ଆଖି ତଳର କଳାଦାଗ ଦୂର କରିବା ପାଇଁ ଆପଣାନ୍ତୁ କିଛି ସରଳ ଉପାୟ


ଆଖି ତଳର କଳାଦାଗ ଏକ ଗଭୀର ସମସ୍ୟା ଅଟେ । ଆଖି ତଳେ କଳା ଦାଗ ପଡିବାର ବିଭିନ୍ନ କାରଣ ହୋଇଥାଇପାରେ । ଏହା ଡିହାଇଡ୍ରେସନ,କମ ନିଦା୍ର, ରକ୍ତର ଅଭାବ ଏବଂ ବୟସ ଜନିତ ହୋଇଥାଇପାରେ । ତେଣୁ କଳାଦାଗର ନିରାକରଣ ପାଇଁ ପ୍ରତିଦିନ ଭଲଭାବେ ୭ରୁ ୮ଘଣ୍ଟା ଶୁଅନ୍ତୁ, ପର୍ଯ୍ୟାପ୍ତ ପରିମାଣର ପାଣିର ସେବନ କରନ୍ତୁ, ପ୍ରୋଟିନ ଏବଂ ଭିଟାମିନ କେ ଯୁକ୍ତ ଖାଦ୍ୟ ଆଆନ୍ତୁ । ଏହି ଦାଗରୁ ମୁକ୍ତି ପାଇଁ ଆପଣ କିଛି ଘରୋଇ ସରଳ ଉପାୟ ମଧ୍ୟ ଆପଣାଇ ପାରିବେ । ଆସନ୍ତୁ ଜାଣିବା କିଛି ଉପାୟ ଏବଂ ନିରାକରଣ ସମ୍ପର୍କରେ . . . . . . .
୧. କାକୁଡିର ଲେପ – ଆଖିର କଳାଦାଗକୁ ଦୂର କରିବା ପାଇଁ କାକୁଡିର ଏକ ଲେପ ପ୍ରସ୍ତୁତ କରନ୍ତୁ । ଏହାକୁ କିଛି ସମୟ ଆଖିତଳେ ଲଗାଇ ୧୦ରୁ ୨୦ମିନିଟ ପରେ ଭଲଭାବେ ଧୋଇଦିଅନ୍ତୁ । ଏହାକୁ ସପ୍ତାହକୁ ୨ଥର ଲଗାନ୍ତୁ ।
୨. ଗ୍ରିନଟିର ପ୍ୟାକ – ଆପଣ ଗ୍ରିନଟିର ବ୍ୟବହାର କରୁଥିଲେ ଗ୍ରିନ ଟିର ବ୍ୟାଗକୁ କିଛି ସମୟ ପାଇଁ ଫ୍ରିଜରେ ରେଖିଦିଅନ୍ତୁ । ଏହା ପରେ ଆଖି ତଳେ ୫ରୁ ୧୦ମିନିଟ ରଖନ୍ତୁ ଏହା ପରେ ଆପଣ ତୁରନ୍ତ ଏହାର ଫଳାଫଳ ଦେଖିପାରିବେ ।
୩. ବରଫ ଲଗାଇପାରିବେ – ଆପଣ ଆଖି ତଳେ ବରଫ ଘଷନ୍ତୁ । ଥଣ୍ଡା ବରଫ ଦ୍ୱାରା ଆଖିର ତଳେ ଥିବା ମଳିନ ଭାଗରୁ କଳା ଅଂଶ ଧିରେ ଧିରେ ଦୂର ହୋଇଥାଏ ।
୪. ଆଳୁର ଲେପ – ଆଳୁକୁ ଭଲଭାବେ ଗ୍ରାଏଣ୍ଡିଂ କରିନିଅନ୍ତୁ ଏବଂ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଭଲଭାବେ ଆଖିର ତଳ ଅଂଶରେ ଲଗାଇ ୧୦ରୁ ୧୫ମିନିଟ ରଖିଦିଅନ୍ତୁ । ଆପଣ ଆଳୁକୁ ଗୋଲଗୋଲ କାଟି ସିଧାସଳଖଭାବେ ମଧ୍ୟ ଲଗାଇ ରଖିପାରିବେ ।
୫. ଆଲମଣ୍ଡ ଅଏଲର ବ୍ୟବାହାର – ଆଖିର କଳା ଦାଗ ଦୂର କରିବା ପାଇଁ ଆପଣ ଆଖିର ତଳଭାଗରେ ଆଲମଣ୍ଡ ଅଏଲର ବ୍ୟବହାର କରିପାରିବେ । ଏଥିରେ ଥିବା ଭିଟାମିନ କେ ଏବଂ ଇ ଆଖିକୁ ଆରାମ ପ୍ରଦାନ କରିଥାଏ ଏବଂ କଳା ଦାଗ ଖୁବ ଶୀଘ୍ର ଦୂର ହୋଇଥାଏ ।

 


Share It

Comments are closed.