ଜାଣନ୍ତୁ ମହାଶିବରାତ୍ରି ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ


ଭୁବନେଶ୍ୱର : ମହାଶିବରାତ୍ରିର ମହାପର୍ବ ଚଳିତ ବର୍ଷ ଫେବୃଆରୀ ୨୧ରେ ପାଳିତ ହେଉଛି । ଏହି ଦିନ ମା ପାର୍ବତୀ ଓ ଭଗବାନ ଶିବଙ୍କର ବିବାହ ହୋଇଥିଲା । ଏହି ଦିନ ଯୁବତୀମାନେ ଭଲ ବର ପାଇବା ପାଇଁ ମହାଶିବରାତ୍ରି ବ୍ରତ ମଧ୍ୟ ରଖିଥାନ୍ତି । ସେହିପରି ମହିଳାମାନେ ବୈବାହିକ ଜୀବନରେ ସୁଖସମୃଦ୍ଧିର କାମ କରି ପୂଜାର୍ଚ୍ଚନା କରିଥାନ୍ତି । ଏଠାରେ ଆମେ ଆପଣଙ୍କୁ ଜଣାଉଛୁ ମହାଶିବରାତ୍ରି ସହ ଜଡିତ କିଛି ମହତ୍ୱପୂର୍ଣ୍ଣ ତଥ୍ୟ:
ଭଗବାନ ଶିବଙ୍କୁ ନୀଳକଣ୍ଠ କୁହାଯାଇଥାଏ । ଶାସ୍ତର ଅନୁଯାୟୀ, ଏହି ଦିନ ଭଗବାନ ଶିବ ସମୁଦ୍ର ମନ୍ଥନରୁ ବାହାରିଥିବା ବିଷର ପ୍ରକୋପରୁ ସମଗ୍ର ସଂସାରକୁ ବଂଚାଇବା ପାଇଁ ଉକ୍ତ ବିଷକୁ ପାନ କରିଥିଲେ । ଯାହାଫଳରେ ତାଙ୍କ କଣ୍ଠ ନୀଳ ହୋଇଯାଇଥିଲା । ମହାଶିବରାତ୍ରିରେ ଭକ୍ତମାନେ ସାରା ଦିନ ଓ ରାତି ବ୍ରତ ରଖିଥାନ୍ତି । ପରଦିନ ସକାଳ ସମୟରେ ସେମାନେ ବ୍ରତର ପାରଣ କରିଥାନ୍ତି । କୁହାଯାଏ ଯେ, ମହାଶିବରାତ୍ରିର ବ୍ରତ ନିଷ୍ଠାର ସହ ପାଳନ କରୁଥିବା ଲୋକେ ରାଜସ ଗୁଣ ଓ ତାମସ ଗୁଣ ଉପରେ ନିୟନ୍ତ୍ରଣ ହାସଲ କରିପାରିଥାନ୍ତି । ମହାଶିବରାତ୍ରିରେ ସୂର୍ଯ୍ୟ ଉତରାୟଣ ରହିଥାନ୍ତି ଓ ଚନ୍ଦ୍ରମା ଦୁର୍ବଳ ସ୍ଥିତିରେ ରହିଥାନ୍ତି । ଚନ୍ଦ୍ରମା ମନର କାରକ ହୋଇଥିବାରୁ ଚନ୍ଦ୍ରମାଙ୍କୁ ମଜଭୁତ କରିବା ପାଇଁ ମହାଶିବରାତ୍ରିରେ ଭୋଳାନାଥଙ୍କ ଅଭିଷେକ କରାଯିବା ଉଚିତ । ସେହିପରି ଶିବଲିଙ୍ଗର ଅଭିଷେକ ଦ୍ୱାରା କାଳ ସର୍ପ ପିତୃ ଦୋଷ ଓ ଖରାପ ଗ୍ରହର ପ୍ରଭାବରୁ ମୁକ୍ତି ମିଳିଥାଏ । ଶିବଲିଙ୍ଗକୁ ପଂଚାମୃତ ସ୍ନାନ କରାଇବା ଦ୍ୱାରା ସାତ ଜନ୍ମର ପାପ କ୍ଷୟ ହୋଇଥାଏ ।


Share It

Comments are closed.