ଶରୀର ପାଇଁ ହିତକର ପୋଇ ଶାଗ, ଆସନ୍ତୁ ଜାଣିବା ଏହାର ସେବନ ଦ୍ୱାରା କଣ ମିଳିଥାଏ ସୁଫଳ


ଓଡିଆର ଘରେ ଘରେ ପରିଚିତ ପୋଇ ଶାଗ ଶରୀର ପାଇଁ ଖୁବ ହିତକର । ଏହାର ବହୁ ପ୍ରକାରର ଔଷଧୀୟ ଗୁଣ ମଧ୍ୟ ରହିଛି । ଏହା ପ୍ରୋଟିନ, ଫାଇବର, ପୋଟାସିୟମ ଏବଂ କ୍ୟାଲସିୟମ ଇତ୍ୟାଦିର ଏକ ଉତ୍ତମ ସ୍ରୋତ ଅଟେ । ଆସନ୍ତୁ ଜାଣିବା ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ ।
୧. ହଜମ କ୍ରିୟା ସକ୍ରିୟ କରାଏ – ଏଥିରେ ଥିବା ଫାଇବର ପେଟଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ଏବଂ ହଜମ କ୍ରିୟାକୁ ସକ୍ରିୟ କରିଥାଏ ।
୨. କ୍ୟାନସରରୁ ରକ୍ଷା କରିଥାଏ – ପୋଇ ଶାଗ ଆଣ୍ଟି-ଅକ୍ସିଡାଣ୍ଟର ଏକ ଉତ୍ତମ ସ୍ରୋତ ଅଟେ । ଏହା ଶରୀରରେ କ୍ୟାନସର ସୃଷ୍ଟି କରୁଥିବା କୋଷକୁ ନିୟନ୍ତ୍ରଣ କରିଥାଏ । ଏବଂ ଏଥିରେ ଥିବା ଭିଟାମିନ ଏ ଓରାଲ ଆକ୍ଟିଭିଟିକୁ ସଠିକ ରଖିବା ସହିତ ଫୁସଫୁସ ଜନିତ କ୍ୟାନସରରୁ ସୁରକ୍ଷା ପ୍ରଦାନ କରିଥାଏ ।
୩. ଓଜନ ହ୍ରାସରେ ସହାୟକ ହୋଇଥାଏ – ପୋଇ ଶାଗରେ ଖୁବ କମ ମତ୍ରାରେ କ୍ୟାଲୋରୀ ରହିଥାଏ । ତେଣୁ ଆପଣ ଗୋଟିଏ ପ୍ଲେଟ ଭରି ପୋଇ ଶାଗ ଖାଇଲେ ମଧ୍ୟ ଏହା ଶରୀରରେ କ୍ୟାଲେରୀରେ କୌଣସି ପରିବର୍ତ୍ତନ କରିନଥାଏ । ଏହାକୁ ମଧ୍ୟ ଆପଣ ଖାଲି ପେଟରେ ଜୁସ କରି ପିଇପାରିବେ ।
୪. ଋକ୍ତ ଚାପ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ – ପୋଇ ଶାଗରେ ପୋଟାସିୟମର ମାତ୍ରା ଅଧିକ ଥିବାରୁ ଶରୀରରେ ଏହା ରକ୍ତ ଚାପର ମାତ୍ରାକୁ ନିୟନ୍ତ୍ରଣ କରିଥାଏ ।
୫. ହାଡ ଶକ୍ତ କରିଥାଏ – ପୋଇ ଶାଗ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମର ଉତ୍ତମ ସ୍ରୋତ ଅଟେ । ତେଣୁ ଏହାର ସେବନ ଦ୍ୱାରା ହାଡ ମଜବୁତ ହୋଇଥାଏ ।
୬. କୋଲେଷ୍ଟ୍ରଲର ମାତ୍ରା କମ କରିଥାଏ – ଫାଇବର ଯୁକ୍ତ ପୋଇ ଶାଗ ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରଲର ମାତ୍ରା କମ କରି ଟ୍ରାଇଗ୍ଲିସେରାଇଡର ମାତ୍ରା କମ କରିଥାଏ । ଏବଂ ଏହା ମଧ୍ୟ ହୃଦ ରୋଗର ସମସ୍ୟାକୁ କମ କରିଥାଏ ।
୭. ଏନିମିଆର ରିକ୍ସ କମ କରିଥାଏ – ଏହି ଶାଗ ଶରୀରରେ ଆରବିସିର ମାତ୍ରା ଅଧିକ କରିଥାଏ । ଏଥିରେ ଅନ୍ୟ ଶାଗ ପରି ଆଇରନର ମାତ୍ରା ଖୁବ ଅଧିକ ରହିଛି ତେଣୁ ଏହି ଶାଗର ସେବନ ଦ୍ୱାରା ଶରୀରରେ ରକ୍ତ ଅଭାବ ହୋଇନଥାଏ ।
୮. ଋକ୍ତ ଶର୍କରାରେ ନିୟନ୍ତ୍ରଣ – ଏଥିରେ ଥିବା ଫାଇବର ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଡାଇବେଟିସ ରୋଗୀମାନେ ଏହି ଶାଗକୁ ଖାଇପାରିବେ । ଏହାକୁ ଜୁସ କରି ପାଇବା ଦ୍ୱାରା ମଧ୍ୟ ସୁଫଳ ମିଳିଥାଏ ।


Share It

Comments are closed.