ଭଗବାନ ଶିବଙ୍କୁ ଶୁଦ୍ର ଏବଂ ଜଗନ୍ନାଥଙ୍କୁ ଆଦିବାସୀ କହି ବିବାଦରେ ଜେଏନୟୁ କୁଳପତି


ଜେଏନୟୁର କୁଳପତି ଶାନ୍ତିଶ୍ରୀ ଧୁଲିପଦି ପଣ୍ଡିତ ନିଜର ବିବଦାୟ ମନ୍ତବ୍ୟ ପାଇଁ ବର୍ତ୍ତମାନ ବିବାଦରେ ପଡିଛନ୍ତି । ସୋମବାର ଦିନ ଡକ୍ଟର ବି. ଆର ଆମ୍ବେଦକରଙ୍କ ବ୍ୟକ୍ତୃତା ସିରିଜରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ଚିନ୍ତାଧାରା ଲିଙ୍ଗ ଜଷ୍ଟିସ -ୟୁନିଭର୍ମ ସିଭିଲ କୋଡ ଡିକୋଡିଂରେ ନିଜର ବ୍ୟକ୍ତୃତା ଦେଇ ମନସ୍ମୃତିରେ ସମସ୍ତ ମହିଳା ଶୁଦ୍ର ଅଟନ୍ତି ଏବଂ କୌଣସି ମହିଳା ନିଜକୁ ବ୍ରାହ୍ମାଣ କିମ୍ବା ଅନ୍ୟ କୌଣସି ଜାତିର ବୋଲି କହିପାରିବେ ନାହିଁ । ମହିଳାମାନେ ନିଜ ପିତା ଏବଂ ସ୍ୱାମୀଙ୍କଠାରୁ ଜାତି ପାଇଥାନ୍ତି ।
ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ଭାବୁଛି ଏହା ଏପରି କିଛି ଯହା ଆସାଧାରଣଭାବେ ପ୍ରିତକ୍ରିୟାଶୀଳ ଅଟେ । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ମାନବ ବିଜ୍ଞାନ ଅନୁଯାୟୀ ଆମର ଦେବତାମାନଙ୍କର ଉତ୍ପତି ଜାଣିବା ଉଚିତ । କୌଣସି ଦେବତା ବ୍ରାହ୍ମଣ ନୁହନ୍ତି । ଭଗବାନ ଶିବ ଶୁଦ୍ର ହୋଇଥିବେ ତେଣୁ ସେ ଶବଦାହରେ ବସିଥାନ୍ତି, କୌଣସି ବ୍ରାହ୍ମଣ ବ୍ୟକ୍ତି ଶବଦାହରେ ବସନ୍ତି ନାହିଁ । ସାପମାନଙ୍କ ସହିତ ରୁହନ୍ତି ଏବଂ କମ ପୋଷାକ ପିନ୍ଧନ୍ତି । ସେହିପରି ପିତୃପୁରୁଷ ମାନେ କହିଛନ୍ତି ଯେ, ମାତା ଲକ୍ଷ୍ମୀ, ଶକ୍ତି ଏପରିକି ଭଗବାନ ଜଗନ୍ନାଥ ଉପର ଜାତିର ନୁହଁନ୍ତି । ସେ ଜଗନ୍ନାଥଙ୍କୁ ଆଦିବାସୀ ବୋଲି କହିଛନ୍ତି । କାହିଁକି ଏ ସମାଜରେ ଏତେ ଭେଦଭାବ ଜାରି ରଖିଛୁ ତାହା ଅମାନବୀୟ । ସେ କହିଛନ୍ତି ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ ଏହା ଏକ ଜୀବନଶୈଳୀ ଅଟେ । ସେ କହିଛନ୍ତି ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ ବରଂ ଏକ ଜୀବନ ଶୈଳୀ ଅଟେ ତେଣୁ ଆମ୍ଭେମାନେ କାହିଁକି କ୍ରିିଟିସିଜମକୁ ଡରୁଛୁ । ଗୈତମ ବୁଦ୍ଧ ମଧ୍ୟ କୌଣସି ଉପର ଜାତିର ନୁହେଁ ବୋଲି ମଧ୍ୟ ସେ କହିଛନ୍ତି ।

 


Share It

Comments are closed.