ମୁମ୍ବାଇକୁ ହରାଇ କୋହଲି ଖୁସି ମନାଉଥିବାବେଳେ ସେପଟେ ଦୁଃଖରେ ଭାଙ୍ଗିପଡିଥିଲେ ରୋହିତ, ଭିଡିଓ ଭାଇରାଲ


ଇଣ୍ଡିଆନ୍ ପ୍ରିମିୟମ ଲିଗ୍ (ଆଇପିଏଲ)୨୦୨୧ର ପ୍ରଥମ ପର୍ଯ୍ୟାୟରେ ରହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ରଦର୍ଶନ ଠିକଠାକ୍ ଥିଲା, ହେଲେ ଦ୍ଵିତୀୟ ପର୍ଯ୍ୟାୟରେ ରୋହିତଙ୍କ ଦଳ ସଙ୍କଟରେ ପଡ଼ିଛି। ଲଗାତାର ଭାବେ ତିନୋଟି ମ୍ୟାଚ୍ ହାରିବା ପରେ ମୁମ୍ଵାଇ ଇଣ୍ଡିଆନ୍ସ୍ ପାଇଁ ପ୍ଲେଅଫରେ ପହଁଚିବା ଏବେ କାଠିକର ହୋଇପାରେ। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବେ ପଏଣ୍ଟ ଟେବୁଲର ସାତ ନମ୍ଵରକୁ ଖସି ଆସିଛି। ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଅଧିନାୟକ ବିରାଟ କୋହଲି ଜିତିବାର ଖୁସି ମନାଉଥିବା ବେଳେ ରୋହିତଙ୍କ ଚେହେରାରେ ନିରାଶା ଭାବ ଦେଖିବାକୁ ମିଳିଛି।

 

View this post on Instagram

 

A post shared by IPL (@iplt20)

ଆଇପିଏଲର ଅଫିସିଆଲ୍ ଇନଷ୍ଚାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଥିଲା। ଯେଉଁଥିରେ ବିରାଟ କୋହଲି ଜିତିବାର ଖୁସି ମନାଉଥିବାର ନଜର ଆସିଥିବା ବେଳେ ରୋହିତଙ୍କ ମୁହଁରେ ନିରାଶା ଭାବ ଦେଖିବାକୁ ମିଳିଛି। ରୋହିତ ଏହି ଭିଡିଓରେ ଟିମ୍ ହାରିବା ନେଇ ଦୁଃଖୀ ଥିବା ଦେଖିବାକୁ ମିଳିଛି। ଖେଳ ଶେଷରେ ରୋହିତ କହିଛନ୍ତି ଯେ, “ମୁଁ ଭାବୁଛି ଆମେ ବାସ୍ତବରେ ଭଲ ବୋଲିଂ କରିଥିଲୁ, ଗୋଟିଏ ସମୟରେ ସେମାନେ ୧୮୦ ସ୍କୋର କରିବ ପରି ଲାଗୁଥିଲା। ହେଲେ ଆମର ବ୍ୟାଟ୍ସମ୍ୟାନମାନେ ନିରାଶ କଲେ। ଆମେ ବ୍ୟାଟ୍ସମ୍ୟାନଙ୍କ ସହ ଆଲୋଚନା କରିଛୁ, ଯିଏ ବ୍ୟାଟିଂ କରିବାକୁ ଆସୁଛନ୍ତି ସେ ଧର୍ଯ୍ୟର ସହ ରହିବାକୁ ପଡ଼ିବ।
ସୂଚନାଯୋଗ୍ୟ, ଆରସିବି ୨୦ ଓଭରରେ ୧୬୫ ରନ୍ କରିଥିଲା। ଜବାବରେ ମୁମ୍ଵାଇ ଇଣ୍ଡିଆନ୍ସ ୧୮.୧ ଓଭରରେ ୧୧୧ ରନ୍ କରି ଅଲଆଉଟ୍ ହୋଇଥିଲା। ତେବେ ପ୍ରଥମ ଥର ପାଇଁ ଆରସିବି ମୁମ୍ଵାଇ ଇଣ୍ଡିଆନ୍ସକୁ ଅଲଆଉଟ୍ କରିଛି।


Share It

Comments are closed.