଛନ୍ତି । ମଲାଇକା, ଗୋଟିଏ ହାତରେ କଇଁଚି ଏବଂ ଆଉ ଏକ ହାତରେ ଫୁଲରେ ଆଚ୍ଛାଦିତ ଥିବା ଡାଳକୁ ଧରି ଗାଡି ମଧ୍ୟକୁ ପଶୁଥିବାର ଦେଖିବାକୁ ମିଳୁଛି ।
ଏହି ଫଟୋରେ ଅଭିନେତ୍ରୀ ଟ୍ୱିଙ୍କିଲ ଖନ୍ନା ଏକ ମଜାଦାର କମେଣ୍ଟ ଦେଇଛନ୍ତି । ସେହିଭଳି ଅନେକ ୟୁଜର୍ସ ମଧ୍ୟ ମଲାଇକାଙ୍କୁ ଫୁଲ ଚୋର କହି କମେଣ୍ଟ କରିଛନ୍ତି । ପ୍ରକାଶ ଥାଉକି, ମଲାଇକା ସୋସିଆଲ ମିଡିଆରେ ସର୍ବଦା ସୁନ୍ଦର ଫଟୋ ସେୟାର କରୁଥିବାର ଦେଖିବାକୁ ମିଳିଥାଏ ।


Share It

Comments are closed.