କାଦରଙ୍କ ମୃତ୍ୟୁ ଖବର ସମ୍ପୂର୍ଣ୍ଣ ମିଛ : ସରଫରାଜ


ଗୁରୁତର ଅବସ୍ଥାରେ ପୀଡିତ ଥିବା ଭେଟରାନ ଅଭିନେତା କାଦରଙ୍କ ମୃତ୍ୟୁ ଖବର ଉପରେ ତାଙ୍କ ପୁଅ ରୋକ ଲଗାଇଛନ୍ତି । କାଦରଙ୍କ ପୁଅ ସରଫରାଜ ବାପାଙ୍କ ମୃତ୍ୟୁ ଖବର ଉପରେ ରୋକ ଲଗାଇବା ସହ କହିଛନ୍ତି ଯେ, “ବାପା ବର୍ତ୍ତମାନ ବଞ୍ଚିଛନ୍ତି ଏବଂ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି କିନ୍ତୁ ସୋସିଆଲ ମିଡିଆରେ ବାପାଙ୍କର ମୃତ୍ୟୁକୁ ନେଇ ଚାଲିଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଗୁଜବ ଅଟେ ।”
ପ୍ରକାଶ ଥାଉକି ୮୧ ବର୍ଷିୟ କାଦର ଗୁରୁତର ଅବସ୍ଥାରେ ପିଡିତ ଥିବା ହେତୁ ତାଙ୍କର ଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ଉପୁଜୁଥିଲା । ଏଥି ପାଇଁ ଡାକ୍ତର ତାଙ୍କୁ ଭେଣ୍ଟିଲେଟରରୁ କାଢି କ୍ରିଟିକାଲ କେୟାର ଭେଣ୍ଟିଲେଟରକୁ ସ୍ଥାନନ୍ତରିତ କରିଥିଲେ ।
କାଦର ଗୁରୁତର ଅବସ୍ଥାରେ ଅସୁସ୍ଥ ଥିବା ପରେ ତାଙ୍କୁ ନେଇ ଅନେକ କଥା ସୋସିଆଲ ମିଡିଆରେ ଚାଲିଥିଲା । ବର୍ତ୍ତମାନ ତାଙ୍କ ପୁଅ ଏହି ଖବର ଉପରେ ରୋକ ଲଗାଇଛନ୍ତି ।

ସର୍ବପ୍ରଥମେ “ଅଲ ଇଣ୍ଡିଆ ରେଡିଓ”ର ଟ୍ୱିଟର ହ୍ୟାଣ୍ଡଲ ପକ୍ଷରୁ କାଦରଙ୍କ ମୃତ୍ୟୁ ଖବର ପ୍ରସାରିତ ହୋଇଥିଲା । ଏହା ପରେ ଅନେକ ଗଣମାଧ୍ୟମ ଏହାକୁ ପ୍ରସାରିତ ମଧ୍ୟ କରିଥିଲେ । ବର୍ତ୍ତମାନ ଏହା ଏକ ମିଥ୍ୟା ଖବର ବୋଲି ତାଙ୍କ ପୁଅ ସୂଚନା ଦେଇଛନ୍ତି ।


Share It

Comments are closed.