ଆର୍ଯ୍ୟନଙ୍କ ଜନ୍ମଦିନରେ ୫୦୦ ଗଛ ଲଗାଇବାକୁ ପ୍ରତିଜ୍ଞା ନେଲେ ଜୁହି ଚାୱଲା


ଆଜି ଆର୍ଯ୍ୟନ ଖାନ ତାଙ୍କର ୨୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅଭିନେତ୍ରୀ ଜୁହି ଚାୱଲା ଆର୍ଯ୍ୟନଙ୍କ ପାଇଁ ଜନ୍ମଦିନ ବାର୍ତ୍ତା ଏବଂ ଉପହାର ସେୟାର କରିଛନ୍ତି।

ସୂଚନା ଅନୁଯାୟୀ, ଜୁହି ଆର୍ଯ୍ୟନଙ୍କ ଜନ୍ମଦିନ ଅବସରରେ ୫୦୦ ଗଛ ଲଗାଇବାକୁ ପ୍ରତିଜ୍ଞା ନେଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଜୁହି ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଆର୍ଯ୍ୟନ୍, ସୁହାନା ଜୁହିଙ୍କ ପିଲା ଜାହ୍ନଭୀ, ଅର୍ଜୁନ ମେହେଟ୍ଟା ନଜର ଆସିଛନ୍ତି। ଫଟୋ ପୋଷ୍ଟ କରିବା ସହିତ ଜୁହି ଲେଖିଛନ୍ତି, ଆର୍ଯ୍ୟନ୍ ଖାନଙ୍କ ନାମରେ ୫୦୦ ଗଛ ଲଗାଇବାକୁ ମୁଁ ପ୍ରତିଜ୍ଞା ନେଇଛି। ଏହା ବ୍ୟତୀତ ଅଭିନେତ୍ରୀ ଶାହରୁଖଙ୍କ ନାମରେ ମଧ୍ୟ ୫୦୦ ଗଛ ଲଗାଇବାକୁ ପ୍ରତିଜ୍ଞା ନେଇ ତାଙ୍କ ୫୬ ତମ ଜନ୍ମଦିନ ପାଳନ କରିଥିଲେ।


Share It

Comments are closed.