ପରିଚାଳନାର ୬ ବର୍ଷ ପୂରଣ କରିଛି ଇନ୍ଦିରା ଆଇଭିଏଫ୍ ଭୁବନେଶ୍ୱର ସେଂଟର୍‌


ଭୁବନେଶ୍ୱର : ସଫଳତାର ୬ ବର୍ଷର ଯାତ୍ରାକୁ ଚିହ୍ନିତ କରି ଇନ୍ଦିରା ଆଇଭିଏଫ୍ ଭୁବନେଶ୍ୱର ପକ୍ଷରୁ ଆଜି ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ସଫଳତା ପାଳନ କରିବା ଅବସରରେ ମୁଖ୍ୟ ଅତିଥି ତଥା ଖୋର୍ଦ୍ଧା ଜିଲ୍ଲାର ସିଡିଏମ୍‌ଓ ଡଃ ଆର୍ତବନ୍ଧୁ ନାୟକ ଭାରତ ସରକାରଙ୍କ ବେଟି ବଚାଓ, ବେଟି ପଢାଓ ଅଭିଯାନ ଅଧିନରେ ଭୁବନେଶ୍ୱରର ବିଭିନ୍ନ ସ୍କୁଲର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ ଏବଂ ପୁରସ୍କୃତ କରିଥିଲେ । ଏହି ଉବରେ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ଏଠାରେ ସହରର ୨୦ ଜଣ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଯୋଗ ଦେଇଥିଲେ । ଭୁବନେଶ୍ୱର ସେଂଟର ହେଡ ଡକ୍ଟର ସସ୍ମିତାଙ୍କ ସମେତ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବରିଷ୍ଠ ଡାକ୍ତର, ଡଃ ଅମ୍ରିତା ନନ୍ଦ, ଡଃ ପ୍ରଜ୍ଞା ଦାସ, ଡଃ ଶୈଳବାଳା ଶ ଓ ଡଃ ରମା ମଞ୍ଜରୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଏକ ଉଶ୍ୟେ ଭିତିକ ସ୍ୱାସ୍ଥ୍ୟସେବା ସଂଗଠନ ଭାବରେ ଇନ୍ଦିରା ଆଇଭିଏଫ୍ ଭାରତର କୋଣ ଅନୁକୋଣରେ ବନ୍ଧ୍ୟାତ୍ୱ ନିରାକରଣ ଚିକିା ଉପଲବ୍ଧ କରାଇ ଗର୍ବ ଅନୁଭବ କରୁଛି । ଦେଶବ୍ୟାପୀ ୧୧୬ରୁ ଅଧିକ ସେଂଟର୍ ଏବଂ ୨୦୧୧ରେ ଆରମ୍ଭ ପରଠାରୁ ୧୨୫,୦୦୦ରୁ ଅଧିକ ସଫଳ ଆଇଭିଏଫ୍ ଗର୍ଭଧାରଣ ସଫଳତା ହାସଲ ସହିତ, ଇନ୍ଦିରା ଆଇଭିଏଫ୍ ଆଜି ଦେଶର ସବୁଠାରୁ ବଡ଼ ଓ ସବୁଠାରୁ ବିଶ୍ୱସନୀୟ ଫର୍ଟିଲିଟି ହସ୍ପିଟାଲ୍ ଚେନ୍ ରେ ପରିଣତ ହୋଇଛି ।

ଭାରତରେ ବନ୍ଧ୍ୟାତ୍ୱର ବୋଝ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି ଇନ୍ଦିରା ଆଇଭିଏଫ୍‌ର ପରିଚାଳନା ର୍ନିେଶକ ଓ ସହପ୍ରତିଷ୍ଠାତା ନିତିଜ୍ ମୋଡ଼ିଆ କହିଛନ୍ତି, ବନ୍ଧ୍ୟାପଣର ଚିକିା ପ୍ରତି ରହିଥିବା ବ୍ୟାପକ ସଚେତନତା ସୀମିତ ଅଟେ ଯେଉଁଠାରେ ମହିଳାମାନଙ୍କୁ ଭେଦଭାବର ସମ୍ମୁଖୀନ ହେବାକୁ ପଡିଥାଏ । ଏହା ବୁଝିବା ଗୁରୁତ୍ୱର୍ପୂ ଯେ, ଏହା ମହିଳା/ପୁରୁଷ କିମ୍ବା ଉଭୟ ସାଥୀଙ୍କଠାରେ ଗଠନମୂଳକ ସ୍ଥିତି କାରଣରୁ ହୋଇପାରେ । ଇନ୍ଦିରା ଆଇଭିଏଫ୍‌ରେ ଆମର ଲକ୍ଷ୍ୟ ହେଉଛି ସଚେତନତା ସୃଷ୍ଟି କରିବା ଏବଂ ବନ୍ଧ୍ୟାପଣକୁ ନେଇ ରହିଥିବା ଭୁଲ୍ ଧାରଣାକୁ ଦୂର କରିବା ଏବଂ ଦମ୍ପତିମାନଙ୍କୁ ପିତାମାତା ହେବା ପାଇଁ ସେମାନେ ଦେଖିଥିବା ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବା ।

ଏହି ଅବସରରେ ଇନ୍ଦିରା ଆଇଭିଏଫ୍‌, ଭୁବନେଶ୍ୱରର ସେଂଟର୍ ହେଡ୍ ଓ ଚିଫ୍ ଫର୍ଟିଲିଟି ସ୍ପେଶିଆଲିଷ୍ଟ ଡଃ ସସ୍ମିତା ନାୟକ କହିଛନ୍ତି, ଆମେ ଏକ ମହାନ ଉଶ୍ୟେ ଦିଗରେ ଏକ ସକାରାତ୍ମକ ଆରମ୍ଭ ସହିତ ୬ ବର୍ଷ ପୂର୍ବେ ଇନ୍ଦିରା ଆଇଭିଏଫ୍ ଭୁବନେଶ୍ୱରର ଶୁଭାରମ୍ଭ କରିଥିଲୁ । ୫୦୦୦ରୁ ଅଧିକ ଦମ୍ପତିଙ୍କ ପିତାମାତା ହେବାର ସ୍ୱପ୍ନ ପୂରଣ କରିବାରେ ସେମାନଙ୍କୁ ସାହାଯ୍ୟ କରି ଆମେ ଅତ୍ୟନ୍ତ ଆନନ୍ଦିତ । ଆମର ବିଶ୍ୱସ୍ତରୀୟ ଭିତିଭୂମି, ଅତ୍ୟାଧୁନିକ ଜ୍ଞାନକୌଶଳ, ଡାକ୍ତର, ଏମ୍ବ୍ରୟୋଲଜିଷ୍ଟ ଓ ସପୋର୍ଟିଂ ଷ୍ଟାଫ୍‌ମାନଙ୍କ ଦକ୍ଷ ଟିମ୍ ସହାଯ୍ୟରେ ଆମେ ଏହି ଅତୁଳନୀୟ ସଫଳତା ହାର ହାସଲ କରିପାରିଛୁ ।

ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଇନ୍‌ଫ୍ରାଷ୍ଟ୍ରକ୍‌ଚର ସହ ସୁସଜ୍ଜିତ ଇନ୍ଦିରା ଆଇଭିଏଫ୍ ଅଗଣିତ ଦମ୍ପତିଙ୍କୁ ବନ୍ଧ୍ୟାତ୍ୱର ଜଟିଳ ଯାତ୍ରାକୁ ଅତିକ୍ରମ କରିବା ଏବଂ ଏକ ପରିବାର ଆରମ୍ଭ କରିବାର ନିଜର ସ୍ୱପ୍ନକୁ ପୂରଣ କରିବାରେ ସାହାଯ୍ୟ କରିଛି । ଏହା ଡିମ୍ବାଣୁ ଓ ଶୁକ୍ରାଣୁର ଫ୍ରିଜିଙ୍ଗ୍ ପାଇଁ କାଉନ୍ସଲିଙ୍ଗ ଓ ବ୍ୟବସ୍ଥା ପ୍ରଦାନ କରୁଛି ଯାହା ୪୦ ବର୍ଷ ବୟସ ଆରମ୍ଭ ପର୍ଯ୍ୟନ୍ତ ଫ୍ୟାମିଲି ପ୍ଲାନିଙ୍ଗ୍‌ରେ ବିଳମ୍ବ କରୁଥିବା ଅନେକ ଯୁବ ପୁରୁଷ ଓ ମହିଳାମାନଙ୍କ ପାଇଁ ଏକ ଆଶୀର୍ବାଦରେ ପରିଣତ ହୋଇଛି ।


Share It

Comments are closed.