ଅର୍ଥ ଉପାର୍ଜନ ପରେ ମଧ୍ୟ ହୋଇପାରୁନି ସଂଚୟ ? ଆପଣ କରୁନାହାନ୍ତି ତ ଏହି ଭୁଲ !


ଆଜିର ଦୁନିଆରେ ଏକ ସୁଖମୟ ଜୀବନ ବିତାଇବାକୁ ହେଲେ ଅର୍ଥର ସୁଗମତା ରହିବା ଅପରିହାର୍ଯ୍ୟ । ତେଣୁ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଅଧିକରୁ ଅଧିକ ଅର୍ଥ ରୋଜଗାର କରିବାକୁ ଚାହିଁଥାନ୍ତି । ଅଧିକ ଅର୍ଥ ଉପାର୍ଜନ କରି ସୁଖ ଶାନ୍ତିରେ ରହିବା ସହିତ ନିଜର ସମସ୍ତ ଆବଶ୍ୟକତା ପୂରଣ କରିବା ପ୍ରତ୍ୟେକ ବ୍ୟକ୍ତିର ଇଚ୍ଛା ରହିଥାଏ । ଏଥିଲାଗି ମନୁଷ୍ୟ ଦିନ ରାତି ପରିଶ୍ରମ କରିଥାଏ । କିଛି ଲୋକ ଅଧିକ ଅର୍ଥ ପାଇବାର ଇଚ୍ଛାକୁ ପୂରଣ କରିବାରେ ସକ୍ଷମ ମଧ୍ୟ ହୋଇଥାନ୍ତି । ତେବେ ଅର୍ଥ ଉପାର୍ଜନଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଅର୍ଥର ସଂଚୟ । କିନ୍ତୁ ଟଙ୍କା ରୋଜଗାର କରିସାରିବା ପରେ ମଧ୍ୟ ତାହାର ସଞ୍ଚୟ କାହିଁକି ହୋଇପାରେନାହିଁ ତାହା ବୁଝିପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏହା ପଛରେ ରହିଥିବା କାରଣ…

ବାସ୍ତୁ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘରେ ଟଙ୍କା ଏବଂ ସୁନା ଗହଣା ରଖିବା ସମୟରେ ବାସ୍ତୁ ଦିଗକୁ ଧ୍ୟାନ ଦେବା ଉଚିତ୍ । ଯଦି ଏହାକୁ ରଖିବା ସମୟରେ ଉପଯୁକ୍ତ ଦିଗ ଏବଂ ସ୍ଥାନରେ ରଖା ନଯାଏ, ତେବେ ଅର୍ଥ ବୃଦ୍ଧି ହେବା ବଦଳରେ ଅର୍ଥହାନି ହୋଇଥାଏ । ଘରର ଦକ୍ଷିଣ-ପୂର୍ବ ମଧ୍ୟରେ ଥିବା ଦିଗକୁ ଅଗ୍ନି କୋଣ କୁହାଯାଇଥାଏ । ଯେଉଁଠାରେ ଅର୍ଥ ସଞ୍ଚୟ କରି ରଖିବା ଦ୍ବାରା ଅର୍ଥର ଅଭାବ ଦେଖାଯାଇଥାଏ । କେବଳ ସେତିକି ନୁହେଁ ଏହି ସ୍ଥାନରେ ଅର୍ଥ ରଖିବା ଦ୍ବାରା ବ୍ୟକ୍ତିର ଋଣଭାର ବଢିଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଦକ୍ଷିଣ-ପଶ୍ଚିମ ଦିଗର ମଧ୍ୟ ସ୍ଥାନକୁ ନୈରୁତ୍ୟ କୋଣ କୁହାଯାଇଥାଏ । ଅନେକ ଲୋକ ନିଜ ଘରର ଏହି ଦିଗରେ ନିଜର ସଞ୍ଚିତ ଅର୍ଥ ରଖିଥାନ୍ତି । ଏହାଦ୍ବାରା ଆର୍ଥିକସମସ୍ୟା ଦୂର ହୋଇଥାଏ । କୁହାଯାଏ ଅନେକ ସମୟରେ ଅନୁଚିତ ମାର୍ଗରେ ଉପାର୍ଜନ କରିଥିବା ଅର୍ଥକୁ ଲୋକମାନେ ଏହି ସ୍ଥାନରେ ରଖିଥାନ୍ତି ।


Share It

Comments are closed.