ଡିଜିଟାଲ ଶୁଣାଣୀ ସମୟରେ ବେଡରେ ଶୋଇଥିଲେ ଓକିଲ, ଯାହାକୁ ନେଇ ସୁପ୍ରିମ କୋର୍ଟ ବ୍ୟକ୍ତ କଲେ ନିଜର ରୋଷ


ସୁପ୍ରିମ କୋର୍ଟରେ ଡିଜିଟାଲ ଶୁଣାଣୀ ସମୟରେ ଜଣେ ଓକିଲଙ୍କର ବେଡରେ ଶୋଇଥିବା ଏବଂ ଟିସର୍ଟ ପିନ୍ଧି ଆସିବା ନ୍ୟାୟାଧୀଶଙ୍କୁ ଆଦୌ ପସନ୍ଦ ଆସିନାହିଁ । ଯାହାକୁ ନେଇ ନିଜର ରୋଷ ଜାହିର କରି ସେ କହିଛନ୍ତି ଯେ ଶୁଣାଣୀ ସମୟରେ ଜନ ପ୍ରକୃତିକୁ ଧ୍ୟାନରେ ରଖି ‘ଅଦାଲତର ନ୍ୟୂନତମ ଶିଷ୍ଟାଚାର’ ଗୁଡ଼ିକର ପାଳନ କରାଯାଉ ।
ନ୍ୟାୟାଳୟ ୧୫ ଜୁନରେ ନିଜର ଅଦେଶରେ କହିଛନ୍ତି ଯେ, “ଅଦାଲତ ଏହା ମାନିଥାଏ ଯେ ଯେତେବେଳେ ଓକିଲମାନେ ଅଦାଲତରେ ଭିଡିଓ କନଫରେନ୍ସ ଜରିଆରେ ଶୁଣାଣୀ ପାଇଁ ଉପସ୍ଥିତ ହେଉଛନ୍ତି ସେତେବେଳେ ସେମାନଙ୍କୁ ଉପସ୍ଥାପନା ହେବା ଯୋଗ୍ୟ ହେବା ଉଚିତ ଏବଂ ଏଭଳି ଛବି ଦେଖାଇବାଠାରୁ ବିରତ ହେବା ଉଚିତ ଯାହା ଉପଯୁକ୍ତ ନୁହେଁ ଏବଂ ଯାହାକୁ ସେମାନଙ୍କ ଘରର ବ୍ୟକ୍ତିଗତ ପରିସର ମଧ୍ୟରେ ହିଁ ବରଦାସ୍ତ କରାଯାଇପାରିବ ।”
ସୁପ୍ରିମ କୋର୍ଟ କହିଛନ୍ତି ଯେ ଆମେ ସଭିଏଁ କଠିନ ସମୟ ଦେଇ ଗତି କରୁଅଛୁ ଏବଂ ଡିଜିଟାଲ ଅଦାଲତ ଦ୍ୱାରା ଶୁଣାଣୀ ଦିନଚର୍ଯ୍ୟାର ଅଂଶ ହୋଇଯାଇଛି । ଶୁଣାଣୀର ଜନ ପ୍ରକୃତିକୁ ଦୃଷ୍ଟିରେ ରଖି ସଭ୍ୟ ପରିଧାନ, ଭିଡିଓର ପୃଷ୍ଠଭୂମି ଅନୁଯାୟୀ ଅଦାଲତର ନ୍ୟୁନତମ ନୀତି ନୀୟମ ଗୁଡ଼ିକର ପାଳନ କରାଯିବା ଆବଶ୍ୟକ ।
ଅସଲରେ ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ଶୀର୍ଷ ନ୍ୟାୟାଳୟ ହରିୟାଣାର ରେୱାଡ଼ିରେ ଏକ ପାରିବାରିକ ଅଦାଲତରେ ବହୂତ ଦିନର ଏକ ମାମଲାକୁ ବିହାରର ଜହାନାବାଦରେ ସକ୍ଷମ ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ଅନୁରୋଧ କରାଯାଇଥିବା ପିଟିସନ ଉପରେ ଶୁଣାଣୀ କରୁଥିଲେ ।
ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳ ଭିଡିଓ କନଫରେନ୍ସ ଜରିଆରେ ଶୁଣାଣୀରେ ଜଣେ ଓକିଲ ବନିୟାନ ପିନ୍ଧି ନିଜକୁ ଉପସ୍ଥାପନା କରିଥିଲେ, ଯାହା ଉପରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ନିଜର ରୋଷ ଜାହିର କରିଥିଲେ ।


Share It

Comments are closed.