ସୁଶାନ୍ତ ସିଂଙ୍କ ମାମଲାରେ ଇଡିର ବଡ଼ ଖୁଲାସା, ସୁଶାନ୍ତଙ୍କ ଆକାଉଂଟରୁ ରୀୟାଙ୍କ ଭାଇଙ୍କ ଆକାଉଂଟକୁ ଯାଉଥିଲା ଟଙ୍କା


ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପିତା କେ.କେ ସିଂ ବିହାର ସ୍ଥିତ ପାଟନା ପୋଲିସ ନୀକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରୀୟା ଚକ୍ରବର୍ତୀଙ୍କ ବିରୁଦ୍ଧରେ ଏଫଆଇଆର ଲେଖାଇଥିଲେ । ଏହା ପରେ ରୀୟାଙ୍କ ତରଫରୁ ପାଟନାରେ ରେଜିଷ୍ଟର ଥିବା ଏହି କେସକୁ ମୁମ୍ବାଇ ଟ୍ରାନ୍ସଫର କରିବା ପାଇଁ ଅପିଲ କରାଯାଇଥିଲା । ଯାହା ଉପରେ କୋର୍ଟ, ବିହାର ଓ ମୁମ୍ବାଇ ପୋଲିସକୁ ତିନିଦିନ ମଧ୍ୟରେ ଜବାବ ଦାଖଲ କରିବା ପାଇଁ କହିଥିଲା ।
ସଦ୍ୟତମ ସୂଚନା ଅନୁଯାୟୀ ରିୟା ଚକ୍ରବର୍ତୀଙ୍କ ଦ୍ୱାରା ପାଟନାରୁ ମୁ୍‌ମ୍ବାଇ କେସ ଟ୍ରାନ୍ସଫର କରିବାର ଯାଚିକା ଉପରେ ସୁପ୍ରିମ କୋଟ ଅଗଷ୍ଟ ୧୧ ତାରିଖରେ ଶୁଣାଣି କରିବେ । ଏହି କେସକୁ ଯେଭଳି ମୁମ୍ବାଇରେ ଯାଂଚ କରାଯାଉ ତାହାକୁ ନେଇ ରୀୟା ସମସ୍ତ ପ୍ରୟାସ ଜାରି ରଖିଛନ୍ତି ।
ଅନ୍ୟପଟେ ଶୁକ୍ରବାରଦିନ ଇଡିର ପଚରାଉଚରାରେ ରୀୟାଙ୍କ ଭାଇ ଶୌବିକ ଚକ୍ରବର୍ତୀଙ୍କ ବ୍ୟାଙ୍କ ଷ୍ଟେଟମେଂଟ ସାମ୍ନାକୁ ଆସିଛି । ଏହି ଷ୍ଟେଟମେଂଟରୁ ପ୍ରମାଣିତ ହେଉଛି ଯେ ସୁଶାନ୍ତ ସିଂ ରାଜପୁତ ଖାତାରୁ ଟଙ୍କା ସିଧାସଳଖ ଶୌବିକଙ୍କ ଆକାଉଂଟକୁ ଟ୍ରାନ୍ସଫର କରାଯାଇଥିଲା । ଏହି ଟଙ୍କା କୋଟକ ବ୍ୟାଙ୍କରୁ ଟ୍ରାନ୍ସଫର କରାଯାଇଥିଲା ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହା ମଧ୍ୟ ଜଣାପଡ଼ିଛି ଯେ ଇଡିର ଜେରା ସମୟରେ ରୀୟା ଚକ୍ରବର୍ତୀ ଆଦୌ ସହଯୋଗ କରୁନଥିଲେ । ତାଙ୍କୁ ଯେଉଁ ପ୍ରଶ୍ନ ପଚରାଯାଉଥିଲା ତ ସେ ବାହାନା କରି ଉତର ଦେଉଥିଲେ । ଏହାଛଡ଼ା ଯେତେବେଳେ ତାଙ୍କୁ କିଛି ଡିଟେଲ ମଗାଗଲା ତ ତାଙ୍କୁ କିଛି ମନେନଥିବା ସେ କହିଛନ୍ତି । ଏମିତିରେ ରୀୟା ଚକ୍ରବର୍ତୀଙ୍କ ଯାଂଚରେ ସହଯୋଗ ନ କରିବା ତାଙ୍କୁ ଆହୁରି ସନ୍ଦେହ ଘେର ମଧ୍ୟକୁ ଟାଣି ଆଣୁଛି ।


Share It

Comments are closed.